ବାଉନ୍ସ ଚେକ ଦେବା ମହଙ୍ଗା ପଡିଲା, ବର୍ଷେ ଜେଲ ସହ ଦେଢ଼ ଲକ୍ଷ ଫେରାଇବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ

0 77

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କେନ୍ଦୁ ଡ଼ଙ୍ଗରି ଗ୍ରାମ ର ଅନୁପ କୁମାର ଯୋଶୀ ଓ ଜୟପାଟଣା ଥାନା ଅନ୍ତର୍ଗତ ଭଇରିପାଲି ଗ୍ରାମ ର ପ୍ରସନ୍ନ ବାଗ ଦୁହେଁ ବନ୍ଧୁ ଥିଲେ । ତେବେ ଗତ ନଭେମ୍ବର ୨୦୨୩ ପ୍ରସନ୍ନ ବାଗ ନିଜ ଭଉଣୀ ର ବାହାଘର ଅଛି କହି ଅନୁପ ଙ୍କ ଠାରୁ ଧାର ସୂତ୍ରରେ ୧ ଲକ୍ଷ ୨୫ ହଜାର ଟଙ୍କା ନେଇଥିଲେ।ପରେ ଉକ୍ତ ଟଙ୍କା ଫେରସ୍ତ ପାଇଁ ପ୍ରସନ୍ନ ବାଗ ଅନୁପ ଯୋଶୀ ଙ୍କୁ ଜୟପାଟଣା ବିସିସି ବ୍ୟାଙ୍କ ଶାଖା ର ଏକ ଚେକ ଦେଇଥିଲେ। ତେବେ ଅନୁପ ଟଙ୍କା ପାଇଁ ଚେକ କୁ ବ୍ୟାଙ୍କ ରେ ଜମା କରିବା ପରେ ଉକ୍ତ ଜମାଖାତା ରେ ପର୍ଯ୍ୟାପ୍ତ ଟଙ୍କା ନ ଥିବା ଦର୍ଶାଇ ବ୍ୟାଙ୍କ ପକ୍ଷରୁ ଫେରସ୍ତ କରି ଦେଇଥିଲେ। ପରେ ଅନୁପ ଧାର ଟଙ୍କା ପାଇଁ ପ୍ରସନ୍ନ କୁ ଯେତେ ଥର ଫୋନ ରେ ଯୋଗାଯୋଗ କରିବା ସତ୍ତ୍ୱେ ମଧ୍ୟ ପ୍ରସନ୍ନ ବାଗ ଟଙ୍କା ଫେରସ୍ତ କରି ନଥିଲେ। ପରେ ଆଇନ ର ସାହାରା ନେଇ ଜଣେ ଆଇନଜୀବୀ ଙ୍କ ମାଧ୍ୟମରେ ନୋଟିସ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଅନୁପ କୋର୍ଟ ର ଆଶ୍ରୟ ନେଇ ପ୍ରସନ୍ନ ଙ୍କ ନାମରେ ମାମଲା ରୁଜୁ କରିଥିଲେ। ଏହି ଆବେଦନ ର ଶୁଣାଣି କରି ଜୟପାଟଣା ଜେଏମଏଫସି କୋର୍ଟ ଅଭିଯୁକ୍ତକୁ ୧ ବର୍ଷ କାରାଦଣ୍ଡ ସହ ଦେଢ଼ ଲକ୍ଷ ଅଭିଯୋଗ କାରୀ ଙ୍କୁ ଫେରସ୍ତ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଟଙ୍କା ଫେରସ୍ତ ନକଲେ ପୁଣି ୩ ମାସ ର କାରାଦଣ୍ଡ ଅବଧି ବୃଦ୍ଧି କରିବା କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.