ପ୍ଲଟ ବିକ୍ରି ନାଁରେ ୩୫ ଲକ୍ଷ ଟଙ୍କା ଠକେଇ

0 51

ବ୍ରହ୍ମପୁର,: ପ୍ଲଟ ବିକ୍ରି ନାଁରେ ବ୍ରହ୍ମପୁରର ଏକାଧିକ ଲୋକଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଠକେଇ କରିଥିବା ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ପି. ଶ୍ୟାମବାବୁ ପାତ୍ର(୫୮)ଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି ା ପ୍ରକାଶଥାଉକି, ଭୁବନେଶ୍ବର ଖଣ୍ଡଗିରିରେ ରହୁଥିବା ନୟାଗଡ ରାଜାବଗିଚାର ମୂଳବାସିନ୍ଦା ଶ୍ରୀ ପାତ୍ର ୨୦୧୭ ରୁ ୨୦୧୯ ଯାଏଁ ବ୍ରହ୍ମପୁର ମହାନଗର ନିଗମରେ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ା ସେ ୨୦୧୯ରେ ଭିଆରଏସ ନେଇଯାଇଥିଲେ ା ହେଲେ ବ୍ରହ୍ମପୁରରେ ଯନ୍ତ୍ରୀଭାବେ କାର୍ଯ୍ୟ କରୁଥିବା ବେଳେ ସେ ଏଠାରେ ପ୍ଲଟ ବ୍ୟବସାୟ ମଧ୍ୟ କରୁଥିଲେ ା ୨୦୧୬ରେ ଗାନ୍ଧୀନଗର ଅଞ୍ଚଳର ମହତଳା ରଶ୍ମୀତା ସାହୁ ଲୋଚପାଡା ଅଞ୍ଚଳରେ ୬ଟି ପ୍ଲଟ କିଣିବାକୁ ଶ୍ରୀ ପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ ା ଏହି ୬ଟି ପ୍ଲଟ ପାଇଁ ମୋଟ ୭୧ ଲକ୍ଷ ଟଙ୍କା ନେଣଦେଣ ପାଇଁ ଶ୍ରୀ ପାତ୍ର ଓ ରଶ୍ମୀତାଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା ା ପ୍ଲଟ କିଣିବା ପାଇଁ ଅଗ୍ରୀମ ଟଙ୍କା ବାବଦକୁ ରଶ୍ମୀତା ବିଭିନ୍ନ ପର୍ଯ୍ୟାୟରେ ଶ୍ରୀ ପାତ୍ରଙ୍କୁ ୨୫ ଲକ୍ଷ ଟଙ୍କା ଦେଇଥି​‌େ​‌ଲ ା ହେଲେ ଅନେକ ମାସ ପରେ ମଧ୍ୟ ଶ୍ରୀ ପାତ୍ର ପ୍ଲଟ ବିକ୍ରି କରିନଥିଲେ କିମ୍ବା ରଶ୍ମୀତାଙ୍କ ନାମରେ ପଞ୍ଜିକରଣ କରାଇ ନଥିଲେ ା ରଶ୍ମୀତା ଓ ତାଙ୍କ ସ୍ବାମୀ ସୁମନ୍ତ ଏ ବିଷୟରେ ଶ୍ରୀ ପାତ୍ରଙ୍କୁ ପଚାରବାରେ ସେ ଉଭୟଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ ା ହେଲେ ଥାନାରେ ଅଭିଯୋଗ କରିବେ ବୋଲି ଏହି ଦମ୍ପତି ଜଣାଇବା ପରେ ୨୦୨୧ରେ ଶ୍ରୀ ପାତ୍ର ୧୫ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ ା ହେଲେ ଅଗ୍ରୀମ ଟଙ୍କାରୁ ଆଉ ୧୦ ଲକ୍ଷ ରଶ୍ମୀତା ପାଇବାକୁ ଥିଲା ା ହେଲେ ଶ୍ରୀ ପାତ୍ର ଟଙ୍କା ଫେରସ୍ତ କରିବାର ନାଁ ଧରିନଥିଲେ ା ରଶ୍ମୀତା ଓ ତାଙ୍କ ସ୍ବାମୀ ବାରମ୍ବା ଟଙ୍କା ମାଗିବାକୁ ଯିବାରୁ  ଶ୍ରୀ ପାତ୍ର ନାନାପ୍ରକାର ଧମକ ଦେବା ସହ ଟଙ୍କା ଫେରାଇବେ ନାହିଁ ବୋଲି ମନା କରି ଦେଇଥିଲେ ା ଯାହାକୁ ନେଇ ରଶ୍ମୀତାଙ୍କ ସ୍ବାମୀ ଟାଉନ ଥାନାରେ ଅଭିଯୋଗ କରିଥିଲେ ା ସେହିପରି ଅଷ୍ଟ୍ରେଲିଆରେ ରହୁଥିବା ବ୍ରହ୍ମପୁରର ସନ୍ତୋଷ କୁମାର ମୁନିଙ୍କୁ ଗୋସାଇଁନୂଆଗାଁ ଅଞ୍ଚଳରେ ଏକ ପ୍ଲଟ ଦେବାକୁ କହି ୨୫ ଲକ୍ଷ ଟଙ୍କା ନେଇଥିଲେ ା ହେଲେ ପରବର୍ତ୍ତୀ ସମୟରେ ପ୍ଲଟ ପଞ୍ଜିକରଣ କରାଇନଥିଲେ କିମ୍ବା ଟଙ୍କା ଫେରସ୍ତ କରିନଥିଲେ ା ଠକେଇର ଶିକାର ହୋଇଥିବା ଜାଣିବା ପରେ ଶ୍ରୀ ମୁନି ଗୋସାଇଁନୂଆଗାଁ ଥାନାକୁ ଯାଇ ଶ୍ରୀ ପାତ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ ା ଉଭୟଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଶ୍ରୀ ପାତ୍ରଙ୍କ ନାଁରେ ୨ ଟି ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା ା ଶ୍ରୀ ପାତ୍ର ଉଭୟଙ୍କ ଠାରୁ ଟଙ୍କା ନେଇ ପ୍ଲଟ ବିକ୍ରି କରିନଥିବା ସ୍ପଷ୍ଟ ହେବା ପରେ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସପି  ଡା. ସର୍ବଣା ବିବେକ ଏମ କହିଛନ୍ତି ା ପାତ୍ରଙ୍କ ଦ୍ବାରା ଯଦି ଆଉ କିଏ ଠକେଇର ଶିକାର ହୋଇଛନ୍ତି  ତେବେ ସେମାନେ ନିକଟସ୍ଥ ପୁଲିସ ଥାନାରେ ଅଭିଯୋଗ କରିବାକୁ ଏସପି ଜଣାଇଛନ୍ତି ା

Leave A Reply

Your email address will not be published.