ଗଞ୍ଜାମ/ବୁଗୁଡ଼ା : ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମହାମାୟୀ ଉଚ୍ଚ ବିଦ୍ୟାଳୟ ତାଳସାକର ଠାରେ ଉତ୍କଳ ଛାତ୍ର ସଂଘ ଓ ବନ ବିଭାଗ ବୁଗୁଡ଼ା ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବା ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଜୁଲାଇ ୩ ତାରିଖ ଗୁରୁବାର ଦିନ ବୃକ୍ଷ ରୋପଣ କରାଗଲା। ଏହି କାର୍ଯ୍ୟକ୍ରମ ଉତ୍କଳ ଛାତ୍ର ସଂଘ ଗଞ୍ଜାମ ଜିଲ୍ଲା ସଭାପତି ରାକେଶ ଜେନା ଙ୍କ ନେତୃତ୍ଵ ରେ ହୋଇଥିବା ବେଳେ ବୁଗୁଡ଼ା ବନ ବିଭାଗର ଅଧିକାରୀ, କର୍ମଚାରୀମାନେ ଓ ମହାମାୟୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ଶତପଥୀ, କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଭଞ୍ଜ କିଶୋର ଗୌଡ଼, ସମାଜ ସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବି ଗୋପାଳ ପାତ୍ର ଓ ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।