ହାଉସଫୁଲ-୫ର ଆୟ ଉପରେ ଅକ୍ଷୟ କୁମାରଙ୍କ ପ୍ରତିକ୍ରିୟା

Akshay Kumar reacts to Housefull 5's earnings

0 75

ମୁମ୍ବାଇ, ୯ା୬ : ଅକ୍ଷୟ କୁମାର ଆଜିକାଲି ଶିରୋନାମାରେ ଅଛନ୍ତି । ତାଙ୍କର କମେଡି ଫିଲ୍ମ ହାଉସଫୁଲ-୫ ବକ୍ସ ଅଫିସରେ ଧମାକା କରୁଛି । ଫିଲ୍ମଟି ମାତ୍ର ତିନି ଦିନରେ ୮୭ କୋଟି ରୋଜଗାର କରିଛି । କିଛି ସମୟ ଧରି ଅକ୍ଷୟ କୁମାରଙ୍କ ଫିଲ୍ମଗୁଡ଼ିକ ଫ୍ଲପ୍ ହେଉଥିଲା । ଏବେ ହାଉସଫୁଲ-୫ ଭଲ କଲେକ୍ସନ କରିବାରୁ ଅକ୍ଷୟ ବହୁତ ଖୁସି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଅକ୍ଷୟ କୁମାର ୧୫ ବର୍ଷ ଧରି ହାଉସଫୁଲ ଫ୍ରାଞ୍ଚାଇଜର ଅଂଶ ଅଛନ୍ତି । ଏହା ଏହି ଫ୍ରାଞ୍ଚାଇଜର ପଞ୍ଚମ ଫିଲ୍ମ । ପାଞ୍ଚଟି ଫିଲ୍ମ ଭଲ କଲେକ୍ସନ କରିଛି । ପ୍ରତ୍ୟେକ ଫିଲ୍ମରେ ଏକ ଭିନ୍ନ କାହାଣୀ ଦେଖିବାକୁ ମିଳିଛି ଯାହା ଲୋକଙ୍କୁ ବହୁତ ହସାଇଥାଏ । ଏଥର ହାଉସଫୁଲ-୫ରେ ମର୍ଡର ମିଷ୍ଟ୍ରି ସହିତ କମେଡି ଯୋଡାଯାଉଛି । ଅକ୍ଷୟ କୁମାର ଫିଲ୍ମର ରୋଜଗାର ଉପରେ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଅକ୍ଷୟ କୁମାର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପାଞ୍ଚଟି ଫିଲ୍ମର ଛୋଟ କ୍ଲିପ୍ ଦେଖାଯାଇଛି । ଅକ୍ଷୟ ଲେଖିଛନ୍ତି, “୧୫ ବର୍ଷର କମେଡି, ଦ୍ୱ­ନ୍ଦ୍ୱ ଏବଂ ବିଶୃଙ୍ଖଳା ଏବଂ ଏହି ସପ୍ତାହାନ୍ତରେ ଆପଣ ଆମକୁ ମନେ ପକାଇ ଦେଇଛନ୍ତି ଯେ, ଆମେ ଏହା କାହିଁକି କରୁ । ଏହି ମାଇଲଖୁଣ୍ଟକୁ ହୃଦୟର ସହିତ ଏବଂ ଏକ ହାଉସଫୁଲ୍ ଶୋ ସହିତ ପାଳନ କରୁଛୁ । ଆପଣଙ୍କ ନିକଟସ୍ଥ ସିନେମା ହଲରେ ଯାଇ ହାଉସଫୁଲ୍-୫ ଦେଖନ୍ତୁ ।’ ଲୋକମାନେ ଏହି ଭିଡିଓ ଉପରେ ବହୁତ ମନ୍ତବ୍ୟ ଦେଉଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ହାଉସଫୁଲ୍-୫ ଶୀର୍ଷରେ ଅଛି । ଆଉ ଜଣେ ଲେଖିଛନ୍ତି – ହାଉସଫୁଲ୍-୩ ସର୍ବୋତ୍ତମ ଥିଲା । ଜଣେ ଲେଖିଛନ୍ତି – ଅକ୍ଷୟ କୁମାର ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ସର୍ବୋତ୍ତମ କାମ କରିଛନ୍ତି । ହାଉସଫୁଲ୍-୫ର ବକ୍ସ ଅଫିସ୍ କଲେକ୍ସନ ବିଷୟରେ କହିବାକୁ ଗଲେ, ଏହା ସପ୍ତାହାନ୍ତରେ ବହୁତ ରୋଜଗାର କରିଛି । ଫିଲ୍ମଟି ପ୍ରଥମ ଦିନରେ ୨୪ କୋଟି, ଦ୍ୱିତୀୟ ଦିନରେ ୩୧ କୋଟି, ତୃତୀୟ ଦିନରେ ୩୨.୫ କୋଟି ଟଙ୍କା ଆୟ କରିଛି । ଫିଲ୍ମର ମୋଟ କଲେକ୍ସନ ୮୭ କୋଟି ହୋଇଛି । ଏହି ଫିଲ୍ମର ଷ୍ଟାରକାଷ୍ଟ ବହୁତ ଲମ୍ବା । ଏହି ଫିଲ୍ମ ୩୫୦ କୋଟି ବଜେଟ୍ରେ ତିଆରି ହୋଇଛି । ଏହି ଫିଲ୍ମଟି ତରୁଣ ମନସୁଖାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ।

Leave A Reply

Your email address will not be published.