ଆଶା କର୍ମି ଙ୍କୁ ନ୍ୟାୟ ପ୍ରଦାନ ଦାବି ରେ ଏସ ପି ଙ୍କୁ ଭେଟିଲେ ଭାରତୀୟ ହ୍ୟୁମାନ ରାଇଟ କାଉନ୍ସିଲ ଓ ଆଶା ସଙ୍ଘ ନେତ୍ରୀ

0 59

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ଜୈନିକା ଆଶା କର୍ମି ଙ୍କୁ ଗତ ୨ ତାରିଖରେ ଡାକ୍ତରଖାନା ମହିଳା ଶୌଚାଳୟ ରେ ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱିପର ଥିବା କର୍ମଚାରୀ ର ପୁଅ କୁଶ ନାଏକ (ସାନ) ଆଶା କର୍ମି ଙ୍କୁ ଏକୁଟିଆ ଦେଖି ଶୌଚାଳୟ ରେ ବଳ ପୂର୍ବକ ପଶି ଦୁଷ୍କର୍ମ ଉଦ୍ୟମ କରିବା ସମୟରେ ଆଶା କର୍ମି ଚିତ୍କାର କରିବାରୁ ତାଙ୍କ ସହିତ ଥିବା ଅନ୍ୟ ଜଣେ ଆଶା କର୍ମି ଧାଇଁ ଆସିବାରୁ ଯୁବକ ଚମ୍ପଟ ମାରିଥିଲା।ଏ ନେଇ ପିଡିତା ଆଶା କର୍ମି ଗତ ୪ ତାରିଖରେ କୋକସରା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଘଟଣା କୁ ଅତି ହାଲୁକା ଭାବେ ନେଇ ଆଇଆଇସି ସ୍ନିଗ୍ଧା ରାଣି ସୁନା କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ବ୍ଲକ ଆଶା ସଙ୍ଘ ନେତ୍ରୀ ମାନେ ଗତ ୧୩ ତାରିଖରେ ପୁଣିଥରେ ଥାନା ରେ ଆସି ଆଇଆଇସି ଙ୍କୁ ଭେଟି ଶୀଘ୍ର ଅଭିଯୁକ୍ତକୁ ଗିରଫ ପାଇଁ ଦାବି କରିଥିଲେ। ତେବେ ଏହାପରେ ମଧ୍ୟ ତଦନ୍ତ ପ୍ରକ୍ରିୟା ରେ ଶିଥିଲତା ଦେଖି ବ୍ଲକ ସଙ୍ଘ ପକ୍ଷରୁ ଜିଲ୍ଲା ଓ ରାଜ୍ୟ ସଙ୍ଘ ନେତ୍ରୀ ଙ୍କୁ ଅଭିଯୋଗ ପରେ ଗତ ସୋମବାର ରାଜ୍ୟ ଓ ଜିଲ୍ଲା ଆଶା କର୍ମି ସଙ୍ଘ ର ସଭାନେତ୍ରୀ ଓ ଭାରତୀୟ ମାନବ ଅଧିକାର କାଉନ୍ସିଲ ପକ୍ଷରୁ କୋକସରା ସିଏଚସି ଇନଚାର୍ଜ ଡ଼. ତତ୍ୱଦର୍ଶୀ ଦାସ ଙ୍କୁ ଭେଟି ଆଶା କର୍ମି ଙ୍କ ସୁରକ୍ଷା ଦାବି କରିଥିଲେ ଓ ପୁଲିସ ଥାନା କୁ ଯାଇଥିବା ବେଳେ ଥାନା ଆଇଆଇସି ଅନୁପସ୍ଥିତ ଥିବା ନେଇ ଉଦବେଗ ପ୍ରକାଶ କରିଥିଲେ। ତେବେ କୋକସରା ଥାନା ରୁ ନ୍ୟାୟ ନ ମିଳିବାରୁ ବୁଧବାର ଭାରତୀୟ ମାନବ ଅଧିକାର କାଉନ୍ସିଲ ଓ ରାଜ୍ୟ ଓ ଜିଲ୍ଲା ଆଶା ସଙ୍ଘ ନେତ୍ରୀ ଓ ପିଡିତା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଏହି ଘଟଣା ରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ସହ ଅଭିଯୁକ୍ତକୁ ଗିରଫ କରିବା ସହ ପିଡିତା ଆଶା କର୍ମି ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲିଖିତ ଅଭିଯୋଗ ଓ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳ ରେ ଭାରତୀୟ ମାନବ ଅଧିକାର କାଉନ୍ସିଲ ର ରାଜ୍ୟ ସଭାପତି ମହମ୍ମଦ ମୁସ୍ତାଫା, ଜିଲ୍ଲା ସଭାପତି ଅନିଲ ସାହୁ, କୋଡ଼ିନେଟର ଧବଳେଶ୍ବର ପାନ ସମେତ ରାଜ୍ୟ ଆଶା କର୍ମୀ ସାମୁଖ୍ୟ ନେତ୍ରୀ ପଙ୍କଜିନୀ ନାୟକ,ଜିଲ୍ଲା ନେତ୍ରୀ ସୂର୍ଯ୍ୟକାନ୍ତି ନାଏକ ପ୍ରମୁଖ ଏସ.ପି ଙ୍କୁ ଭେଟିଛନ୍ତି। ଅଭିଯୁକ୍ତକୁ କୁ ଶୀଘ୍ର ଗିରଫ କରାଯିବା ନେଇ ଏସ.ପି ପ୍ରତିଶ୍ରୁତି ଦେଇଥିବା ସୁଚନା ମିଳିଛି।

Leave A Reply

Your email address will not be published.