ଭାରତକୁ ଧମକ ଦେବାର ୨୪ ଘଣ୍ଟା ପରେ ଲଗାଇଲେ ୫୦% ଟାରିଫ

50% tariff imposed 24 hours after threatening India

0 123

ୱାଶିଂଟନ/ନୂଆଦିଲ୍ଲୀ, : ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଆଉ ୨୫% ଟାରିଫ ଲଗାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟାରିଫ ବୃଦ୍ଧି ଧମକର ୨୪ ଘଣ୍ଟା ମଧ୍ୟରେ ଟ୍ରମ୍ପ ଏପରି ପଦକ୍ଷେପ ନେଇଛନ୍ତି । ରୁଷ ଠାରୁ ଭାରତ ତେଲ କିଣିବା ଜାରି ରଖିଥିବାରୁ ଟ୍ରମ୍ପ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହାକୁ ମିଶାଇ ଏବେ ଭାରତ ଉପରେ ଲାଗୁ ହେଉଥିବା ମୋଟ ଟାରିଫ ବା ଶୁଳ୍କ ପରିମାଣ ୫୦%କୁ ବୃଦ୍ଧି ପାଇଛି । ଜୁନ ୩୦ରେ ଟ୍ରମ୍ପ ଘୋଷଣା କରିଥିବା ଟାରିଫ ଅଗଷ୍ଟ ୭ରୁ ଲାଗୁ ହେବ । ଅର୍ଥାତ ଅଗଷ୍ଟ ୭ରୁ ଭାରତୀୟ ଦ୍ରବ୍ୟ ଗୁଡ଼ିକ ଉପରେ ଆମେରିକା ୨୫% ଟାରିଫ ଲଗାଇବ । ବୁଧବାର ଲାଗୁ ହୋଇଥିବା ଅତିରିକ୍ତ ୨୫% ଟାରିଫ ୨୧ ଦିନ ପରେ ଅର୍ଥାତ ଅଗଷ୍ଟ ୨୭ରୁ ଲାଗୁ ହେବ । ମୋଟ ଉପରେ ଅଗଷ୍ଟ ୨୭ରୁ ଭାରତରୁ ରପ୍ତାନୀ ହେଉଥିବା ଜିନିଷ ଉପରେ ୫୦% ଟାରିଫ ଲାଗୁ ହେବ । ଏ ସଂକ୍ରାନ୍ତ ନିର୍ଦ୍ଦେଶନାମାରେ ଦସ୍ତଖତ କରି ବୁଧବାର ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫% ଟାରିଫ ଲାଗୁ କରିଛନ୍ତି । ଟ୍ରମ୍ପ ଗୋଟିଏ ୯ ସୂତ୍ରୀ ଦସ୍ତାବିଜରେ ବୁଧବାର ଦସ୍ତଖତ କରିଛନ୍ତି । ଏଥିରେ ଟାରିଫ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସ୍ଥା ରହିଛି । ରୁଷ ଠାରୁ ସାମଗ୍ରୀ ନ ଆଣିବା ପାଇଁ ଆମେରିକାରେ ଏକାଧିକ ନିୟମ ରହିଥିବା ମଧ୍ୟ ଟ୍ରମ୍ପ ଦସ୍ତଖତ କରିଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ କାର୍ଯ୍ୟକାରୀ ଆଦେଶ ୧୪୦୬୬ରେ ଜାତୀୟ ଏମର୍ଜେନ୍ସିର ମୁକାବିଲା କରିବା ପାଇଁ ଏହା ନିର୍ଦ୍ଧାରିତ କରାଯାଉଛି ଯେ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାର ଆବଶ୍ୟକତା ରହିଛି । କାରଣ ଭାରତ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷରେ ରୁଷ ଠାରୁ ତେଲ ଆଣିବାରେ ଲାଗିଛି । ଏହାପୂର୍ବରୁ ଅର୍ଥାତ ଅଗଷ୍ଟ ୧ରୁ ଭାରତ ଉପରେ ଆମେରିକା ୨୫% ଟାରିଫ ଲଗାଇବା ଆରମ୍ଭ କରିଥିଲା । ଏବେ ଆଉ ୨୫% ଟାରିଫ ଲାଗୁ ହୋଇଛି ।

Leave A Reply

Your email address will not be published.