ରାଜନାଥ ସିଂହଙ୍କୁ ଭେଟିଲେ ମହାକାଶଯାତ୍ରୀ ଶୁଭାଂଶୁ ଶୁକ୍ଲା, ଗଗନଯାନ ମିଶନ ଉପରେ ଆଲୋଚନା

Astronaut Subhanshu Shukla meets Rajnath Singh, discusses Gaganyaan mission

0 114

ନୂଆଦିଲ୍ଲୀ,: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ବୁଧବାର ମହାକାଶ ଷ୍ଟେସନ୍‌ରେ ପହଞ୍ଚିଥିବା ପ୍ରଥମ ଭାରତୀୟ ମହାକାଶ ଯାତ୍ରୀ, ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସାକ୍ଷାତ କରିଛନ୍ତି ଏବଂ ଏହି ଉପଲବ୍ଧିକୁ ଭାରତର ମାନବ ଅନ୍ତରିକ୍ଷ ଯାତ୍ରାରେ ଏକ ଐତିହାସିକ ମାଇଲ୍‌ଷ୍ଟୋନ୍‌ ବୋଲି ବଣ୍ଣର୍ନା କରିଛନ୍ତି । ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଶୁକ୍ଳାଙ୍କର ଏହି ପ୍ରେରଣାଦାୟକ ସଫଳତା ଭାରତର ଯୁବପୀଢ଼ୀଙ୍କୁ ବିଜ୍ଞାନ, ପ୍ରଯୁକ୍ତି ଓ ମହାକାଶ ଅନ୍ୱେଷଣ ପାଇଁ ଉତ୍ସାହିତ କରିବ, କାରଣ ଦେଶ ଗଗନଯାନ ଏବଂ ନିଜର ମହାକାଶ ଷ୍ଟେସନ୍ ଦିଗର ଅଗ୍ରସର । ସାକ୍ଷାତ ପରେ ରାଜନାଥ ସିଂହ କହିଛନ୍ତି ଯେ, ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ରେ ପହଞ୍ଚିଥିବା ପ୍ରଥମ ଭାରତୀୟ ମହାକାଶ ଯାତ୍ରୀ ଗ୍ରୁପ୍ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳାଙ୍କ ସହିତ ଭେଟି ମୋତେ ବହୁତ ଖୁସି ଲାଗିଲା । ଆମେ ତାଙ୍କର ପ୍ରେରଣାଦାୟକ ମହାକାଶ ଯାତ୍ରା, କକ୍ଷ ମଧ୍ୟରେ ସେ କରିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ, ବିଜ୍ଞାନ ଓ ପ୍ରଯୁକ୍ତିରେ ପ୍ରଗତି, ଏବଂ ଭାରତର ଆଗାମୀ ‘ଗଗନଯାନ୍‌\’ ମିଶନ ବିଷୟରେ ଆଲୋଚନା କରିଥିଲୁ । ତାଙ୍କର ଏହି ଯାତ୍ରା ଭାରତର ଯୁବ ମନକୁ ଉତ୍ସାହିତ କରିବ । ଦେଶ ତାଙ୍କର ଉପଲବ୍ଧି ଉପରେ ଗର୍ବିତ । \”ସେ ମହାକାଶ ଯାତ୍ରୀ ପ୍ରଶିକ୍ଷଣ ଓ ମିଶନ ସହଯୋଗର ଭାରତୀୟ ବାୟୁ ସେନା ଓ ଇସ୍ରୋ ମଧ୍ୟରେ ଥିବା ସମନ୍ୱୟର ପ୍ରଶଂସା କରିଥିଲେ, ଓ ଏହି ଆଶା ବ୍ୟକ୍ତ କରିଥିଲେ । ଶୁଭାଂଶୁ ଶୁକ୍ଳାଙ୍କ ପ୍ରେରଣାଦାୟକ ସଫଳତା ଭାରତୀୟ ଯୁବପୀଢ଼ୀଙ୍କୁ ବିଜ୍ଞାନ, ପ୍ରଯୁକ୍ତି ଓ ମହାକାଶ ଅନ୍ୱେଷଣ ପାଇଁ ପ୍ରେରିତ କରିବ, ବିଶେଷକରି ଏହି ସମୟରେ ଯେତେବେଳେ ଭାରତ ଗଗନଯାନ ମିଶନ ଓ ନିଜର ଅନ୍ତରିକ୍ଷ ଷ୍ଟେସନ୍ ପ୍ରତି ଅଗ୍ରସର ଅଟେ ।

Leave A Reply

Your email address will not be published.