ସୁଶାନ୍ତ ନିଜେ ୟଶ୍ରାଜ୍ ବ୍ୟାନର ସହ କଣ୍ଟ୍ରାକ୍ଟ ଶେଷ କରିଥିଲେ : ରିୟା ଚକ୍ରବର୍ତ୍ତୀ

0 81

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡ୍ର ବହୁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଉପରେ ପ୍ରଶ୍ନ ଛିଡ଼ା କରିଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବାନ୍ଦ୍ରା ପୋଲିସ ସୁଶାନ୍ତଙ୍କ ଅତି ଘନିଷ୍ଠ କୁହାଯାଉଥିବା ରିୟା ଚର୍କବର୍ତ୍ତୀଙ୍କ ବୟାନ ରେକର୍ଡ କରିଛି । ପାଖାପାଖି ୯ଘଣ୍ଟା ଧରି ଚାଲିଥିବା ଏହି ପଚରାଉଚୁରାରେ ବହୁ ତଥ୍ୟ ପଦାକୁ ଆସିଛି । ଏହି ଅବସରରେ ୟଶରାଜ୍ କଣ୍ଟ୍ରାକ୍ଟକୁ ନେଇ ରିୟା ବଡ଼ ଖୁଲାସା କରିଛନ୍ତି । ରିୟା ଚକ୍ରବର୍ତ୍ତୀ ତାଙ୍କ ବୟାନରେ କହିଛନ୍ତି ସୁଶାନ୍ତ ସିଂ ରାଜପୁତ ନିଜେ ୟଶରାଜ୍ ଫିଲ୍ମ ସହ କରିଥିବା କଣ୍ଟ୍ରାକ୍ଟରୁ ଓହରି ଯାଇଥିଲେ । ଏପରିକି ରିୟାଙ୍କୁ ବି ଏହି କଣ୍ଟ୍ରାକ୍ଟରୁ ବାଦ୍ ଯିବା ପାଇଁ ସୁଶାନ୍ତ କହିଥିଲେ । ରିୟାଙ୍କ ଏହି ବୟାନ ଘଟଣାକୁ ଓଲଟପାଲଟ କରିଦେଇଛି । କାରଣ ଏହାପୂର୍ବରୁ କୁହାଯାଇଥିଲା କି ସୁଶାନ୍ତ ସିଂ ରାଜପୁତଙ୍କ ସହ ୟଶରାଜ୍ ବ୍ୟାନର୍ ଚଳଚ୍ଚିତ୍ର ନକରିବା ପାଇଁ ମନାକରିଥିଲା । ତେବେ ବର୍ତ୍ତମାନ ରିୟାଙ୍କ ଏହି ବୟାନ ୟଶରାଜ୍ ବ୍ୟାନରକୁ ନିର୍ଦ୍ଦୋଷ ବତାଉଛି । ସୂଚନାଥାଉକି ଗୁରୁବାର ବାନ୍ଦ୍ରା ପୋଲିସ ଷ୍ଟେସନ୍ରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ସୁଶାନ୍ତଙ୍କ ପିଆର୍ ଗତିବିଧି ହ୍ୟାଣ୍ଡେଲ୍ କରୁଥିବା ରାଧିକା ନିହଲାନୀ ଓ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କ ବୟାନ୍ ବି ରେକର୍ଡ କରାଯାଇଛି । ଏହାବାଦ୍ ସୁଶାନ୍ତଙ୍କ ବନ୍ଧୁ ମହେଶ ସେଟ୍ଟିଙ୍କୁ ବି ପଚରାଉଚୁରା କରାଯାଇଛି ।

Leave A Reply

Your email address will not be published.