ଯାଜପୁର,(ଡିକେ ନୁ୍ୟଜ): ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ସଂଘତି ଦିବସ ପାଳିତ ହୋଇଯାଇଛି ଏୟ ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ୍ୟ ଡାକ୍ତର ରାଜ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଯାଜପୁର ଠାରେ ବିଶ୍ୱ ସଂଘତି ଓ ବିଶ୍ୱ ଶାନ୍ତି ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଉଛି । ଉକ୍ତ ଆଲୋଚନାଚକ୍ରକୁ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଯାଜପୁରର ଅଧ୍ୟକ୍ଷ୍ୟ ପ୍ରଫେସର ଡ଼. ରଞ୍ଜନ କୁମାର ବେହେରା ଉଦଘାଟନ କରି ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନ୍ର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେରେ ପ୍ରଫେସର ରବି ରାୟ, ଡ଼. ଦିବ୍ୟଲୋଚନ ସିଂ, ପ୍ରଫେସର ଡ଼କ୍ଟର ଟି. ଏନ. ପତି,ସନ୍ତୋଷ ନନ୍ଦ, ପଦ୍ମୟକର ଗୁରୁ ପ୍ରମୁଖ ଯୋଗଦେଇ ବିଶ୍ୱ ସଂଘତି ଦିବସ ପାଳନ ଉପରେ ଆଲୋଚନା କରିଥିଲେ । ଗ୍ଲୋବାଲ୍
ପିସ୍ ଫାଉଣ୍ଡେସନର ସହ ସମ୍ପାଦିକ ସମାଜସେବୀ ସତ୍ୟରଞ୍ଜନ କର ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଅଧ୍ୟାପକ ଦାମୋଦର ବେହେରା ଅତିଥି ପରିଚୟ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜର ମତାମତ ରଖିବା ସହ ଆଲୋଚନାରେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ତରୁଣ ନନ୍ଦ, ଚିନ୍ମୟ ଦାସ, ପ୍ରେମଲତା ପଣ୍ଡା, ଗୁରୁ କୃଷ୍ଣ ଦାଶ, ରମେଶ ମହାରଣା, ସ୍ମୃତି ରଞ୍ଜନ ଦାସ, ସୁବାଷ ମହାପାତ୍ର, ଧର୍ମନ୍ଦ୍ର ବାରିକ, ପ୍ରଶାନ୍ତ ସାମନ୍ତ, ପ୍ରଦୀପ ବେଉରିଆ, ମନ୍ମଥ ମାଝୀ, ସମେତ ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ଏବଂ ଶେଷରେ ଡ଼. ନିତ୍ୟାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ ।
ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ସଂଘତି ଦିବସ
Prev Post
Next Post