ପୁରୁଷୋତ୍ତମପୁର,: ନବରାତ୍ରି ପୂଜା ଲାଗି ଗଞ୍ଜାମ ଜିଲାର ପ୍ରଶିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଚଦେବୀ ମା’ ତାରାତାରିଣୀ ପୀଠରେ ସୋମବାର ଚଳଚଞ୍ଚଳ ହୋଇଉଠିଛି । ଏହି ଅବସରରେ ତାରାତାରିଣୀ ଦୁଇଭଉଣି ଶୈଳିପୁତ୍ରି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଗତ ୧୩ ତାରିଖରୁ ଷୋଡ଼ଶ ଉପଚାର ପୂଜା କରାଯାଇ ମା’ଙ୍କୁ ଉତ୍ଥାପନ କରାଯାଇଥିବା ବେଳେ ନବରାତ୍ରି ପୂଜାର ଆରମ୍ଭ ହୋଇଛି । ସକାଳୁ ଦ୍ୱାରା ପିଠା ନୀତି ପରେ ମଙ୍ଗଳ ଆଳତି ମାଜଣା କରାଯାଇ ମାଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହି ନବରାତ୍ରି ପୂଜା ସମୟରେ ମାଙ୍କ ଦର୍ଶନ କରି ଅଖଣ୍ଡ ଦୀପ ଲଗାଇଲେ ସମସ୍ତ ମନସ୍କାମନା ପୂର୍ଣ୍ଣହୁଏ ବୋଲି ଲୋକଙ୍କ ବିଶ୍ବାସ ରହଛି। ଏ ନେଇ ଶ୍ରଦ୍ଧାଳୁଙ୍କ ଭିଡଜମିଛି। ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ଦିନ ଠାରୁ ସବୁଦିନ ଚଣ୍ଡୀପାଠ ସହ ବେଦ ମନ୍ତ୍ରରେ ତାରାତାରିଣୀଙ୍କ ପାହାଡ ପ୍ରକମ୍ପିତ ହେବାରେ ଲାଗିଛି । ଏହାକୁ ଦେଖିବା ସହ ଦୀପ ଲଗାଇବା ଓ ମା’ଙ୍କ ଆଶିର୍ବାଦ ଭିକ୍ଷାଲାଗି ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଛୁଟି ଆସିଛନ୍ତି। ଭକ୍ତମାନେ ଯେପରି ସୁରକ୍ଷିତ ଭାବରେ ନିଜନିଜର ଦୀପ ଲଗାଇପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ରଭାବେ ଅସ୍ଥାଇ ଦୀପ ଗୃହ ନିର୍ମାଣ କରାଯାଇଛି । ମନ୍ଦିର ନିର୍ବାହିଅଧିକାରୀ ଟିକେ ରେଡ୍ଡିଙ୍କ ତତ୍ୱାବଧାନରେ ସମସ୍ତ ସେବାୟତ ଓ ପୂରହିତ ପୂଜାପାଠକରିବାରେ ଲାଗିଛନ୍ତି।