ନୂଆଦିଲ୍ଲୀ, : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଭାରତୀୟ ଷ୍ଟକ୍ ବଜାରରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି । ଗତକିଛି ମାସ ହେବ ସେୟାର ବଜାର ତଳମୁହାଁ ରହି ଆସୁଥିବା ବେଳେ ନିକଟରେ ଭାରତ-ପାକ୍ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହେବା ପରେ ଏହି ଟ୍ରେଣ୍ଡ୍ ବଦଳୁଥିବା ନଜର ଆସୁଛି । ଗତ କିଛି ଦିନ ଲଗାତର ଭାବେ ଉପରମୁହାଁ (ଗ୍ରୀନ୍ ଜୋନ୍)ରେ ରହୁଛି ଭାରତୀୟ ଷ୍ଟକ୍ ମାର୍କେଟ୍ । ସପ୍ତାହର ତୃତୀୟ କାର୍ଯ୍ୟ ଦିବସ (ୱାର୍କିଂ ଡେ) ବୁଧବାର ଦିନର କଥା ଯଦି ଦେଖିବା ତ ମାର୍କେଟର ଓପେନିଂ ଗ୍ରୀନ୍ ଜୋନ୍ରୁ ହୋଇଛି । ଯାହାକି ଗତ କିଛି ମାସର ନିମ୍ନଗାମୀ ବଜାର ଟ୍ରେଣ୍ଡ୍ରେ ବିରାମ ଲଗାଇଛି । ବମ୍ପେ ଷ୍ଟକ୍ ଏକ୍ସଚେଞ୍ଜ୍ର ୩୦ ସେୟର୍ଯୁକ୍ତ ସେନସେକ୍ସ ଖୋଲିବା ପରେ ୪୦୦ ପଏଣ୍ଟରୁ ବି ଅଧିକ ଉପରକୁ ଯାଇଛି । ସେହିପରି ନେସ୍ନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୨୦ ପଏଣ୍ଟ୍ ଚିକରି କାର୍ଯ୍ୟବାହୀ ଆରମ୍ଭ କରିଛି । ସେହିପରି ଟାଟା ଷ୍ଟିଲ୍ର ସେୟାର୍ ଲଗାତାର ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।