୧୦ ଟ୍ରିଲିୟନ ଡଲାର ହୋଇପାରିବ ଦେଶର ଅର୍ଥନୀତି

The economy of the country can be 10 trillion dollars

0 73

ନୂଆଦିଲ୍ଲୀ, : ଭାରତର ଅର୍ଥନଢତିକ ସର୍ଭେ ହୁଏତ ବିକାଶର ଏକ ହିସାବ ଦେଇଥାଇପାରେ, କିନ୍ତୁ ଏଥିରୁ ଗୋଟିଏ ଜିନିଷ ବାହାରିଛି ଯାହାକୁ ନେଇ ଚର୍ଚ୍ଚା । ଗୋଟିଏ ମାମଲାରେ ଏହି ଅର୍ଥନୈତିକ ସର୍ଭେ ସମଗ୍ର ବିଶ୍ୱରେ ଭାରତକୁ ଚକିତ କରିଛି । ଆମେ ବିଶ୍ୱର ସର୍ବବୃହତ ଯୁବଶକ୍ତି ସମ୍ପତ୍ତି ଦେଶ ଅଟେ । ଆମର ଯୁବକମାନେ ଆମର ସବୁଠୁ ବଡ଼
ସମ୍ପତ୍ତି, ଯିଏ ଭାରତକୁ ୧୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିପାରିବେ । ଏପରିକି ଏହି ଯୁବକମାନେ ୨୦୩୦ ସୁଦ୍ଧା ଆମେରିକା ଏବଂ ଚୀନ୍ ପରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବେ । ଆମ
ଜନସଂଖ୍ୟାର ୨୬ ପ୍ରତିଶତ ଲୋକ ୧୦ ରୁ ୧୪ ବର୍ଷ ମଧ୍ୟରେ ଅଛନ୍ତି । ଯେଉଁମାନେ ଆମ ପାଇଁ ଏକ ବଡ଼ ୱର୍କଫୋର୍ସ ସୃଷ୍ଟି କରୁଛନ୍ତି । ଅର୍ଥନୈତିକ ସର୍ଭେ ୨୦୨୪-୨୫ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ଯେ ୨୦୧୪ ରେ ଭାରତ ବିଶ୍ୱର ଦଶମ ବୃହତ୍ତମ ଅର୍ଥନୀତି ଥିଲା । ଏକ ଦଶନ୍ଧି ମଧ୍ୟରେ ଏହା ବ୍ରିଟେନକୁ ଅତିକ୍ରମ କରି ଚତୁର୍ଥ ସ୍ଥାନକୁ ଆସିଛି । ବର୍ତ୍ତମାନ ୨୦୩୦ ସୁଦ୍ଧା ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ବିଶ୍ୱର ସବୁଠାରୁ ସର୍ବୋତ୍ତମ ଯୁବସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟରୁ ଭାରତ ଅନ୍ୟତମୟ ଏଠାରେ ହାରାହାରି ବୟସ ୨୮ ବର୍ଷୟ ଅପରପକ୍ଷେ, ବହୁ ବିକଶିତ ଦେଶ ବାର୍ଦ୍ଧକ୍ୟ ଜନସଂଖ୍ୟା ଏବଂ ୱର୍କଫୋର୍ସ
ଅଂଶଗ୍ରହଣ ହ୍ରାସ ସହ ସଂଘର୍ଷ କରୁଛନ୍ତି । ଯେତେବେଳେ କି ଭାରତରେ, ଏଭରଗ୍ରୀନ୍ ୟୁଥଙ୍କ ଯୋଗଦାନ ବୃଦ୍ଧି ପାଉଛି ଏବଂ ଦେଶର ଅର୍ଥନୀତିକୁ ଶକ୍ତି ଦେବାକୁ ଏମାନେ ଆଗ୍ରହୀ ଅଛନ୍ତି । ଅର୍ଥନୈତିକ ସର୍ବେକ୍ଷଣର ଆଉ ଏକ ତଥ୍ୟ ଆଖି
ଖୋଲିଦେବା ଭଳି ଅଟେ, ଦେଶରେ କାର୍ଯ୍ୟରତ ଲୋକଙ୍କ ର୍ନିଭରଶୀଳତା ହ୍ରାସ ପାଉଛି । ଏହାର ଅର୍ଥ ଅଧିକରୁ
ଅଧିକ ଲୋକ ଅନ୍ୟମାନଙ୍କ ଉପରେ ର୍ନିଭରଶୀଳ ହେବା ପରିବର୍ତ୍ତେ ନିଜର ରୋଜଗାର କରିବାକୁ ଚାହାଁନ୍ତି । ଯଦି
ଏହି ସମସ୍ତ ଲୋକଙ୍କୁ ରୋଜଗାରର ସୁଯୋଗ ମିଳିବ, ତେବେ ସେମାନେ ଏକତ୍ର ଅର୍ଥନୀତିକୁ ବୃଦ୍ଧି କରିବେ ।
ଏହା ଉତ୍ପାଦନ ବୃଦ୍ଧି କରିବ ଏବଂ ଆୟ ସ୍ତରରେ ମଧ୍ୟ ଉନ୍ନତି ହେବ । ତେବେ ଅର୍ଥନୈତିକ ସର୍ଭେ ମଧ୍ୟ ଚେତାବନୀ ଦେଇଛି ଯେ ଡେମୋଗ୍ରାଫିକ ଡିଭିଡେଣ୍ଡ ହାସଲ କରିବା ପାଇଁ ନିଯୁକ୍ତି ସୁଯୋଗରେ ଅଭିବୃଦ୍ଧିର ଆବଶ୍ୟକତା ରହିବ ।

Leave A Reply

Your email address will not be published.