‘ନବମ ଶ୍ରେଣୀ ପିଲାଙ୍କୁ ଆଗକୁ ବଢିବାକୁ ଦିଆଯାଉନାହିଁ, ପାଠରେ ଲାଗୁଛି ଡୋରୀ

To advance the ninth grader not given, the text says dory

ନୂଆଦିଲ୍ଲୀ,: ‘ମୁଁ ଶୁଣିଛି ଦିଲ୍ଲୀରେ ନବମ ଶ୍ରେଣୀ ଯାଏ ପଢିବା ପରେ ଛାତ୍ରଛାତ୍ରୀ ଆଉ ପାଠ ପଢୁନାହାନ୍ତି । ସେମାନଙ୍କ ପାଠ ପଢାରେ ବ୍ରେକ୍ ଲାଗୁଛି । ସେମାନେ (ଆପ୍ ସରକାର) ଛାତ୍ରଛାତ୍ରୀଙ୍କୁ ଅଧିକ ପଢିବାକୁ ଦେଉ ନାହାନ୍ତି । ଦିଲ୍ଲୀ
ନିର୍ବାଚନକୁ ମଝିରେ ଆଉ ଗୋଟିଏ ଦିନ ଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସୋମବାର ଦିଲ୍ଲୀରେ କିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ  ସେମାନଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦିଲ୍ଲୀରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢିବାକୁ ଦିଆଯାଉନାହିଁ । ନବମ ଶ୍ରେଣୀ ପଢିବା ପରେ ସେମାନଙ୍କ ପାଠ ପଢାରେ ବ୍ରେକ୍ ଲାଗୁଛି । ଯେଉଁ
ପିଲାମାନଙ୍କର ପାସ୍ ହେବାର ଗ୍ୟାରେଣ୍ଟି ଅଛି ସେମାନେ କେବଳ ଆଗକୁ ଯାଉଛନ୍ତି ହେଲେ କାହିଁକି । କାଳେ ଅନ୍ୟ ପିଲା ଦଶମକୁ ଗଲେ ରେଜଲ୍ଟ ହାର କମିଯିବ ବଦନାମ ହେବ ସେଥିପାଇଁ ସରକାର ଏପରି କରୁଛନ୍ତି । ଦଶମ ପାସ୍ ପ୍ରତିଶତ କମି ଯିବା ପାଇଁ ଆମ୍ ଆଦମୀ ସରକାର ଏପରି କରୁଛି । କହି ରଖୁଛୁ କି, ଆସନ୍ତା ୫ ତାରିଖରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନକୁ ଆଇ ମାତ୍ର ଗୋଟିଏ ଦିନ ବାକି  ରହିଥିବା ବେଳେ ଛାତ୍ରଛାତ୍ରାଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଛନ୍ତି  ଶାସକ ଆପ୍ ଶିକ୍ଷା ନୀତି ସୁଧାରିଥିବା କହୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଉକ୍ତ ରାଜଧାନୀ ରାଜନୀତିକୁ ସରଗରମ
କରିଛି । ଏପରି ବୟାନ ଦେଇ ପିଏମ ଆପ୍‌ ସରକାରକୁ ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି । କ’ଣ ସତରେ ଦିଲ୍ଲୀ ସରକାର ଛବି ବଞ୍ଚାଇବାକୁ ଏପରି କରୁଛନ୍ତି ଏହି ପରି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments (0)
Add Comment