ମାଟ୍ରିକ ବୋର୍ଡ଼ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପ୍ରସଙ୍ଗରେ ଆମରଣ ଅନଶନ ଜାରି

0 82

ମୁନିଗୁଡା,: ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା କେନ୍ଦ୍ର ୫୦କିମି ପରିବର୍ତ୍ତେ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଆୟୋଜନ ନିମନ୍ତେ ସ୍ୱେଚ୍ଛାସେବୀ ରଞ୍ଜନ ସ୍ୱାଇଁ ଆମରଣ ଅନଶନରେ ବସିଛନ୍ତି । ତେବେ ଦୀର୍ଘ ୩୬ ଘଣ୍ଟା ବିତିଯାଇଥିଲେ
ସୁଦ୍ଧା ଜିଲ୍ଲା ଶିକ୍ଷକ ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନକରି ନିଘୋଡ଼ ନିଦ୍ରାରେ ଶୋଇଥିବା ଦେଖିବାକୁ ମିଳିଛି । ଫଳରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ସମ୍ପ୍ରତି ଜିଲ୍ଲା ଶିକ୍ଷା ବିଭାଗ
ଅଧିକାରୀଙ୍କ ତରଫରୁ ଦୃଢ଼ ପ୍ରତିଶୃତି ନ ମିଳିବା ଯାଏଁ ସମାଜ ସେବୀ ଶ୍ରୀ ସ୍ୱାଇଁ ଅନୁରୂପ ଅନଶନ ଅବିରତ ରଖିବେ ବୋଲି କହିଛନ୍ତି । ଆଜି ଅନଶନ ସ୍ଥଳକୁ ମୁନିଗୁଡା ଅତିରିକ୍ତ ତହସିଲଦାର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଭି. ଭାସ୍କର
ରାଓ, ଏଇଇ ଅସର୍ଜ୍ୟ ଭଞ୍ଜ ଦେବ, ବିଷମ କଟକ ଏସଡିପପିଓ ସନ୍ତୋଶିନି ଓରାମ ପହଞ୍ଚି ଶ୍ରୀ ସ୍ୱାଇଁଙ୍କୁ ବୁଝା ସୁଝା
କରିଥିଲେ । ତେବେ ଅନଶନକାରିଙ୍କ ଦାବି ପୁରଣ ନ ହେବା ଯାଏଁ ସେ ଜିଦ୍‌ରେ ଅଟଳ ରହି ଅନଶନ ଜାରି ରଖିଛନ୍ତି ।
ସାମ୍ପ୍ରତିକ ସ୍ଥିତିରେ ଆମରଣ ଅନଶନକୁ ବିଭିନ୍ନ ରାଜନୈତିକ ଦଳ, ଅଭିଭାବକ, ବିଭିନ୍ନ ପଞ୍ଚାୟତ ସରପଞ୍ଚଙ୍କ ସମେତ
ଅଞ୍ଚଳବାସୀ ସମର୍ଥନ ଜଣାଇ ଆସୁଥିବା ବେଳେ ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ସମର୍ଥନ କରିଥିବା ଦେଖୀବାକୁ
ମିଳିଛି । ଶ୍ରୀ ସ୍ୱାଇଁଙ୍କ ସ୍ୱାସ୍ଥ୍ୟବସ୍ଥା ଅବନତି ହେଉଥିବାରୁ ସ୍ଥାନୀୟ ଚିକିତ୍ସା କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ପ୍ରତ୍ୟେକ ସମୟରେ ଅନଶନକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଜଣାପଡିଛି । ତେବେ ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବୋର୍ଡ଼ ପରୀକ୍ଷା କେନ୍ଦ୍ର ୫ କିଲୋମିଟର ଦୂରରେ ନିଶ୍ଚିନ୍ତ କରିବା କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିଛି ସେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରଖିବେ ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା
ପ୍ରଶାସନର ବୈମାତୃକ ମନୋଭାବକୁ ନେଇ ଅଞ୍ଚଳରେ  ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି । ସରକାରଙ୍କ
ନିୟମ ଅନୁସାରେ ୫ କିଲୋମିଟର ଦୁରତା ମଧ୍ୟରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା କେନ୍ଦ୍ର ହେବା ନିୟମ ରହିଛି । ହେଲେ ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାଟ୍ରିକ ଛାତ୍ରଛାତ୍ରୀ ମାନେ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ ହେବ ମୁନିଗୁଡା ୨୫ କିଲୋମିଟର ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି । ଉକ୍ତ ବିଷୟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ସୁଦ୍ଧା ପ୍ରଶାସନର ଦୃଷ୍ଟି ପଡୁନି । ଏଥି ସକାଶେ ଗତ ରବିବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ
ବସିଛନ୍ତି ସ୍ୱେଚ୍ଛାସେବୀ । ଆମରଣ ଅନଶନ ଆଜି ଦୁଇ ଦିନରେ ପହଞ୍ଚିଥିବା ବେଳେ ଦୀର୍ଘ ୩୬ ଘଣ୍ଟା ବିତିଗଲାଣି ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ମିଳି ନଥିବା ଜଣାପଡ଼ିଛି । ଅନଶନ ପ୍ରଥମ ଦିନରେ ଜିଲ୍ଲା ବିଜ୍ଞାନ
ନିରୀକ୍ଷକ ଦୀପକ ବେହେରା ଓ ମୁନିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭି. ଭାସ୍କର ରାଓ ବିଷମ କଟକ ଏସଡିପିଓ ସନ୍ତୋଶିନି ଓରାମ ଉକ୍ତ ସ୍ଥାନରେ ପହଞ୍ଚି ଅନଶନକାରୀଙ୍କୁ ବୁଝାସୂଝା କରିଥିଲେ ସୁଦ୍ଧା କୌଣସି ସୁଫଳ ହୋଇନଥିଲା ।

Leave A Reply

Your email address will not be published.