ଓଡ଼ିଶା ବିଧାନ ସଭା ପବ୍ଲିକ୍ ଅଣ୍ଡର ଟେକିଂ କମିଟିର ଭଦ୍ରକ ଗସ୍ତ

0 83

ଭଦ୍ରକ,: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଡ଼ିଶା ବିଧାନ ସଭାର ପବ୍ଲିକ ଅଣ୍ଡର ଟେକିଂ କମିଟି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ୩ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଭଦ୍ରକରେ ପହଞ୍ଚô କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । କମିଟିର ଅଧ୍ୟକ୍ଷ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟିର ଅନ୍ୟତମ ସଦସ୍ୟ ତଥା ବିଧାୟକ
ଭାବେ ବଦ୍ରିନାରାୟଣ ପାତ୍ର, ଅଶ୍ୱିନୀ କୁମାର ପାତ୍ର, ସଞ୍ଜିବ୍ କୁମାର ମଲ୍ଲିକ୍, ଅଖିଳ ଚନ୍ଦ୍ର ନାୟକ, ମଙ୍ଗୁଖିଲ ପ୍ରମୁଖ ଏହି ଗସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ପ୍ରମୁଖ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟକି କ୍ଷେତ୍ର ପରିଦର୍ଶନରେ ଜିଲ୍ଲା ପ୍ରଶାସନ ଅଧିକାରୀ ଓ କମିଟି ସଦସ୍ୟମାନେ ଭଣ୍ଡାରିପୋଖରୀ ବ୍ଲକ୍ ଓ ଆଖୁଆପଦା ଅଞ୍ଚଳର ନେରେଡ଼ା ଓ ବାଲିପୋଖରୀ ଗ୍ରାମପଞ୍ଚାୟତର ସୁବର୍ଣ୍ଣମୁଖୀ ବାଲି ଖାଦାନ ପରିଦର୍ଶନ କରି ସେଠାରୁ ଯାଜପୁର ଓ ଭଦ୍ରକକୁ େ·ରା
ବାଲି·ଲାଣ ଅଭିଯୋଗ ଓ ସମସ୍ୟାର ତଦାରଖ କରିଥିଲେ । ସେହିପରି ରହଣିଆ ଧାନମଣ୍ଡି ପରିଦର୍ଶନ କରି ·ଷୀମାନଙ୍କ ଠାରୁ ସେମାନଙ୍କ ଅଭିଯୋଗ ଓ ସମସ୍ୟା ଶୁଣି ସମାଧାନ ପାଇଁ ଆଶୁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ୨୦୨୪-୨୫ ବର୍ଷର ଉକ୍ତ କମିଟିର ୯ମ ବୈଠକ ଓ କ୍ଷେତ୍ର ସ୍ତରୀୟ ପରିଦର୍ଶନ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ଆଖୁଆପଦା ଅଞ୍ଚଳର ବାଲିଖନନ ସ୍ଥଳୀ ଓ ଧାନ ମଣ୍ଡି ପରିଦର୍ଶନ ପରେ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସମୀକ୍ଷା ବୈଠକରେ କାର୍ଯ୍ୟସୂଚୀ ଅନୁଯାୟୀ ଓ.ଏସ୍.ଆର.ଟି.ସି., ପର୍ଯ୍ୟଟନ, ଓଡ଼ିଶା ବନ ନିଗମ, ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନ୍, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟି୍ରକ୍ କର୍ପୋରେସନ୍, ଓ.ପି.ଟି.ସି.ଏଲ୍., ଯୋଗାଣ ନିଗମ ଆଦି ଦ୍ୱାରା ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଯୋଜନା ଆଦିର କାର୍ଯ୍ୟକାରୀତା, ସଫଳତା ଓ ସଦସ୍ୟା ସମ୍ବନ୍ଧଷର ଟିକିନିଖି ସମୀକ୍ଷା କରିଥିଲେ । ବିଶେଷ କରି ଧାନ ସଂଗ୍ରହ
କାର୍ଯ୍ୟକୁ ସ୍ୱଚ୍ଛତାର ସହ ତ୍ୱରାନ୍ୱିତ କରିବା ପାଇଁ କମିଟିର ଅଧ୍ୟକ୍ଷ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ବିନା କଟନୀ ଛଟନୀରେ ଏଫ୍ ଏ କୁ୍ୟ ମାନର ଧାନ କ୍ରୟ ପ୍ରତି ଯନôବାନ୍ ହେବାକୁ କୁହାଯାଇଥିଲା । ସେହିପରି ବାଲି
ଉତ୍ତୋଳନରେ ମାଫିଆ ରାଜ୍ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ନିଦେ୍ର୍ଦଶ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଦିଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ କମିଟିର କ୍ଷେତ୍ର ସ୍ତରୀୟ ପରିଦର୍ଶନ କାର୍ଯ୍ୟକ୍ରମ ଓ ସମୀକ୍ଷା ବୈଠକରେ ଉପସ୍ଥିତ ରହି
ସମୀକ୍ଷାରେ ଆବଶ୍ୟକ ମତେ ସଂପୃକ୍ତ ବିଭାଗର ତଥ୍ୟ ଓ ସମସ୍ୟା ସମ୍ବନ୍ଧରେ କମିଟିକୁ ଅବଗତ କରାଇଥିଲେ । ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ଏହି ସମୀକ୍ଷା ବୈଠକ ଆୟୋଜନ ଓ ପରି·ଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ । ସମ୍ପୃକ୍ତ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ନିଗମ ମାନଙ୍କର ସାଧାରଣ ପରି·ଳକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆବଶ୍ୟକ ମତେ କମିଟି ନିକଟରେ ନିଜ ନିଜ ବିଭାଗୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.