ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟପତି ମାର୍ସିଲେରେ ଭାରତର କନସୁଲେଟ୍ ଜେନେରାଲକୁ ମିଳିତ ଭାବରେ ଉଦଘାଟିତ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ଗଣରାଜ୍ୟର ରାଷ୍ଟ୍ରପତି, ମହାମହିମ ଇମାନୁଏଲ ମାକ୍ରନ ବୁଧବାର ମାର୍ସିଲେରେ ନୂତନ ଭାବରେ ଖୋଲାଯାଇଥିବା ଭାରତର କନସୁଲେଟ୍ ଜେନେରାଲକୁ ମିଳିତ ଭାବରେ
ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ମାକ୍ରନଙ୍କ ଦ୍ୱାରା କନସୁଲେଟ୍‌ ଜେନେରାଲର ଉଦଘାଟନ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଐତିହାସିକ ଘଟଣା । ଉଦଘାଟନ ଉତ୍ସବରେ ରାଷ୍ଟ୍ରପତି ମାକ୍ରନଙ୍କ ଉପସ୍ଥିତି ଏକ ସ୍ୱତନ୍ତ୍ର ସମ୍ମାନ ଥିଲା ଏବଂ ପ୍ରଧାନମନ୍ତ୍ରୀ ଏହାକୁ ଗଭୀର ଭାବରେ ପ୍ରଶଂସା କରିଥିଲେ । କନସୁଲେଟ୍ ଠାରେ, ଐତିହାସିକ ଅବସରକୁ ଦେଖିବା ପାଇଁ ସମବେତ ହୋଇଥିବା ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଉଭୟ ନେତାଙ୍କୁ
ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଜୁଲାଇ ୨୦୨୩ରେ ଫ୍ରାନ୍ସ ଗସ୍ତ ସମୟରେ ମାର୍ସିଲେରେ ଏକ କନସୁଲେଟ୍ ଜେନେରାଲ୍‌ ଖୋଲିବାର ନିଷ୍ପତ୍ତି ଘୋଷଣା କରାଯାଇଥିଲା । କନସୁଲେଟ୍ ଜେନେରାଲ୍ ଦକ୍ଷିଣ ଫ୍ରାନ୍ସରେ ଥିବା ଚାରୋଟି ଫରାସୀ ପ୍ରଶାସନିକ ଅଞ୍ଚଳ, ଯଥା – ପ୍ରୋଭେନ୍ସ ଆଲପେସ୍ କୋଟ ଡି\’ଆଜୁର୍‌, କୋରସିକା, ଅକ୍ସିଟାନି ଏବଂ
ଆଉଭର୍ନେ-ରୋନ୍‌-ଆଲପେସ୍ ଉପରେ କନସୁଲେଟ୍ ଜେନେରାଲ୍ କନସୁଲାର କ୍ଷେତ୍ରାଧିକାର ପାଇବେ । ଫ୍ରାନ୍ସର ଏହି ଅଞ୍ଚଳ ବାଣିଜ୍ୟ, ଶିଳ୍ପ, ଶକ୍ତି ଏବଂ ବିଳାସପୂର୍ଣ୍ଣ ପର୍ଯ୍ୟଟନର କ୍ଷେତ୍ର ଏବଂ ଭାରତ ସହିତ ଏହାର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ, ସାଂସ୍କୃତିକ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ରହିଛି । ଫ୍ରାନ୍ସର ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ନୂତନ କନସୁଲେଟ୍ ଜେନେରାଲ୍‌ ଭାରତ-ଫ୍ରାନ୍ସ ବହୁମୁଖୀ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ଼ କରିବ ।

Comments (0)
Add Comment