ଭୁବନେଶ୍ୱର, : ରବିବାର ହେଉଛି ସରକାରୀ ଛୁଟି ଦିବସ । ତେବେ ଏହି ସରକାରୀ ଛୁଟି ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରଠାରୁ ସକାଳୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଫାଇଲ କାମରେ ବ୍ୟସ୍ତ ରହୁଛନ୍ତି । ଛୁଟି ଦିନ ହେଉ କିମ୍ବା ସରକାରୀ କାର୍ଯ୍ୟଦିବସ ତାଙ୍କ ପାଇଁ ସବୁଦିନ ସମାନ । ସବୁଦିନ ଲୋକଙ୍କ ପାଇଁ କାମ ଏବଂ ରାଜ୍ୟର ବିକାଶ ଲାଗି କାମ କରିବାରେ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ରହୁଛନ୍ତି । ସରକାର ହେଉଛନ୍ତି ଲୋକଙ୍କ ସରକାରୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ, ସେଥିପାଇଁ ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି । ଲୋକଙ୍କ ସେବା ହେଉଛି ଜଣେ ଜନପ୍ରତିନିଧିର ପ୍ରଥମ କର୍ତ୍ତବ୍ୟ, ଯାହାକି ପ୍ରମାଣିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରବିବାର ବି କାମ କରୁଛନ୍ତି ସିଏମ୍ ।