ଆଇପିଏଲ-୨୦୨୬ରେ ଖେଳିବା ନେଇ ଧୋନି ପ୍ରତିକ୍ରିୟା

Dhoni o reagisce à zugâ inte l'IPL-2026

0 53

ନୂଆଦିଲ୍ଲୀ, : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ବି ଆଇପିଏଲ ଖେଳୁଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଅଧିନାୟକତ୍ୱ ଛାଡ଼ିବା ପରେ ଏବେ ସେ କ୍ରିକେଟର ଭାବେ ଟିମରେ ଖେଳିବା ଜାରି ରଖିଛନ୍ତି । ୨୦୨୫ରେ ସେ ସିଏସକେ ପାଇଁ ଖେଳିଥିବା ବେଳେ ୨୦୨୬ରେ ସେ ଦଳରେ ରହି ଆଇପିଏଲ ଖେଳିବେ ନା ନାହିଁ ସେ ନେଇ ସନ୍ଦେହ ଉପୁଜିଛି । ଗତ ସିଜନରେ ମଧ୍ୟ, ଅଧିନାୟକ ଋତୁରାଜ ଗାୟକୱାଡ ଆଘାତ ପାଇଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ପରେ ସେ ପୁଣି ସିଏସକେର ନେତୃତ୍ୱ ନେଇଥିଲେ । ଏବେ ତାଙ୍କୁ ୪୪ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ ଜାଣିବାକୁ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି । ଧୋନି ଏପର୍ଯ୍ୟନ୍ତ ତାଙ୍କ ଆଇପିଏଲ ୨୦୨୬ରେ ଖେଳିବା ନେଇ ନିଷ୍ପତ୍ତି ନେଇନାହାଁନ୍ତି । ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେ ଏନେଇ ପ୍ରତିକ୍ରିୟା ଦେଇ ପ୍ରଶଂସକଙ୍କ ମନରେ ଉତ୍ସାହ ବଢାଉଛନ୍ତି । କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ, ଆଇପିଏଲ ୨୦୨୬ରେ ଖେଳିବା ବିଷୟରେ ପଚରାଯିବାରୁ, ସେ କହିଥିଲେ ଯେ, ତାଙ୍କ ପାଖରେ ନିଷ୍ପତ୍ତି ନେବା ପାଇଁ ପ୍ରଚୁର ସମୟ ଅଛି । କିନ୍ତୁ ସେ ସ୍ୱୀକାର କରିଥିଲେ ଯେ, ତାଙ୍କର ଆଣ୍ଠୁ ଯନ୍ତ୍ରଣା କ୍ରମଶଃ ଅସହ୍ୟ ହେବାରେ ଲାଗିଛି । ଆଇପିଏଲ ୨୦୨୬ରେ ଖେଳିବା ନେଇ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ମୁଁ ଜାଣିନାହିଁ ମୁଁ ଖେଳିବି କି ନାହିଁ । ମୋ ପାଖରେ ନିଷ୍ପତ୍ତି ନେବା ପାଇଁ ସମୟ ଅଛି । ଡିସେମ୍ବର ପର୍ଯ୍ୟନ୍ତ ମୋ ପାଖରେ କିଛି ସମୟ ଅଛି । ତେଣୁ ମୁଁ ଆଉ କିଛି ମାସ ନେବି ଏବଂ ତା\’ପରେ, ମୁଁ ମୋର ନିଷ୍ପତ୍ତି ନେବି । ଧୋନିଙ୍କ ଏଭଳି ଉତ୍ତର ପରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ ଜଣେ କହିଥିଲେ, ଆପଣଙ୍କୁ ଖେଳିବାକୁ ହେବ, ସାର୍ । ଏହା ଶୁଣି ଧୋନି ହସି ହସି
କହିଥିଲେ, ଆଣ୍ଠୁରେ ଯେଉଁ ଯନ୍ତ୍ରଣା ହେଉଛି, ତା\’ର ଯତ୍ନ କିଏ ନେବ ।

Leave A Reply

Your email address will not be published.