ସୌନ୍ଦର୍ଯ୍ୟ ହରାଉଛି ସହର ମାତ୍ର କିଛି ବର୍ଷ ଭିତରେ ସେଗୁଡ଼ିକ ଭାଙ୍ଗିରୁଜି ଗଲାଣି ନଷ୍ଟ ହେଲାଣି କଳାକୃତି

The city is losing its beauty, but within a few years, they have become dilapidated, the works of art have been destroyed.

filter: 0; fileterIntensity: 0.0; filterMask: 0; captureOrientation: 0; algolist: 0; multi-frame: 1; brp_mask:0; brp_del_th:0.0000,0.0000; brp_del_sen:0.0000,0.0000; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 41;
0 31

ବ୍ରହ୍ମପୁର ବ୍ରହ୍ମପୁର ସହରକୁ ସବୁଜ ସୁନ୍ଦର ଏବଂ ଆକର୍ଷଣୀୟ କରିବାକୁ ଅନେକ ସ୍ଥାନରେ ସୌନ୍ଦର୍ଯ୍ୟକରଣ କଳାକୃତି ସ୍ଥାପନ କରାଯାଇଥିଲା । ହେଲେ ମାତ୍ର କିଛି ବର୍ଷ ଭିତରେ ସେଗୁଡ଼ିକ ଭାଙ୍ଗିରୁଜି ଗଲାଣି ଏବଂ ଅଧୂଙ୍କଶ ରକ୍ଷଣାବେକ୍ଷଣ ଅଭାବରୁ କଳାକୃତି ଗୁଡ଼ିକ ନଷ୍ଟ ଅବସ୍ଥାରେ ରହିଛି । ଯେଉଁସବୁ କଳାକୃତି ପୂର୍ବରୁ ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଥିଲା, ବର୍ତ୍ତମାନ ତାହା ସହରକୁ ଅସୁନ୍ଦର କରିଲାଣି। ବିଳମ୍ବ ହେଲେ ମଧ୍ୟ ଏସବୁ ପ୍ରକଳ୍ପ ଗୁଡ଼ିକର ରକ୍ଷଣାବେକ୍ଷଣ ଉଦ୍ୟମ ଆରମ୍ଭ କରିଛି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ। ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚରେ ସହରକୁ ନୂଆ ରୂପ ଦେବାକୁ ପଦକ୍ଷେପ ନିଆଯାଉଛି। ସହରର ପ୍ରମୁଖ ଛକ ସ୍ଥାନରେ କଠିନ ବର୍ଜ୍ୟବସ୍ତୁରେ କଳାକୃତି ନିର୍ମାଣ ସହିତ ପ୍ରତିଷ୍ଠା ହୋଇଥିଲା । ‘ଅମୃତ’ ଯୋଜନାରେ ସାମିଲ ହୋଇ ସ୍ମାର୍ଟସିଟି ଦୌଡରେ ଥ‌ିବା ଯୋଗୁ ୨୦୧୯ ମସିହାରେ ଏସବୁ ସ୍ଥାପନ ହୋଇଥିଲା ।ପ୍ରକଳ୍ପ ପାଇଁ ମହାନଗର ନିଗମ ପକ୍ଷରୁ ବହୁ ଅର୍ଥ ମଧ୍ୟ ବିନିଯୋଗ କରାଯାଇଥିଲା। ସହରର ଗୋଷାଣିନୂଆଗାଁ ଛକରେ ଶାନ୍ତିର ପ୍ରତୀକ ଧ୍ୟାନ ମୁଦ୍ରାରେ ବୁଦ୍ଧଙ୍କ ମୂର୍ତ୍ତି, ଫାଷ୍ଟରେଟ ଛକ ନିକଟରେ ବିରାଟକାୟ ଅଲିଭରିଡଲେ କଇଁଚ, ଗିରିମାର୍କଟେ ଛକରେ ଷଣ୍ଢ, ନିଗମ କାର୍ଯ୍ୟାଳୟ ପରିସରରେ ହାତୀ, କମାପଲ୍ଲୀ ଛକରେ ମୟୁର ଓ ବାଘ ଏବଂ ଇଞ୍ଜନିୟରିଂ ସ୍କୁଲ ଛକରେ ଚିଙ୍ଗୁଡିସହିତ ମୋଟ ୧୦ଟି ସ୍ଥାନରେ ୧୦ଟି ପ୍ରତିକୃତି ସ୍ଥାପନ କରାଯାଇଥିଲା। ରାଜ୍ୟସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ସ୍ତପତି ତଥା କଳାକାରଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ପରିବେଶ ସୁରକ୍ଷାର ବାର୍ଭା ଦେବା ପାଇଁ ଏଗୁଡ଼ିକରେ କଠିନ ବର୍ଜ୍ୟବସ୍ତୁର ବ୍ୟବହାର କରାଯାଇଥିଲା। ପ୍ରତ୍ୟେକ ମଡ଼େଲରେ ୩ରୁ ୪ ଟିନ୍ ପର୍ଯ୍ୟନ୍ତ ସ୍କ୍ରିପ୍ ଲାଗିଥିଲା । ଅଲୋଡା କଠିନ ସାମଗ୍ରୀରେ ଶିଳ୍ପୀ ନିଜର ହାତର ଯାଦୁକାରୀ ସ୍ପର୍ଶ ଦେଇ ସେଗୁଡିକୁ ଜୀବନ୍ତ କରିଥିଲେ। ଏସବୁ ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତି ହୋଇଥିବା ପ୍ରତିକୃତି ମାଧ୍ଯମରେ ବିଭିନ୍ନ ପଶୁପକ୍ଷୀଙ୍କ ସଂରକ୍ଷଣ ଓ ସୁରକ୍ଷାକୁ ନେଇ ସାମାଜିକ ସଚେତନତାରବାର୍ଭା ଦିଆଯାଇଥିଲା । ୨୦୧୯ ଜୁନ୍ ୫ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରତିକୃତି ଗୁଡିକୁ ଲୋକାର୍ପଣ କରାଯାଇଥିଲା । ନିଗମ କର୍ତ୍ତୃପକ୍ଷଙ୍କ ଏଭଳି ଉଦ୍ୟମକୁ ସହରବାସୀ ବେଶ ପ୍ରଶଂସା ମଧ୍ୟ କରିଥିଲେ। କିନ୍ତୁ ପରବର୍ତ୍ତି ସମୟରେ ଏସବୁର ରକ୍ଷଣାବେକ୍ଷଣ ଅଭାବରୁ ସମସ୍ତ ପ୍ରତିକୃତି ନଷ୍ଟପ୍ରାୟ ହେବାକୁ ବସିଛି । ଯାହାକୁ ନେଇ ସହରବାସୀ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି । କେଉଁଠି ପ୍ରତିକୃତି ଗୁଡିକରେ କଳଙ୍କି ଲାଗିଲାଣି ତ’ ପୁଣି କେଉଁଠି ଭାଙ୍ଗି ତଳେ ପଡ଼ିଥ‌ିବା ଦେଖ‌ିବାକୁ ମିଳିଛି। ପ୍ରତ୍ୟେକ ଦିନ ପ୍ରତିକୃତି ଗୁଡିକୁ ସଫା କରିବାକୁ ଯଦିଓ ସମ୍ପୃକ୍ତୱାର୍ଡରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଦାୟିତ୍ଵ ଦିଆଯାଇଥିଲା ତାହାର ସୁପରିଚାଳନା ଓ ତଦାରଖ ହୋଇପାରିଲା ନାହିଁ । ଫଳରେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ଲୋକଙ୍କୁ ଆକୃଷ୍ଟ ନିମନ୍ତେ ନିଆଯାଇଥିବା ପଦେକ୍ଷପ ଦିଗହରା ହେବାରେ ଲାଗିଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତିକୃତି ଗୁଡିକୁ ମରାମତି କରି ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ଦାବି ହୋଇଛି। ସହରରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହୋଇଥିବା ପ୍ରତିକୃତି ଗୁଡିକର ସଫେଇ ଓ ମରାମତି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସହରକୁ ସୁନ୍ଦର କରିବାକୁ ମହାନଗର ନିଗମ ତରଫରୁ ଅନେକ ପ୍ରକଳ୍ପ ନିର୍ମାଣ କରାଯାଉଛି । ପରବର୍ଷି ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନାହିଁ । ତେଣୁ ତାହା ଅଳ୍ପ କିଛି ଦିନରେ ନଷ୍ଟପ୍ରାୟ ଅବସ୍ଥାକୁ ଆସିଯାଉଛି । କେବଳ ଟଙ୍କା ଖର୍ଜ ହେଉଛି । କିନ୍ତୁ ସୁଫଳ ମିଳିପାରୁ ନାହିଁ । ଦୀର୍ଘ ବର୍ଷ ପରେ ନିଗମ ଦ୍ବାରା କରାଯାଇଥିବା ପ୍ରକଳ୍ପର ପୁନରୁଦ୍ଧାର ଦାୟିତ୍ୱ ବିଡିଏକୁ ଦିଆଯାଇଛି । ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ଗୁଡ଼ିକର ମରାମତି କରିବାକୁ ଅଣ୍ଟା ଭିଡ଼ିଛି। ଏହାରି ଭିତରେ ଟେଣ୍ଡର ସରିଛି । ସେହିଭଳି ସୌନ୍ଦର୍ଯ୍ୟକରଣ ପାଇଁ ଅନ୍ୟ ପଦକ୍ଷେପ ମଧ୍ୟ ନିଆଯାଉଛି।

Leave A Reply

Your email address will not be published.