ଏମସିଏଲ ବାର୍ଷିକ ଖଣି ସୁରକ୍ଷା ପକ୍ଷ ୨୦୨୪- ୨୫ ତଥା ପୁରସ୍କାର ବିତରଣ ଉତ୍ସବ

0 32

ତାଳଚେର, : ଜିଲ୍ଲାର ତାଳଚେର ସ୍ଥିତ ମହାନଦୀ କୋଇଲା କ୍ଷେତ୍ର ଲିମିଟେଡ଼ ଓ ଭୁବନେଶ୍ୱର ଆଞ୍ଚଳିକ ଖଣି ସୁରକ୍ଷା ନିର୍ଦେଶାଳୟର ମିଳିତ ସହଯୋଗରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ ୨୦୨୪-୨୫ର ପୁରସ୍କାର ବିତରଣ ଉତ୍ସବ ତାଳଚେର ସ୍ଥିତ ଲିଙ୍ଗରାଜ କ୍ଷେତ୍ର ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଣି ସୁରକ୍ଷା ନିର୍ଦେଶାଳୟ, ଧାନବାଦର ମହାନିର୍ଦେଶକ ଉଜ୍ୱଳ ତାହ ଯୋଗଦେଇ ପ୍ରକାଶ କରିଥିଲେ ଯେ ଖଣିରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ସୁରକ୍ଷାକୁ ସର୍ବ ପ୍ରଥମେ ଗୁରୁତ୍ୱ ଦେବା ଆବଶ୍ୟକ । ଏମସିଏଲର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଉଦୟ ଅନନ୍ତ କାଓଲେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଖଣି ସୁରକ୍ଷା ନିର୍ଦେଶାଳୟ, ଦକ୍ଷିଣ ପୂର୍ବ ରାଞ୍ଚିର ଉପ ମହାନିର୍ଦେଶକ ଡା.ଏସଏସ ପ୍ରସାଦ ଯୋଗଦେଇ ଶ୍ରମିକ ମାନଙ୍କର ବହୁବିଧ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବରେ ନିର୍ଦେଶକ (ମାନବ ସଂସାଧନ) କେଶବ ରାଓ, ମୁଖ୍ୟ ସତର୍କତା ଅଧିକାରୀ ପିକେ ପଟେଲ, ନିର୍ଦେଶକ (ସଂଚଳନ) ଜେକେ ବୋରା, ନିର୍ଦେଶକ (ପରିଯୋଜନା ଏବଂ ଯୋଜନା) ସଞ୍ଜୟ କୁମାର ଝା, ନିର୍ଦେଶକ (ବିତ୍ତ) ଏ କେ ବେହୁରା, ଭୁବନେଶ୍ୱର କ୍ଷେତ୍ର୧ ର ଖଣି ସୁରକ୍ଷା ନିର୍ଦେଶକ ଏ କେ ମିଶ୍ର, ଭୁବନେଶ୍ୱର କ୍ଷେତ୍ର୨ ର ଖଣି ସୁରକ୍ଷା ନିର୍ଦେଶକ ଏନ. ବାଲାସୁବ୍ରମନ୍ୟମ, ଶ୍ରମିକ ସଂଗଠନ ନେତା ଗଣ ଯୋଗ ଦେଇଥିଲେ । ଅତିଥି ମାନଙ୍କଦ୍ୱାରା ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ବିଭାଗରେ କୃତିତ୍ୱ ଲାଭ କରିଥିବା କୋଇଲା ଖଣି ଓ ଶ୍ରମିକ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏମସିଏଲ ମୁଖ୍ୟାଳୟର ମହାପ୍ରବନ୍ଧକ (ସୁରକ୍ଷା) ସିପି ଗର୍ଗ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକ ସୁବ୍ରତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.