ଜଙ୍ଗଲୀ ହାତୀ ଉଜାଡି ଦେଲେ ୮ ଏକର ଧାନ ଫସଲ

Wild elephants destroy 8 acres of paddy crop

0 73

ଲାଞ୍ଜିଗଡ଼,11/7: ପ୍ରାୟ ମାସଟିଏ ହେଲା ଲଘୁ·ପ ଜନିତ ବର୍ଷା ଲାଗି ରହିଥିବାବେଳେ ଠିକ ସମୟରେ ବର୍ଷା ହେବା ଯୋଗୁଁ ଚାଷୀ ଏଥର ବିହନ ବୁଣାବୁଣି ଓ ତଳି ରୁଆରୁଇ କରିବାରେ ଆଗୁଆ ରହିଛି । କେତେକ ଅଞ୍ଚଳରେ ବୁଣାବୁଣି ଓ ତଳିରୁଆ ସାରିଥିବାବେଳେ କେଉଁ କେଉଁଠି ଧାନ ଗଛ ବଢ଼ି ଆସିଲାଣି । ତେବେ ଏହି ସମୟରେ ·ଷୀ ଓ ·ଷୀଙ୍କ ଉପରେ ଦାଉ ସାଧୁଛନ୍ତି ଜଙ୍ଗଲୀ ହାତୀ ପଲ । ଏକ ଷୋହଳଟିକିଆ ହାତୀପଲ ଧାନ ଚାଷ ହୋଇଥିବା ଜମିରେ ଉତ୍ପାତ କରିବା ସହିତ ପାଦରେ ଦଳିମକଚି ପ୍ରାୟ ୮ ଏକରରୁ ଉଦ୍ଧ୍ୱର୍୍ ଜମିର ଧାନ ଫସଲକୁ ନଷ୍ଟ ବିନଷ୍ଟ କରିଦେଇଛନ୍ତି । ଜଙ୍ଗଲୀ ହାତୀପଲଙ୍କ ଏଭଳି ଉପଦ୍ରବ ଯୋଗୁଁ ମୁଣ୍ଡରେ ହାତଦେଇ ବସିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ତଥା ବିଶ୍ୱନାଥପୁର ଓ ନର୍ଲା ବନାଞ୍ଚଳ ଅନ୍ତର୍ଗତ ପାଣିମୁଣ୍ଡା ଗାଁର ଚାରିଜଣ ଚାଷୀ । ବୁଧବାର ବିଳମ୍ବିତ ରାତିରେ ପାଣିମୁଣ୍ଡା ଗାଁ ଉପର ମୁଣ୍ଡରେ ଥିବା ଚାଷଜମିକୁ ହଠାତ ଏକ ଷୋହଳ ଟିକିଆ ହାତୀପଲ ପଶି ଆସିବା ସହିତ ଗାଁର ଚାଷୀ ରଘୁନାଥ ଭୋଇଙ୍କ ଦୁଇ ଏକର, ତପନ କୁମାର ଭୋଇଙ୍କ ଦୁଇ ଏକର, ରୋହିତ ଭୋଇଙ୍କ ଦୁଇ ଏକର, ସାଧୁ ନାଏକଙ୍କ ଦୁଇ ଏକର ଜମିର ଧାନ ଫସଲକୁ ସଂପୂର୍ଣ୍ଣ ଭାବେ ଦଳି ମକଚି ନଷ୍ଟ ବିନଷ୍ଟ କରିଦେଇଛନ୍ତି । ଶୁକ୍ରବାର ସକାଳୁ ଚାଷୀମାନେ ଏ ସମ୍ପର୍କରେ ଜାଣିବା ପରେ ବନବିଭାଗକୁ ଖବର ଦେଇଥିଲେ । ତେବେ ପାଣିମୁଣ୍ଡା ଗାଁର ଚାଷଜମିର ଅଧାରୁ ଅର୍ଦ୍ଧେକ ଅଂଶ ବିଶ୍ୱନାଥପୁର ଓ ନର୍ଲା ବନାଞ୍ଚଳ ଅଧୀନରେ ଆସୁଥିବାରୁ କିଏ ତଦନ୍ତ କରିବ ଓ ରିପୋର୍ଟ ଦେବ ତାକୁ ନେଇ ବେଶ ସମୟ ଧରି ନ୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏପରିକି ନର୍ଲା ବନାଞ୍ଚଳରୁ ଦୁଇ ତିନିଜଣ ଅସ୍ଥାୟୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ବିଶ୍ୱନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନର ବନପାଳ ଭାଗିରଥୀ ନାଏକ, ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ସହିତ ପହଞ୍ଚି ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଫେରିଯାଇଥିବା ଜଣାପଡିଛି । ତେବେ ବର୍ଷ ତମାମ ପାଣିମୁଣ୍ଡା, ଗୋବର୍ଦ୍ଧନପୁର ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଚଳପ୍ରଚଳ ଓ ଉପଦ୍ରବ ଲାଗି ରହିଥିବାବେଳେ ବନ ବିଭାଗ ପକ୍ଷରୁ ଲୋକଙ୍କ ଧନଜୀବନ ଓ କଷ୍ଟୋପାର୍ଜିତ ଫସଲର ସୁରକ୍ଷାକୁ ପ୍ରାଧାନ୍ୟ ଦେବା ବଦଳରେ ରେଳ ଧାରଣାରୁ ହାତୀକୁ ସୁରକ୍ଷା ଦେବାରେ ନିୟୋଜିତ ରହୁଛି । ସେହିପରି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେଉଥିବାବେଳେ ଲୋକଙ୍କୁ ନାମକୁ ମାତ୍ର କ୍ଷତିପୂରଣ ଦିଆଯାଉଥିବା ନେଇ ଅଭିଯୋଗ ହେଉଛି । ଏଣୁ ଜଙ୍ଗଲକୁ ଲାଗିଥିବା ଚାଷଜମିର ସୁରକ୍ଷା ପାଇଁ ଜଙ୍ଗଲ ସୀମାରେ ଥିବା ପୋତି ହୋଇପଡୁଥିବା ଏଲିଫ୍ୟାଣ୍ଟ ଟ୍ରେଞ୍ଚର ପୁନଃରୁଦ୍ଧାର କରିବା ଓ ହାତୀପଲର ଗତିବିଧି ସମ୍ପର୍କରେ ଜାଣିବାକୁ ସୁଉଚ୍ଚ ୱାଚ ଟାୱାର ନିର୍ମାଣ ପାଇଁ ଦାବି ହେଉଛି । ସେହିପରି ବର୍ତ୍ତମାନ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହେଉଛି ।

Leave A Reply

Your email address will not be published.