ପାରାଦୀପ, : ପାରାଦୀପ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ଆଲୁମିନି ଆସୋସିଏସନ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ରବିବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲୁମିନି ଆସୋସିଏସନର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କଲେଜର ଅଧ୍ୟକ୍ଷା ଡ଼ଃ.ସସ୍ମିତା ଶତପଥୀ, ପୂର୍ବତ୍ତନ ଅଧ୍ୟକ୍ଷ ଡ଼ଃ. ଶଙ୍କର ମହାପାତ୍ର ଓ ଡ଼ଃ ସୁରେନ୍ଦ୍ର ମୋହନ ମିଶ୍ର, ପ୍ରାକ୍ତନ ପ୍ରାଧ୍ୟାପିକ ଡ଼ଃ.ଶକୁନ୍ତଳା ଆଚାର୍ଯ୍ୟ, ଆଲୁମୁନି ଆସୋସିଏସନର ସାଧାରଣ ସଂପାଦକ ଗୌତମ କୁମାର ଦାସ, ଉପସଭାପତି ଡ଼ଃ.ପ୍ରଦୀପ୍ତ କିଶୋର ଦାସ, ସହସମ୍ପାଦକ ସୁଶାନ୍ତ କୁମାର ସ୍ୱାଇଁ, ସଂଯୋଜକ ଅକ୍ଷୟ ଚନ୍ଦ୍ର ମିଶ୍ର ଏବଂ ସୁବର୍ଣ୍ଣ ଜୟନ୍ତୀ କମିଟିର ସଦସ୍ୟ ଗଣେଶ୍ୱର ପାତ୍ରଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆସନ୍ତା ଫେବୃଆରୀ ମାସରେ ଆୟୋଜିତ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ମହା ସମାରୋହରେ ପାଳନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା । ତେବେ ଆସନ୍ତା ରବିବାର ଯୋଗାଯୋଗ କରାଯାଇ ଅଧିକ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଏହି ବୈଠକରେ ସିଦ୍ଧାନ୍ତ ନିଆଯାଇଥିଲା । ତେବେ ଏହି ସୁବର୍ଣ୍ଣ ଜୟନ୍ତୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ପ୍ରତିଷ୍ଠିତ ପ୍ରତିଭା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।