ବ୍ରହ୍ମପୁର ପୋଲିସକୁ ମିଳିଛି ସଫଳତା

Berhampur Police gets success

0 42

ବ୍ରହ୍ମପୁର ପୋଲିସକୁ ମିଳିଛି ସଫଳତା  । ଦୀର୍ଘ ଦିନ ଧରି ବ୍ରହ୍ମପୁର ପୋଲିସ ଜିଲ୍ଲାର ଚିକିଟି ଅଞ୍ଚଳରେ ଚୋରି ବୃଦ୍ଦି ପାଇଥିଲା  । ଚୋରଙ୍କ ଟାର୍ଗେଟରେ ବିଭିନ୍ନ ଘରୁ ଚୋରି ହେଉଥିଲା ସୁନା ଅଳଙ୍କାର ଓ ଟଙ୍କା  । ଏନେଇ କେ. ନୂଆଗାଁ ଓ ଦିଗପହଣ୍ଡି ଥାନାରେ ବିଭିନ୍ନ ଚୋରି ମାମଲା ରୁଜ୍ଜୁ ହୋଇଥିଲା  । ପୋଲିସ ଏହାକୁ ଗୁରୁତ୍ତର ସହ ନେଇ ତଦନ୍ତ କରିଥିଲା  । ଚୋର ଗ୍ୟାଙ୍ଗ୍ କୁ ଧିରିବାରେ ସଫଳ ହୋଇଥିବା ବେଳେ ପାଞ୍ଚ ଜଣଙ୍କୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ସେମାନଙ୍କ ଠାରୁ ଉଦ୍ଧାର କରିଥିଲା ପୋଲିସ  । ତେବେ ଚୋରୀର ଶୀକାର ହୋଇଥିବା ବ୍ୟକ୍ତି ମାନଙ୍କୁ ଆଜି ବ୍ରହ୍ମପୁର ପୋଲିସ ଚୋରି ହୋଇଥିବା ସୁନା ଅଳଙ୍କାର ଓ ଟଙ୍କା ଫେରସ୍ତ କରିଛି  । ପ୍ରାୟ 2ଶହ 50 ଗ୍ରାମ ଓଜନର ସୁନା ଓ ଏକ ଲକ୍ଷ 50 ହଜାର ଟଙ୍କା ଫେରାଇଥିବା ବେଳେ 13 ଟି ଚୋରି ହୋଇଥିବା ଘଟଣାରେ ଚୋରୀ ସାମଗ୍ରୀ ଉଦ୍ଧାର କରିଥିଲା ପୋଲିସ  । ସେପଟେ ଚୋରୀ ହୋଇଥିବା ସାମଗ୍ରୀ ପୁଣି ଥିରେ ଫେରି ପାଇଥିବାରୁ ବ୍ରହ୍ମପୁର ପୋଲିସକୁ ସାଧୁବାଦ ଜ୍ଞାପନ କରିଛନ୍ତି ସୁନା ଅଳଙ୍କାର ଫେରିପାଇଥିବା ବ୍ୟକ୍ତି ମାନେ  । ଏହା ସହ ଚୋର ଗ୍ୟାଙ୍ଗର ସଦସ୍ୟକୁ ସ୍ୱଲ୍ପ ସମୟ ମଧ୍ୟରେ ଧରି ଚୋରୀ ସାମଗ୍ରୀ ଉଦ୍ଧାର କରିଥିବାରୁ କେ. ନୂଆଁଗାଁ ଓ ଦିଗପହଣ୍ଡିର ପୋଲିସ ଅଧିକାରୀ ମାନଙ୍କୁ ସମ୍ମାନ ପତ୍ର ପ୍ରଦାନ କରିଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ୍ ଏମ୍  ।

Leave A Reply

Your email address will not be published.