ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ସାକ୍ଷୀ: ଓରମାସ ରାକ୍ଷୀ

Witness the sacred bond of brother and sister: O Mas Rakshi

0 78

ଭୁବନେଶ୍ୱର, 31/7: ଭାରତୀୟ ସଂସ୍କୃତିରେ ରକ୍ଷା ବନ୍ଧନର ସ୍ଥାନ ସ୍ୱତନ୍ତ୍ର । ଭାଇ- ଭଉଣୀଙ୍କ ପବିତ୍ର ସ୍ନେହର ବନ୍ଧନର ସାକ୍ଷୀ ହୋଇଥାଏ ରାକ୍ଷୀ । ଶ୍ରାବଣ ପୂର୍ଣ୍ଣିମାର ମହାର୍ଘ୍ୟ ଅବସରରେ ରକ୍ଷା କବଚ ସଦୃଶ ଭାଇର ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ । ଭାଇଭଉଣୀଙ୍କ ପବିତ୍ର ବନ୍ଧନକୁ ସମ୍ମାନ ଜଣାଇ ଓରମାସ୍ ପକ୍ଷରୁ ପ୍ରସ୍ତୁତ କରାଯାଇଛି ବିଭିନ୍ନ କିସମର ରାକ୍ଷୀ । ପରମ୍ପରା ସହ ପରିବେଶକୁ ଗୁରୁତ୍ୱ ଦେଇ ଓରମାସ୍ ଦ୍ୱାରା ପ୍ରସ୍ତୁତ ରାକ୍ଷୀ ସବୁ ୧ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି ହେବ । ଚଳିତ ବର୍ଷ ରକ୍ଷା ବନ୍ଧନ ଉପଲକ୍ଷେ ରାଜ୍ୟ ସରକାଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଓରମାସ ଦ୍ୱାରା ସହାୟତା ପ୍ରାପ୍ତ ଗୋଷ୍ଠୀ ଅନୁଷ୍ଠାନମାନଙ୍କ ଦ୍ୱାରା ପ୍ରସ୍ତୁତ ହାତତିଆରି ରାକ୍ଷୀ ଓଡିଶାର ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗଡା ଏବଂ ସମ୍ବଲପୁର ଜିଲ୍ଲାରେ ବିକ୍ରୟ କରାଯିବା ନିମନ୍ତେ ୧ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଅଛି । ଏଥିରେ ସବାଇ ଘାସ, କାଇ, ମାଟି, ନଡିଆ ଖୋଳପା, ଧାନ, ଚାଉଳ, ବିରି, ମୁଗ, କାଗଜ ମଣ୍ଡ, ସମ୍ବଲପୁରୀ କପଡା, ଝୋଟ, କିଆପତ୍ର, ଟସର ସୂତା, ଆପ୍ଲିକ ଓ ବାଉଁଶ ଇତ୍ୟାଦିରୁ ଗ୍ରାମଞ୍ଚଳର ମହିଳା କାରିଗରମାନଙ୍କ ଦ୍ୱାରା ପ୍ରାକୃତିକ ଓ ଜୈବିକ ତଥା ପରିବେଶ ଉପଯୋଗୀ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ କରାଯାଇଅଛି । ଓରମାସ୍ ଷ୍ଟଲମାନଙ୍କରେ ଅତି ସୁଲଭ ମୂଲ୍ୟରେ ସୁନ୍ଦର ଓ କାରୁକାର୍ଯ୍ୟ ପୂର୍ଣ୍ଣ ରାକ୍ଷୀଗୁଡିକ ଉପଲବ୍ଧ କରାଯାଇ ସ୍ଥାନୀୟ ପରିବେଶପ୍ରେମୀ ଗ୍ରାହକମାନଙ୍କୁ ଆକୃଷ୍ଟ କରାଯିବା ସହ ଗ୍ରାମୀଣ କାରିଗରମାନଙ୍କର ଆର୍ଥିକ ଉନ୍ନତିରେ ସହାୟକ ହେବାର ସୁଯୋଗ ସୃଷ୍ଟି କରାଯାଇଅଛି । ଓରମାସ୍ ବିକ୍ରୟ କେନ୍ଦ୍ରମାନଙ୍କରେ ସ୍ଥାନୀୟ ଗ୍ରାହକମାନେ ଅତ୍ୟନ୍ତ ସ୍ୱଳ୍ପ ମୂଲ୍ୟରେ ଭିନ୍ନ ଭିନ୍ନ ଡିଜାଇନର ସୁନ୍ଦର ରାକ୍ଷୀ ସବୁ କିଣିପାରିବେ । ଏହା ଗ୍ରାମୀଣ ହସ୍ତଶିଳ୍ପ ଉପରେ ଆଧାରିତ ପରିବେଶଧର୍ମୀ ପଦାର୍ଥ ପ୍ର·ର ପାଇଁ ଏକ ଉକ୍ରୃଷ୍ଟ ଉଦ୍ୟମ ରୂପେ ଦେଖାଯାଉଛି । ଓରମାସ ମାଧ୍ୟମରେ ଏହି ପଦକ୍ଷେପ ଗ୍ରାମାଞ୍ଚଳରେ ସ୍ୱାବଲମ୍ବନର ସୁଯୋଗ ସୃଷ୍ଟି ସହ, ଓଡ଼ିଆ ପାରମ୍ପରିକ କଳାର ପ୍ରଚାର ଓ ଭାରତୀୟ ସାଂସ୍କୃତିକ ବିଭବକୁ ଆଉପାଦେ ଆଗକୁ ନେଉଛି ।

Leave A Reply

Your email address will not be published.