ପିଏମ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

Madhya Pradesh Chief Minister meets PM Modi and Home Minister Amit Shah

0 167

ଭୋପାଲ, ୩୧ା୭ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ ଗୁରୁବାର ନୂଆଦିଲ୍ଲୀ ପ୍ରବାସ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କଠାରୁ ମାର୍ଗଦର୍ଶନ ଗ୍ରହଣ କରିଛନ୍ତି । ଏହି ସମୟରେ ଦୁଇ ନେତା ମଧ୍ୟପ୍ରଦେଶର ରାଜନୈତିକ ଗତିବିଧି ଓ ବିକାଶ ସହ ସଂପୃକ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ମାମଲା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଭେଟଘାଟକୁ ମଧ୍ୟପ୍ରଦେଶରେ ଚାଲିଥିବା ବିକାଶ ଯୋଜନା ଓ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ଆଉ ଅଧିକ ମଜବୁତ କରିବା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଉଛି । ମୁଖ୍ୟମନ୍ତ୍ରୀ ଡ଼. ଯାଦବ ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ସେୟାର କରି କହିଛନ୍ତି ଯେ, ଆଜି ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନିଜ ୧୮ ମାସର କାର୍ଯ୍ୟକାଳର ଉପଲବ୍ଧି ସମ୍ପର୍କରେ ଜଣାଇଛି । ସେ ‘ଐତିହ୍ୟରୁ ବିକାଶ ପଥ’ ନାମକ ପୁସ୍ତିକା ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି, ଯେଉଁଥିରେ ସୁଶାସନ, ଆର୍ôଥକ ବିକାଶ, ନାରୀ ସଶକ୍ତିକରଣ, ଜନଜାତି କଲ୍ୟାଣ ଓ ଅଧୋସଂରଚନା ଭଳି କ୍ଷେତ୍ରର ବିକାଶ ସଂପର୍କରେ ଉଲ୍ଲେଖ ଅଛି । ସେ ଦୁବାଇ ଓ ସ୍ପେନରେ ହେଉଥିବା ନିବେଶ ଯାତ୍ରା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଏବଂ ଭବିଷ୍ୟତ ପାଇଁ ମାର୍ଗଦର୍ଶନ ଓ ସହଯୋଗର ଆଶା ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ ସଂସଦ ଭବନରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ଏବଂ ବୈଠକ ଦ୍ୱାରା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା, ସାମ୍ପ୍ରତିକ ରାଜନୈତିକ ବିଷୟ ଉପରେ ତାଙ୍କର ମାର୍ଗଦର୍ଶନ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଡ଼. ଯାଦବ ସାକ୍ଷାତକାର ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ, ତାଙ୍କର ସରକାର ମଧ୍ୟପ୍ରଦେଶର ବିକାଶ ପାଇଁ ପ୍ରତିବଦ୍ଧ । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କର ସହଯୋଗ ଓ ମାର୍ଗଦର୍ଶନ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । “ଆମେ ଭାରତ ସରକାର ସହ ମିଶି ଅନେକ ଯୋଜନା ଉପରେ କାମ କରୁଛୁ,” ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଆଲୋଚନାରେ ରାଜ୍ୟର ଭିତ୍ତିଭୂମି ପରିଯୋଜନା, ଗ୍ରାମୀଣ ବିକାଶ ଓ ଔଦ୍ୟୋଗିକ ଅଗ୍ରଗତି ଭଳି ବିଷୟରେ ଆଲୋଚନା ହୋଇଛି ।

Leave A Reply

Your email address will not be published.