ମହିଳା ପରିଚାଳିତ ଏମ୍‌ଏସ୍‌ଏମ୍‌ଇ: ତ୍ରୟୋଦଶ ସ୍ଥାନରେ ଓଡ଼ିଶା

Women-run MSMEs: Odisha ranks 13th

0 82

ଭୁବନେଶ୍ୱର, : ତ୍ତଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ସଂସ୍ଥାଗୁଡ଼ିକର ସଂଖ୍ୟା ଏତେଟା ଉତ୍ସାହଜନକ ନାହିଁ । ଏହି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ତ୍ରୟୋଦଶ ସ୍ଥାନରେ ରହିଛିୟ । ତେଣୁ ରାଜ୍ୟରେ ଅଧିକ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ସମୟର ଆହ୍ୱାନ ବୋଲି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ଓ-ହବ୍‌ରେ ଅନୁଷ୍ଠିତ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକଙ୍କ ଯୋଜନା କ୍ରିୟାନ୍ୱୟନ ଓ ରୂପାୟନ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି । ଅଧିକରୁ ଅଧିକ ମହିଳାଙ୍କୁ ଉଦ୍ୟମିତା କ୍ଷେତ୍ରରେ ସାମିଲ କରିବା ପାଇଁ ପ୍ରୟାସ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି । ମହିଳା ନେତୃତ୍ୱାଧୀନ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ରାଜ୍ୟ ସ୍ଥିତିରେ ଉନ୍ନତି ଆଣିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି । ବେଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ଓ ବିଭାଗ ଅନ୍ତର୍ଗତ ସମସ୍ତ ଅନୁଷ୍ଠାନଗୁଡିକର କାର୍ଯ୍ୟକୁ ସମୀକ୍ଷା କରାଯାଇଥିଲା । କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ପିଏମ୍‌ଇଜିପି, ପିଏମ୍‌ଏଫ୍‌ଏମ୍‌ଇ, ପିଏମ୍‌-ବିଶ୍ୱକର୍ମା ଏବଂ ଓଡିଶା ସରକାରଙ୍କର ସିଏମ୍‌-ଶ୍ରିମ୍‌ରେ ଦିଆଯାଉଥିବା ଆର୍ଥିକ ଏବଂ ଅଣ ଆର୍ଥିକ ପ୍ରୋତ୍ସାହନଗୁଡିକ ସମୀକ୍ଷା ହୋଇଥିଲା ।

Leave A Reply

Your email address will not be published.