ଆଧାର ନାହିଁ, କୌଣସି ସରକାରୀ ସୁବିଧା ମିଳିବ ନାହିଁ

0 52

ଉମରକୋଟ,: ଆଧାର କାର୍ଡ ନ ଥିଲେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିବେ । ସରକାରଙ୍କ ଅଜୀବ ନିୟମ! ଜଣେ ଦିବ୍ୟାଙ୍ଗ ବାଳକର ଆଧାର କାର୍ଡ ବନି ପାରୁନଥିବାରୁ ତାକୁ ଭତ୍ତାରୁ\ ବଞ୍ଚିତ କରାଯାଇଛି । ଏପରିକି ଦିବ୍ୟାଙ୍ଗ ବାଳକର ପିତାଙ୍କ ଆଧାର କାର୍ଡରେ ବୟସ କମ ଥିବାରୁ ସେ ବୃଦ୍ଧ ଭତ୍ତାରୁ ମଧ୍ୟ ବଞ୍ଚିତ ରହିଛନ୍ତି । ଏଭଳି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଏକ ପରିବାରର ଦୁଃଖ ଭରା କାହାଣୀ ସାମ୍ନାକୁ ଆସିଛି । ଏଇ ଦୁର୍ଗମ ଉପାନ୍ତ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୋଦା ପଞ୍ଚାୟତ ଅଧୀନରେ ଥିବା ସରାଗୁଡା ଗ୍ରାମରେ ରହୁଥିବା ଲଛନ ଭତ୍ରାଙ୍କ ପରିବାରର କାହାଣୀ । ଲଛନଙ୍କ ୯ ବର୍ଷର ପୁଅ ରବିସିଂ ଭତ୍ରା, ଯିଏକି ଜନ୍ମରୁ ବିକଳାଙ୍ଗ । ସେ ନା ଦେଖିପାରୁଛନ୍ତି, ନା କହିପାରୁଛନ୍ତି, ନା ଶୁଣି ପାରୁଛନ୍ତି, ନା ଚାଲି ପାରୁଛନ୍ତି । ସେ ଜନ୍ମ ହେବାର\ ତିନି ମାସ ପରେ ମାଁ ଯଶୋଦା ଭତ୍ରା ସ୍ୱର୍ଗବାସ ହୋଇ ଯାଇଥିଲେ । କିନ୍ତୁ ତାଙ୍କ ପରିବାର ଭାଙ୍ଗି ନ ଥିଲା । ତାଙ୍କ ଦୁଇ ଭଉଣୀ ସନେଇ ଭତ୍ରା ନିଜର ପାଠ ପଢା ଛାଡି ସାନ ଭାଇ ରବିସିଂର ଦେଖଭାଲ କରୁଛନ୍ତି । ବଡ଼ ଭାଇ କୁଲି ମଜୁରୀ କରି ଯାହା ଆଣନ୍ତି ସେଥିରେ ତାଙ୍କ ପରିବାର ଚଳେ । ସେପଟେ ରବିସିଂର ଆଧାର କାର୍ଡ ନଥିବାରୁ ସେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି ଏବଂ ବିଡ଼ିଓ ମନୋଜ କୁମାର ମେହେର ରବିସିଂଙ୍କ ପାଇଁ ବିକଳ୍ପ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଦିବ୍ୟାଙ୍ଗ ରବିସିଂଙ୍କୁ କେବେ ସରକାରୀ ସହାୟତା ମିଳିବ?

Leave A Reply

Your email address will not be published.