ଭୁବନେଶ୍ୱର,୨୦ା୧୧ : ଜନ୍ମ ମାଟିରେ ମହାମହିମ । ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୋଲିସ ପଡ଼ିଆଠାରେ ପହଞ୍ଚିଥିଲେ । ବାରିପଦା ସହିଦ ଭବନଠାରେ ଅଖିଳ ଭାରତ ସାନ୍ତାଳି ଲେଖକ ସଂଘର ୩୬ତମ ବାର୍ଷିକୋତ୍ସବ ଓ ସାହିତ୍ୟ ମହୋତ୍ସବକୁ ରାଷ୍ଟ୍ରପତି ଉଦ୍ଘାଟନ କରିଥିଲେ । ଏହି ଅବସରରେ ସାନ୍ତାଳି ଭାଷା ସାହିତ୍ୟକୁ ସୁଦୃଢ଼ କରିବା ପାଇଁ ସେ ଆହ୍ୱାନ କରିଥିଲେ । ସାନ୍ତାଳି ଲେଖକମାନଙ୍କୁ ପ୍ରଶଂସା କରିବା ସହିତ ସାନ୍ତାଳି ଭାଷାର ଲେଖକମାନେ ସମାଜକୁ ଦିଗ୍ଦର୍ଶନ ଦେଉଛନ୍ତି ବୋଲି କହିଥିଲେ । ପ୍ରଥମେ ଜାତୀୟ ସଙ୍ଗୀତ ଗାନ ପରେ, ଉକ୍ତ ଉତ୍ସବରେ ରାଷ୍ଟ୍ରପତି ପ୍ରଦୀପ ପ୍ରଜ୍ୱଳନ କରି ଏବଂ ସାନ୍ତାଳୀ ଭାଷାର ଯୋଗଜନ୍ମା ମହାପୁରୁଷମାନେ ଯଥା ପଣ୍ଡିତ ରଘୁନାଥ ମୁର୍ମୁ, ମାଝୀ ରାମଦାସ ଟୁଡୁ, ସାଧୁ ରାମ•ନ୍ଦ ମୁର୍ମୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଏବଂ ପୁଷ୍ପ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତତ୍ସହିତ ମଞ୍ଚାସିନ ସମସ୍ତ ଅତିଥିଙ୍କୁ ଆୟୋଜକମାନଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଆୟୋଜିତ ସମ୍ମିଳନୀ ଏବଂ ସାହିତ୍ୟିକ ଉତ୍ସବର ସ୍ମରଣିକା, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଉନ୍ମୋଚନ କରି ଏହାର ପ୍ରଥମ ପ୍ରକାଶନ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ । ଏହା ପରେ, ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଗଠନର ସଭାପତି ଲକ୍ଷ୍ମଣ କିସ୍କୁ ରାଷ୍ଟ୍ରପତିଙ୍କୁ ୩ଟି ନୂତନ ସାନ୍ତାଳୀ ଭାଷାର ପୁସ୍ତକ ଯଥା, ବିଦୁ ଚନ୍ଦନ, ଖେରୱାଲ ବୋନ୍ସୋ ଧରମ୍ ପୁଥି, ଲିତା ଗୋଦେଟ୍ ପ୍ରଦାନ କରିଥିଲେ । ଏହି ଉତ୍ସବରେ ସାଂସଦ, ଝାଡଗ୍ରାମ, ପଶ୍ଚିମବଙ୍ଗ, କୁନାର ହେମ୍ବ୍ରମ୍, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଜଳଶକ୍ତି ତଥା ଆଦିବାସୀ ବ୍ୟାପାର, ଈଂ ବିଶ୍ୱଶ୍ୱେର ଟୁଡୁ, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମାନ୍ୟବର ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ, ଜଗନ୍ନାଥ ସାରକା ପ୍ରମୁଖ ଏହି ସଭାରେ ବିଶିଷ୍ଟ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଇତ୍ୟବସରରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଆଜି ସାନ୍ତାଳୀ ଭାଷା ଯେଉଁ ସ୍ତରକୁ ପହଞ୍ଚି ପାରିଛି ସେଥିପାଇଁ ଏହି ଆଦିବାସୀ ମାଟି ଆଜି ଗର୍ବିତ ଏବଂ ଏହି ଭାଷାର ଓଲଚିକି ଲିପି ଆଜି ବିଶ୍ୱ ବିଦିତ । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମର ପ୍ର•ର ଓ ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱ ନିର୍ବାହ କରିଥିଲେ । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସୋମବାର ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା; ତେଣୁ ପାଠ ପଢ଼ିବା ପାଇଁ ତାଙ୍କୁ ଘରୁ ଦୂରକୁ ଯିବାକୁ ପଡ଼ିଥିଲା । ସେ ଆହୁରି କହିଥିଲେ ଯେ, ଘର ପାଖରେ ବିଦ୍ୟାଳୟ ନଥିବାରୁ ସେହି ସମୟରେ ଅନେକ ପିଲା ପାଠପଢ଼ାରୁ ବଂଚିତ ହୋଇଥିଲେ, ଏହି ସମସ୍ୟା ଆଜି ଦେଖିବାକୁ ମିଳୁନାହିଁ । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିବା ଦ୍ୱାରା ସ୍ଥାନୀୟ ପିଲାମାନେ ଏବେ ଶିକ୍ଷାର ଅଧିକ ସୁଯୋଗ ପାଇବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।ରାଷ୍ଟ୍ରପତି କହିଥିଲେ ଯେ ଶିକ୍ଷା ହେଉଛି ଆର୍ôଥକ ଏବଂ ସାମାଜିକ କଲ୍ୟାଣର ଚାବିକାଠି । ସେ ଅଭିଭାବକମାନଙ୍କୁ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ପରାମର୍ଶ ଦେଇଥିଲେ । ପିଲାମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ସେମାନଙ୍କ ଭଳି ସେ ମଧ୍ୟ ଏକ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି । ପାଠପଢ଼ା ଯୋଗୁଁ ସେ ନାଗରିକଙ୍କ ସେବା କରିବାର ସୁଯୋଗ ପାଇଥିଲେ । ଶିକ୍ଷା ସେମାନଙ୍କୁ ସଫଳ କରିପାରିବ ବୋଲି ରାଷ୍ଟ୍ରପତି କହିଥିଲେ । ଜଣେ ଶିକ୍ଷିତ ବ୍ୟକ୍ତି ଭାବେ ସେମାନେ ନିଜ ବିକାଶ ସହିତ ଦେଶ ଓ ସମାଜର ପ୍ରଗତିରେ ଯୋଗଦାନ ଦେଇପାରିବେ । ଆଜି ରାଇରଙ୍ଗପୁର ଡାକବଙ୍ଗଳାରେ କିଛି ସ୍ଥାନୀୟ ନେତୃବୃନ୍ଦଙ୍କୁ ଭେଟି ରାଷ୍ଟ୍ରପତି ଆଲୋଚନା କରିଛନ୍ତି । ଆସନ୍ତା କାଲି ବାଦାମପାହାଡ଼ ରେଳଷ୍ଟେସନରେ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ । ଏହି ଟ୍ରେନ୍ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ; ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ; ଏବଂ ବାଦାମପାହାଡ଼-ସାଲିମାର ସାପ୍ତାହିକ ଏକ୍ସପ୍ରେସ । ରାଷ୍ଟ୍ରପତିଙ୍କ ଦ୍ୱାରା ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦ୍ଘାଟନ କରାଯିବ । ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିବେ ।