ବଢ଼ିଚାଲିଛି ବେଆଇନ ମୋରୋମ ଚାଲାଣ,ପ୍ରଶାସନକୁ ଚ୍ୟାଲେଞ୍ଜ ଦେଉଛନ୍ତି ମାଫିଆ

0 16
କୁକୁଡ଼ାଖଣ୍ଡି  : କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଅଗ୍ନିଶମ କେନ୍ଦ୍ର ପଛପଟେ  ବେଆଇନ୍ ଭାବେ ମୋରମ ଚାଲାଣ ହେଉଥିବାର ଖବର ପାଇ ବ୍ରହ୍ମପୁର ସଦର ପୋଲିସ ଚଢ଼ାଉ କରି ୪ଟି ମୋରମ ବୋଝେଇ ଟ୍ରାକଟର ସମେତ ୧ଟି ଜେସିବି ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଗାଡ଼ି ଚାଳକ ସମେତ ମୋଟ ୬ ଜଣକୁ ଗିରଫ କରିବା ସହିତ କେସ ନଂ ୨୯୧/୨୫ ରେ ଏକ ମାମଲା ରୁଜୁ କରି  ସମସ୍ତ ଅଭିଯୁକ୍ତଙ୍କୁ  କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ରାଇଝୋଳ ଗ୍ରାମର ଦୀପକ ଗୌଡ଼, ବିଜୟ ଗୌଡ଼, ଗୁରୁବାରିଆ ଗୌଡ଼, ପଦରବାଲି ଗ୍ରାମର ଦିଲ୍ଲୀପ ଦାସ, ଫାଦିରିପଲ୍ଲୀ ଗ୍ରାମର  ଶ୍ରୀକାନ୍ତ ପାତ୍ର ଓ ପ୍ରଶାନ୍ତ ଗୌଡ଼ ।  ଦିନ ପ୍ରତିଦିନ ପୋଲିସର ଉଦ୍ୟମରେ ଅଟକ ରହିଛି ବହୁତ ମୋରମ,ବାଲି ବୋଝାଇ ଟ୍ରକ୍ ଓ ଟ୍ରାକ୍ଟର । ପ୍ରତିଦିନ ବାଲି ମାଫିଆ ଓ ଠିକାଦାର ମାନେ  ପ୍ରଶାସନକୁ ଚାଲେଞ୍ଜ ଦେଇ ଆସୁଥିବାବେଳେ  ରାତାରାତି କରୁଛନ୍ତି ବେଆଇନ୍ ଚୋରା ଚାଲାଣ । ବାରମ୍ଵାର ଏଭଳି ଅଭିଯୋଗ ସମ୍ନାକୁ ଆସିଥିଲେ ମଧ୍ୟ ମାଇନ୍ସ୍ ବିଭାଗର ଅବହେଳା ଓ ନିରବତା ନିମନ୍ତେ  ଦିନକୁ ଦିନ  ବଢ଼ିଚାଲିଛି କଳା କାରବାର । ଖୋଦ୍ ଖଣି ମନ୍ତ୍ରୀଙ୍କ ଅଞ୍ଚଳରେ ଏଭଳି  ଚୋରା କାରବାର ଚାଲିଥିବାବେଳେ କାହା ବଳରେ ବଳିଆନ ଗାଡ଼ିମାଲିକ ଓ ଠିକାଦାର ମାନେ ତାହା ବର୍ତ୍ତମାନ  ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠିବାରେ ଲାଗିଛି । ରାତାରାତି ବଡ଼ ଲୋକ ହେବାକୁ ନେଇ ବାଲି ମାଫିଆ ଓ ଠିକାଦାର ମାନେ  ଆଇଶୃଙ୍ଖଳା କୁ ଖାତିରି ନକରି ରାତି ଦିନ  ପ୍ରଶାସନ ଆଖିରେ ଧୂଳି ଦେଇ ଚଳାଇଛନ୍ତି ଲୁଟ ତଥାପି ପ୍ରଶାସନ ପକ୍ଷରୁ କୌଣସି ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉନି। କୁକୁଡ଼ାଖଣ୍ଡି ଓ ଆଖପାଖ ଅଞ୍ଚଳରେ ଏଭଳି ଭାବେ ଅନେକ ସ୍ଥାନରେ ଚୋରା ଚାଲାଣ ଚାଲିଥିବାବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ମାଇନ୍ସ୍ ବିଭାଗ, ବାରମ୍ବାର ସୂଚନା ଦେବାପରେ ମଧ୍ୟ ମାଫିଆ ମାନଙ୍କ ବିରୁଦ୍ଧ ରେ କୌଣସି  କାର୍ଯ୍ୟାନୁଷ୍ଠାନ ନିଆଯଉନି ଯାହା ଫଳରେ  ସରକାରଙ୍କ ରାଜସ୍ବ  ହାନି ଘଟୁଛି । ଅନେକ ସମୟରେ ସଠିକ୍ ତଦନ୍ତ ହୋଇନଥିବାରୁ ବର୍ତ୍ତି ଯାଉଛନ୍ତି ସମ୍ପୃକ୍ତ ଦଲାଲ ଓ ଠିକାଦାର  । ତେବେ କବେ ଏସବୁର ଅନ୍ତ ଘଟିବ ତାହା  ଦେଖିବାକୁ ବାକି ରହିଲା ।
Leave A Reply

Your email address will not be published.