ଫନି ମରାମତି ଆଳରେ ଲକ୍ଷାଧିକ ଟଙ୍କା ବାଟ ମରଣ ପାଇଁ ମସୁଧା ତଦନ୍ତ ପାଇଁ ସମଗ୍ର ଶିକ୍ଷା ଜିଲ୍ଲା ସଂଯୋଜିକା ଙ୍କୁ ଅଭିଯୋଗ

0 75

କୋଣାର୍କ,୧୨.୧୧-କୋଣାର୍କ ଥାନା ଅଧୀନସ୍ତ କାଦୁଆ ନୂଆଗାଁ ପଞ୍ଚାୟତ ର ଧନୀତ୍ରୀ ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଆସିଥିବା ଫନି ମରାମତି ବାବଦ ଅର୍ଥ ମରାମତି ଆଳରେ ଲକ୍ଷାଧିକ ଟଙ୍କା ହରିଲୁଟ ପାଇଁ ମସୁଧା ହେଉଥିବା ପୁରିଜିଲ୍ଲା ସମଗ୍ର ଶିକ୍ଷା ସଂଯୋଜିକା ଙ୍କ ନିକଟରେ ଅଭିଯୋଗ ହୋଇଛି ।ଖବର ରୁ ପ୍ରକାଶ ଯେ ଗତ ଫନି ମହାବାତ୍ୟା ରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟାଳୟ ଗୃହ ଗୁଡିକ ମରାମତି କରାନଯାଇ କାକଟପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧୀନରେ ଥିବା ଫନିରେ କ୍ଷତି ଗ୍ରସ୍ତ ହୋଇ ନ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗୃହ କୁ ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷକ ଓ ସମଗ୍ର ଶିକ୍ଷା ର କନିଷ୍ଠ ଯନ୍ତ୍ରୀ ନାମକୁ ମାତ୍ର କାର୍ଯ୍ୟ କରି ପ୍ରାୟ6ଲକ୍ଷ ଟଙ୍କା କାର୍ଯ୍ୟ ହୋଇଥିବା ଦର୍ଶାଇ ହରିଲୁଟ ଘଟଣା ର ସତ୍ୟାସତ୍ୟ ଉନ୍ମୋଚିନ ପାଇଁ ଗ୍ରାମବାସୀ ଓ ଛାତ୍ର ଅଭିଭାବକ ମହଲରେ ଦାବି ହେଉଛି ।ଏଠାରେ ପ୍ରକାଶ ଥାଉକି ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ର ସଭାପତି ଦାୟିତ୍ୱ ରେ ଥିବା ଛାତ୍ର ଅଭିଭାବକ ଙ୍କ ପିଲା ଗତ୯ମାସ ତଳେ
ବିଦ୍ୟାଳୟ ରୁ ଉତ୍ତୀର୍ଣ୍ଣ ହୋଇ ଅନ୍ୟତ୍ର ପଢୁଥିବା ବେଳେ କମିଟ ର ନୂତନ ସଭାପତି ଚୟନ କରାନଯାଇ ଫନି ବାବଦରେ ଆସିଥିବା ଅନୁଦାନ ପୂର୍ବରୁ ଥିବା ସଭାପତି ଙ୍କ ସ୍ଵାକ୍ଷର ରେ ଉଠିବା ବେଆଇନ ନୁହେଁ କି ?ଏହାର ବିଧିବଦ୍ଧ ତଦନ୍ତ କରାଯାଇ ବେଆଇନ ଅର୍ଥ ଉଠାଣ ଘଟଣା ର ସତ୍ୟାସତ୍ୟ ଉନ୍ମଚନ କରିବା ସହ ଏଭଳି ବେଆଇନ ଭାବେ କାର୍ଯ୍ୟ କରିଥିବା ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।ଫନି ମରାମତି ପାଇଁ ଆସିଥିବା ୫ଲକ୍ଷ ୮୨ହଜାର ଅର୍ଥ ରାଶି ର ବାଟମାରଣା କୁ ରୋକିବା ସହ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟ କରିବା, ନୁତନ ସଭାପତି ଚୟନ ସହ ଘଟଣା ର ବିଧିବଦ୍ଧ ତଦନ୍ତ କରିବା ପାଇଁ ଶିକ୍ଷା କମିଟି ଉପସଭାନେତ୍ରୀ କବିତା ବାରିକ, ପୂର୍ବତନ ଶିକ୍ଷା କମିଟି ସଭାପତି ଅକ୍ଷୟ କୁମାର ମଲ୍ଲ, ପବିତ୍ର ମିର୍କାପ,ପ୍ରଶାନ୍ତ ବାରିକ,କର୍ଣ ଜେନା, ମଙ୍ଗରାଜ ଜେନା, ଦୁର୍ଯ୍ୟୋଧନ ମିର୍କାପ,ପୂର୍ବତନ ସରପଞ୍ଚ ଦିବାକର ଜେନା, ଭୀମସେନ ବାରିକ, ଅମରେଶ୍ଵର ବାରିକ ଓ କୈଳାସ ଜେନା ପ୍ରମୁଖ ପୁରୀ ସମଗ୍ର ଶିକ୍ଷା ଅଭିଯାନ ରଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରି ଦାଶ ଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.