ଚାଇନା ଦେଖାଇଲା ଦାଦାଗିରି ତ ଭାରତ ଲାଗୁ କଲା \”ପ୍ରଚଣ୍ଡ\’ ପ୍ଲାନ

0 85

ନୂଆଦିଲ୍ଲୀ,: ଚାଇନା ପ୍ରାୟତଃ ପୂର୍ବ ଲଦାଖ ଏବଂ ସିଆଚେନ ଗ୍ଲେସିୟରରେ ନିଜର ପ୍ରାଧାନ୍ୟ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ, କିନ୍ତୁ ଏବେ ଏହାର ପ୍ରାଧାନ୍ୟ କାମ କରିବ ନାହିଁ । ଏହି ଅଞ୍ଚଳ ଗୁଡ଼ିକରେ ଡ୍ରାଗନକୁ ନିୟନ୍ତ୍ରଣ କରିବା ପାଇଁ ଭାରତ \”ପ୍ରଚଣ୍ଡ\’ ଯୋଜନା କାର୍ଯ୍ୟକାରୀ କରିଛି । ଭାରତୀୟ ସେନା ଏହି ଅଞ୍ଚଳ ଗୁଡ଼ିକରେ ୧୪୫ ଖଟଐ ମୁତୟନ କରିବ, ଯାହା ୧୬ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଡ୍ରାଗନର ପିଛା କରିବା ବନ୍ଦ କରିବ ନାହିଁ । ଭାରତୀୟ ସେନା
ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଐଇଖ) ଠାରୁ ୧୪୫ଟି ହାଲୁକା ଯୁଦ୍ଧ ହେଲିକପ୍ଟର (ଖଉଐ) କ୍ରୟ ଚୁକ୍ତି ପାଇଁ ଅନୁମୋଦନ ପାଇଛି । ଏହି ଚୁକ୍ତି କୁ ମଧ୍ୟ ଖୁବ ଶୀଘ୍ର କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି । ଏହା ସହିତ, ଭାରତୀୟ ସଶସ୍ତ୍ର ବାହିନୀର ବାୟୁ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବୟ ଚାଇନା ଏବଂ ପାକିସ୍ତାନ ସହିତ ସୀମାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ପାଇଁ ଖଟଐ କ୍ରୟ
ଭାରତର ରଣନୀତିର ଏକ ଅଂଶ, ଏହି ଯୁଦ୍ଧ ହେଲିକପ୍ଟର ଗୁଡ଼ିକ \”ପ୍ରଚଣ୍ଡ\’ ନାମରେ ମଧ୍ୟ ଜଣାଶୁଣା । ଉଚ୍ଚ ଉଚ୍ଚତାରେ କାର୍ଯ୍ୟ ପାଇଁ ଐଇଖ ଏହି ହାଲୁକା ଯୁଦ୍ଧ ହେଲିକପ୍ଟର ଗୁଡ଼ିକୁ ଡିଜାଇନ କରିଛି । ଏହା ଏକମାତ୍ର ଆକ୍ରମଣକାରୀ ହେଲିକପ୍ଟର ଯାହା ୧୬,୪୦୦ ଫୁଟ ଅର୍ଥାତ ପ୍ରାୟ ପାଞ୍ଚ ହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିବା ଏବଂ ଅବତରଣ କରିବାର କ୍ଷମତା ରଖେ । ଏହି ଏଲସିଏଚ ଗୁଡ଼ିକ ସିଆଚେନ ଗ୍ଲେସିୟର ଏବଂ ପୂର୍ବ ଲଦାଖ ଭଳି ଚ୍ୟାଲେଞ୍ଜିଂ ଭୂଖଣ୍ଡରେ ନିୟୋଜିତ ପାଇଁ ଉପଯୁକ୍ତ । ଏହି ହେଲିକପ୍ଟର ଗୁଡ଼ିକ ଉତ୍ତତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ । ଏଥିରେ ବାୟୁରୁ ବାୟୁ ଏବଂ ବାୟୁରୁ ଭୂମିକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର, ରକେଟ ଏବଂ ବୁର୍ଜ ଗନ ଅନ୍ତର୍ଭୁକ୍ତ । ଏହି ଶତ୍ରୁପକ୍ଷର ଟ୍ୟାଙ୍କ, ବଙ୍କର ଏବଂ ଆକାଶ ମାର୍ଗର ବିପଦକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବାକୁ ସକ୍ଷମ । ଏହା ବ୍ୟତୀତ ଏହା ଖଟଐ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଧ୍ୱଂସ କରିପାରିବ । ଏହି ଚୁକ୍‌ତିରେ ଭାରତୀୟ ସେନା ପାଇଁ ୯୦ଟି ଏବଂ ଭାରତୀୟ ବାୟୁସେନା ପାଇଁ ୬୬ଟି ହେଲିକପ୍ଟର ଅନ୍ତ୍ରଭୁକ୍ତ, ଯେଉଁଥିରେ ମିଳିତ କ୍ରୟ ପ୍ରୟାସର ନେତୃତ୍ୱ ନେଉଛି । ଭାରତୀୟ ସେନା \”ମେକ ଇନ ଇଣ୍ଡିଆ\’ ଅଧୀନରେ ଏଥିପାଇଁ ଐଇଖ ସହିତ ଏକ ଚୁକ୍ତି କରୁଛି, ଯାହାର ଲକ୍ଷ୍ୟ ବିଦେଶୀ ସାମରିକ ଯୋଗାଣ ଉପରେ ର୍ନିଭରଶୀଳତା ହ୍ରାସ କରିବା ଏବଂ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷମତା ବୃଦ୍ଧି କରିବାୟ ଐଇଖ ପୂର୍ବରୁ ଭାରତୀୟ ସେନାକୁ ୧୫ଟି ଖଟଐ ପ୍ରଦାନ କରିସାରିଛି ।

Leave A Reply

Your email address will not be published.