ବ୍ରେନ୍ ଷ୍ଟୋକରେ ପୀଡ଼ିତ ବାପାଙ୍କ ଚିକିତ୍ସା ପାଇଁ ଝିଅର ଆକୂଳ ନିବେଦନ

0 182

ଢ଼େଙ୍କାନାଳ,(ଡିକେ ନୁ୍ୟଜ୍): ବାପାପଡ଼ି ରହିଛି ରୋଗ ଶଯ୍ୟାରେ । ଝିଅ ଗୁହାରି କରୁଛି ପ୍ରଶାସନଙ୍କୁ ଟିକେ ମୋ ବାପାଙ୍କୁ ସାହାଯ୍ୟ କର । ଏଭଳି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍କ ଙ୍କଡ଼ାହାଡ଼ ପଞ୍ଚାୟତ ଭଦଳିଆ ସାହିର ବୈକୁଙଋ ପାତ୍ରଙ୍କ କଥା । ବାପା ବୈକୁଙଋ ପାତ୍ର ରୋଗ ଶଯ୍ୟାରେ ପଡ଼ି
ଚିକିତ୍ସା ପାଇଁ ପ୍ରଶାସନଙ୍କୁ ନିବେଦନ କରୁଥିବା ବେଳେ ଅନ୍ୟ ପକ୍ଷରେ ଝିଅ ଇତିଶ୍ରୀ ପାତ୍ର ବାପାଙ୍କ ଚିକିତ୍ସା ନିମନ୍ତେ ସାହାଯ୍ୟ ମାଗୁ ଥିବା ବେଳେ ନିଜ ପାଠ
ପଢ଼ାରେ ଲାଗିଛି ଡୋରି । ଝିଅ ଯୁକ୍ତ୨ ର ଦ୍ୱିତୀୟ ବର୍ଷର ଛାତ୍ରୀ ହୋଇ ଥିବା ବେଳେ ବାପାଙ୍କ ଚିକିତ୍ସା ନିମନ୍ତେ ପ୍ରୟାସ କରିବେ ନା ନିଜ ପାଠ
ପଢ଼ାରେ ଜାରି ରଖିବେ ସେ ଏକ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି । ଘରେ ସାହାରା କହିଲେ ଝିଅ ଓ ସ୍ତ୍ରୀ ପାଖରେ ପୁଅଟିଏମଧ୍ୟ ନାହିଁ ।
ଦୁଇ ବର୍ଷ ହେବ ରୋଗଶଯ୍ୟାରେ ପଡ଼ି ରହିଛି ବାପା । ନିଜସ୍ତ୍ରୀ ପର ଘରୁ ମୂଲ ଦୁଃଖ କରି ଆଣିଲେପରିବାର ଚାଲେ । ଝିଅର ପାଠ ପଢ଼ା
ପାଇଁ ଅର୍ଥ ଦରକାର ପଡୁ ଥିଲେ ମଧ୍ୟପାଠ ପଢିବା ପାଇଁ ପାଖରେ ଟଙ୍କାପଇସାର ଅଭାବ । ଗୋଟିଏପାଖରେ ସ୍ତ୍ରୀ କାଞ୍ଚନ ପାତ୍ର ସ୍ୱାମୀର
ବ୍ରେନ୍ ଷ୍ଟୋକ ଭଲ ହେବା ପାଇଁ ଅର୍ଥଯୋଗାଡ କରୁଥିବାବେଳେ ଅନ୍ୟପକ୍ଷରେ ଝିଅର ପାଠ ପଢା ପାଇଁଅର୍ଥ ସମ୍ବଳ ଦରକାର ପଡୁଚି । ସ୍ତ୍ରୀ
କାଞ୍ଚନ ପାତ୍ର ସ୍ୱାମୀର ମାସକୁ୪୦୦୦ ଟଙ୍କା ମେଡିସିନ ବାବଦକୁଖର୍ଚ୍ଚ ହେଉଥିବା ବେଳେ ଏତେ ଟଙ୍କାଆଣିବେ କେଉଁଠୁ । କାଞ୍ଚନ ନିଜ
ପରିବାର କଥା ବୁଝିବେ ନା ନିଜସ୍ୱାମୀ ଓ ଝିଅ କଥା ବୁଝିବେ ବଡଅସୁବିଧାରେ ପଡ଼ିରହିଛନ୍ତି । ସ୍ୱାମୀରଚିକିତ୍ସା ଘରୋଇ ହସ୍ପିଟାଲ୍ ରେ
କରାଉ ଥିବା ବେଳେ ଅନେକ ଟଙ୍କା ଦରକାର ପଡ଼ି ଥାଏ । ସ୍ୱାମୀର ଚିକିତ୍ସାନିମନ୍ତେ କାଞ୍ଚନ ନିଜ ଜମି ବାଡ଼ି ବନ୍ଧା ପକାଇ ଚିକିତ୍ସା ଜାରି ରଖି ଥିଲେ ମଧ୍ୟ
ଏବେବି ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହୋଇପାରୁନାହିଁ । ଏତେ ଗୁଡ଼ାଏ ଟଙ୍କା ଆଣିବେବା କେଉଁଠୁ । ଖବର ପାଇ ବି.ଏଚ.ଅ.ରସି ଇଣ୍ଡିଆର ସମାଜସେବୀ ଦୁଃଖବନ୍ଧୁ ବିଶ୍ୱାଳ
ବୈକୁଙଋ ପାତ୍ରଙ୍କ ଘରେ ପହଞ୍ଚି କିଛି ଅର୍ଥ ରାଶି ପ୍ରଦାନ କରିବା ସହିତ ପ୍ରଶାସନଙ୍କୁ ନିବେଦନ କରିଛନ୍ତି । ବୈକୁଙଋଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ଅର୍ଥ ରାଶି ଓ ତାଙ୍କ
ଝିଅ ପାଠ ପଢ଼ିବା ପାଇଁ ସହାୟତା ।

Leave A Reply

Your email address will not be published.