ଏବେ କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ !

0 67

ନୂଆଦିଲ୍ଲୀ ୪/୧୧: ଏଣିକି କେରଳରେ ପ୍ରବେଶ କରିପାରିବନି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) । ଅଣ ବିଜେପି ଶାସିତ ରାଜ୍ୟ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ର ପରେ ଏବେ ଏହି ଲିଷ୍ଟରେ ଯୋଡ଼ି ହୋଇଯାଇଛି କେରଳ । କେରଳରେ ବିନା ରାଜ୍ୟ ସରକାରଙ୍କ ଅନୁମତିରେ ସିବିଆଇ ଯାଞ୍ଜ କରିପାରିବ ନାହିଁ । ଏନେଇ ଥିବା ପାରମ୍ପରିକ ସହମତି ପ୍ରତ୍ୟାହାର କରିଛନ୍ତି କେରଳ ସରକାର । ସିବିଆଇ ଯାଞ୍ଚ ପାଇଁ ଥିବା ସହମତି ପ୍ରତ୍ୟାହାର କରିବା ନେଇ ରାଜ୍ୟରେ ବି·ର ବିମର୍ଶ ·ଲିଥିଲା । କିନ୍ତୁ ଆଜି ଏହି ନିଷ୍ପତ୍ତି ଉପରେ କ୍ୟାବିନେଟ୍ରେ ମୋହର ଲାଗିଥିବା ଜଣାପଡ଼ିଛି । ନିକଟରେ ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟରେ ସିବିଆଇ ଯାଞ୍ଚ ଉପରେ ରୋକ ଲଗାଇଛନ୍ତି । ମହାରାଷ୍ଟ୍ରରେ ଟିଆରପି ଘୋଟାଲାକୁ ନେଇ ସିବିଆଇ ତଦନ୍ତ କରିବା ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ପୂର୍ବରୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ଓ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଥିଲା । ରାଜ୍ୟରେ ସିବିଆଇକୁ ବିରୋଧ କରିବାକୁ ନେଇ ରାଜ୍ୟ ସରକାର ଏକ ବିଷମ ସ୍ଥିତିରେ ପଡ଼ିଥିଲେ । ସିବିଆଇ ଡିଏସ୍ପିଇ ଆକ୍ଟ ଅଧିନରେ ଆସୁଥିବା ବେଳେ ରାଜ୍ୟ ଭିତରେ କୌଣସି କେନ୍ଦ୍ରୀୟ କର୍ମ·ରୀଙ୍କ ବିରୋଧରେ ଯାଞ୍ଚ କରିବାକୁ ହେଲେ ରାଜ୍ୟ ସରକାରଙ୍କ ସାମାନ୍ୟ ସହମତି ଆବଶ୍ୟକ କରେ । ତେଣୁ ଏହି ନିୟମରେ ସମୟ ଅନୁସାରେ ପରିବର୍ତ୍ତନ ମଧ୍ୟ ହୋଇଥାଏ । ୨୦୧୮ ମସିହାରେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ସାମାନ୍ୟ ସହମତି ପ୍ରତ୍ୟାହାର କରିନେଇଥିଲେ । ତେବେ ଆନ୍ଧ୍ରପ୍ରଦେଶରେ ଜଗନ ମୋହନ ରେଡ୍ଡିଙ୍କ ସରକାର ଆସିବା ପରେ ୨୦୧୯ରେ ଏହି ନିଷ୍ପତ୍ତିରେ ପରିବତ୍ତନ ହୋଇଥିଲା । ତେବେ କେରଳରେ ସରକାରଙ୍କ ଆବାସ ଯୋଜନା ଲାଇଫ୍ ମିଶନରେ ସିବିଆଇ ଯାଞ୍ଚକୁ ନେଇ ରାଜ୍ୟ ସରକାର ଓ ସିବିଆଇ ମଧ୍ୟ ମତଭେଦ ହୋଇଛି । ତଦନ୍ତରେ ସିବିଆଇ ପକ୍ଷପାତିତା କରୁଥିବା ଅଭିଯୋଗ ହୋଇଥିଲା । ରଜ୍ୟ ସରକାର ଆବେଦନ ପରେ କେରଳ ହାଇକୋର୍ଟ ଅକ୍ଟୋବରରେ ସିବିଆଇ ଯାଞ୍ଚ ଉପରେ ରୋକ୍ ଲଗାଇଥିଲେ ।

Leave A Reply

Your email address will not be published.