ବଅଁରପାଳ,,ଅନୁଗୋଳ ଜିଲ୍ଲାରେ ଗତ କିଛି ଦିନ ପୂର୍ବେ ଦଳିତ ପରିବାର ଦୁଇଟି ନିରୀହ ଜୀବନ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି। ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟଣା ଅତ୍ୟନ୍ତ ଦୁଖଃ ଦାୟକ ଏବଂ ଛାତି ଥରା ଘଟଣା ଗତ ୨୭ ତାରିଖ ଦିନ ନିଖୋଜ ହୋଇଥିବା ଦେଉଳବେଡ଼ାର ବିଶ୍ଵଜିତ ନାଏକଙ୍କୁ ହତ୍ୟା କରିବା ସହିତ ମୁଣ୍ଡ ବିହୀନ ଶବ ଶିବରାମପୁର ଜଙ୍ଗଲ ମିଳିଥିଲା । ସେହିପରି ତାଳଚେର କଣିହାଁ ଥାନା ଲୋଧାଝରି ଗ୍ରାମର ୨୩ ବର୍ଷୀୟ ସୁଭଦ୍ରା ପାଢିଲ ନିରୀହ ଦଳିତ ପରିବାର ଝିଅକୁ ବଳାତ୍କାର ଓ ହତ୍ୟା କରି ବଅଁରପାଳ ଥାନା ଭୋଗବରେଣୀ ପଞ୍ଚାୟତ କେନ୍ଦୁପଲି ଗାଁ ନିକଟରେ ମିଳିଥିଲା। ଗତ ୨୬ ତାରିଖ ରେ ସୁଭଦ୍ରା ନିଖୋଜକୁ ନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ ଥାନା ପକ୍ଷରୁ ତତ୍ପରତା ଦେଖାଇବା ଜାଗାରେ ପରିବାର ଲୋକଙ୍କୁ ବାରମ୍ବାର ଏ ଥାନାରୁ ସେ ଥାନା ଦୌଡାଇ ଅପମାନିତ ଓ ନିନ୍ଦା ଦିଆଯାଇଥିଲା। ଦଳିତଙ୍କ ସାଥୀ ତଥା ଆଞ୍ଚଳିକ ବହୁଜନ ସମିତି ସଂଗଠନ ପକ୍ଷରୁ ତାଳଚେର ମଣ୍ଡାପାଳ ଡାକ୍ତରଖାନା ରେ ପହଞ୍ଚିଛି ପହଞ୍ଚି ବିଶ୍ୱଜିତର ଶବ ବ୍ୟବଚ୍ଛେଦ କେମିତି ସଠିକ ଭାବେ ହେବ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ସମବେଦନା ଜାଣଇ ଥିଲେ । ପରେ ଆଞ୍ଚଳିକ ବହୁଜନ ସମିତିର ସମସ୍ତ ସଦସ୍ୟ ସୁଭଦ୍ରାଙ୍କ ଘରେ ପହଞ୍ଚି ସୁଭଦ୍ରାଙ୍କ ପରିବାରକୁ ଦେଖା କରି ସହିତ ତାଙ୍କ ପରିବାର ଲୋକଙ୍କୁ ଭେଟ କରି ସମବେଦନା ଜଣାଇବା ସହିତ ସୁଭଦ୍ରାକୁ ୫ ଦିନ ଭିତରେ ଶୀଘ୍ର ନ୍ୟାୟ ପ୍ରଦାନ ନ କରାଗଲେ ଆଞ୍ଚଳିକ ବହୁଜନ ସମିତି ସଂଗଠନ ପକ୍ଷରୁ ସୁଭଦ୍ରାଙ୍କ ପାଇଁ ଜୋରଦାର୍ ଲଢେଇ ହେବା ନେଇ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଆଲୋଚନା କରିବା ସହିତ ଏକ ଦାବିପତ୍ର ଦେଇଥିଲେ। ଆଜି ସଂଗଠନ ସଭାପତି ମହେଶ୍ୱର ବେହେରାଙ୍କ ନେତୃତ୍ବରେ ବଅଁରପାଳ ଅଞ୍ଚଳରେ ସଂଗଠନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଦୁଇ ଯୁବକ ଓ ଯୁବତୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅମର ଆତ୍ମାର ସଦ୍ଗତିଃ ନିମନ୍ତେ ଶୋକ ବ୍ୟକ୍ତ କରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ର ଉଦାସୀନତା ମନୋଭାବକୁ ନିନ୍ଦା କରିବା ସହ ଆନ୍ଦୋଳନ କୁ ଓହ୍ଲାଇବାର ଚେତାବନି ଦେଇଛନ୍ତି। ଉକ୍ତି କାର୍ଯ୍ୟକ୍ରମରେ ଆଞ୍ଚଳିକ ବହୁଜନ ସମିତିର ସାଧାରଣ ସମ୍ପାଦକ କ୍ଷୀରୋଦ ବେହେରା, ଉପ ସଭାପତି ମୁନା ନାଏକ, ବାବା ସାହେବ୍ ଆମ୍ବେଦକର ଫାଉଣ୍ଡେସନ ସଭାପତି ଶତୃଘ୍ନ ନାଏକ, ସମ୍ପାଦକ ପ୍ରଭାତ କୁମାର ନାଏକ, ପ୍ରଦ୍ୟୁମ୍ନ ନାଏକ, ଚିତ୍ତରଞ୍ଜନ ଗୌତମ,କୁମୁଦ ନାଏକ ଭୀମ ଆର୍ମୀ ସଭାପତି ଅନନ୍ତ ନାଏକ, ଆମ୍ବେଦକର ବାଦି ପ୍ରଶାନ୍ତ ନାଏକ, ଲଙ୍କେଶ ନାଏକ, ଅନନ୍ତ ନାଏକ, ପ୍ରହଲ୍ଲାଦ ନାଏକ, ଚୌଧୁରୀ ନାଏକ ଆଞ୍ଚଳିକ ବହୁଜନ ସମିତି ସଂଗଠନର, ସଦସ୍ୟ ବିନୋଦ ବେହେରା, ସନ୍ତୋଷ ପ୍ରଧାନ,ସାନନ୍ଦ ବେହେରା,ବୀରେନ ନାଏକ ସମ୍ୟରଞ୍ଜନ ନାଏକ, ଅମର ନାଏକ, ଲିଙ୍ଗରାଜ ନାୟକ, ଅନନ୍ତ ନାଏକ, ମଲିଆ ନାଏକ, ଆନନ୍ଦ ନାଏକ, ବୁଲୁ ନାଏକ, ସୁଶାନ୍ତ ନାଏକ, କମଳ ବେହେରା, ଅଜିତ ନାଏକ,ବିଜୟ ନାଏକ, ଉପେନ୍ଦ୍ର ବେହେରା ଓ ଦୁଲ୍ଲଭ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।