ମେଗାଲିଫ୍ଟ କେନାଲରୁ ଖରିଫ ଜଳସେଚନ

Kharif irrigation from Megalift Canal

0 58

ଧର୍ମଗଡ, 11/7: ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଚଳିତ ବର୍ଷ ଖରିଫ ଚାଷ ପାଇଁ ଶୁକ୍ରବାର ଠାରୁ ମେଗାଲିଫ୍ଟ କେନାଲରୁ ଜଳସେଚନ ଆରମ୍ଭ ହୋଇଛି । ମଙ୍ଗଳପୁର ଠାରେ ଥିବା ମେଗାଲିଫ୍ଟ ପାୱାର ହାଉସରେ ପୂଜାର୍ଚ୍ଚନା କରିବା ପରେ ଦିନ ୧୧:୩୦ରେ ମେଗାଲିଫ୍ଟ କେନାଲ ଦେଇ ଜଳସେଚନ ଗେଟ ଖୋଲାଯାଇଛି । ମେଗାଲିଫ୍ଟ କେନାଲକୁ ଗତ ୨୦୨୧ରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସେଚନର ଶୁଭାରମ୍ଭ କରିଥିଲେ । ମେଗାଲିଫ୍ଟ କେନାଲରୁ ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକର ୨୫ ହଜାର ୨୭୫ ହେକ୍ଟରକୁ ଭୂତଳ ପାଇପ ଲାଇନ ଜରିଆରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଛି । ଚଳିତ ବର୍ଷ କୋକସରା ବ୍ଲକର ୪୧ ଗ୍ରାମର ୧୧୩୦୧ ହେକ୍ଟର ଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବା ନେଇ କୁସୁମଖୁଣ୍ଟି ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ପ୍ରଣୟ କୁମାର ପ୍ରଧାନ ସୂଚନା ଦେବାସହ ଚାଷିଙ୍କୁ ପାଣିର ସୁବିନିଯୋଗ କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.