ଅବୀର ଗୁଲାଲ୍‌\’ ରିଲିଜ୍ ହେବା ଉଚିତ: ପ୍ରକାଶ ରାଜ

0 114

ନୂଆଦିଲ୍ଲୀ, : ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ପ୍ରକାଶ ରାଜ୍ ତାଙ୍କର ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଟ୍ୱିଟ୍ ଏବଂ ଭିଡିଓ ବିବାଦରେ ରହିବା ସହ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ । ଏବେ ଅଭିନେତାଙ୍କର ଆଉ ଏକ ବୟାନ ଆସିଛି ଯାହା ସବୁଠି ଚର୍ଚ୍ଚାରେ ରହିଛି । ପ୍ରକାଶ ରାଜ୍ ଭାରତରେ ସେନ୍ସରସିପ୍‌ ଏବଂ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ବ୍ୟାନ୍ ହୋଇସାରିଥିବା ଚଳଚ୍ଚିତ୍ର ‘ଅବୀର ଗୁଲାଲ\’ ଉପରେ ନିଜର ମତ ପ୍ରକାଶ କରିଛନ୍ତି । ପ୍ରକାଶ ରାଜ୍ ଲଲନଣ୍ଟପକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ମୁଁ କୌଣସି ଫିଲ୍ମକୁ ବ୍ୟାନ୍ କରିବା କରିବା ସପକ୍ଷରେ ନୁହେଁ । ଯେ କୌଣସି ପ୍ରକାରର ଚଳଚ୍ଚିତ୍ର ହେଲେ ବି ଆପଣ ଏହାର ମୁକ୍ତିଲାଭକୁ କରିପାରିବେ ନାହିଁ । ଫିଲ୍ମ ରିଲିଜ୍‌ କର ଏବଂ ଦର୍ଶକଙ୍କୁ ନିଷ୍ପତ୍ତି ନେବାକୁ ଦିଅ । ଯଦି ଫିଲ୍ମରେ ପର୍ଣ୍ଣୋଗ୍ରାଫି କିମ୍ବା ଶିଶୁ ନିର୍ଯାତନା
ଭଳି ଦୃଶ୍ୟ ରହିଛି, ତେବେ ଆପଣ ସେହି ଫିଲ୍ମକୁ ବ୍ୟାନ୍ କରିପାରିବେ, ଅନ୍ୟଥା ନୁହେଁ । ଆଜିର ସମୟରେ, ଅନେକ ବ୍ୟକ୍ତି ଛୋଟ ଛୋଟ ଜିନିଷକୁ ନେଇ ବିବାଦ ଆରମ୍ଭ କରୁଛନ୍ତି । ଦୀପିକା ପାଦୁକୋଣଙ୍କ ଫିଲ୍ମର ଏକ ଗୀତ (ବେସରମ୍ ରଙ୍ଗ୍‌)ରେ, ଲୋକମାନେ କେବଳ ତାଙ୍କ ପୋଷାକର ରଙ୍ଗ ପାଇଁ ରାଗି ଯାଇଥିଲେ । କିଛି ଦୀପିକା ପାଦୁକୋଣଙ୍କ ନାକ କାଟିଦେବି କହିଥିଲେ ତ କିଛି ଲୋକ ତାଙ୍କ ତାଙ୍କ ମୁଣ୍ଡ କାଟିଦେବି ବୋଲି କହିଥିଲେ । ସରକାର ସେମାନଙ୍କୁ ଏହା କରିବାରେ ସମର୍ଥନ କରୁଛନ୍ତି ବୋଲି ସେମାନେ ଏଭଳି ଧମକ ଦେଉଛନ୍ତି ।

Leave A Reply

Your email address will not be published.