ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସମସ୍ତଙ୍କ ଗୁରୁ ଦାୟିତ

ବ୍ରହ୍ମପୁର,: ଭିନ୍ନକ୍ଷମମାନଙ୍କ ଭିତରେ ଥିବା ପ୍ରତିଭା ଅନ୍ୟମାନଙ୍କ ପାଖରେ ବିରଳୟ ରବିବାର ଭିନ୍ନକ୍ଷମମାନେ, ପ୍ରସାଶନିକ, ନୃତ୍ୟ, କ୍ରୀଡା, ସଙ୍ଗୀତ, ବ୍ୟବସାୟ ସବୁ କ୍ଷେତ୍ରରେ ନିଜର ପାରି ଦର୍ଶିତା ପ୍ରଦର୍ଶନ କରି ନିଜକୁ ଅନ୍ୟମାନଙ୍କ ସହ ସମକକ୍ଷ କରିପାରିଛନ୍ତି । ଏଣୁ ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ନିଜେ କିପରି ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ହୋଇ ପାରିବେ, ସେଥି ପ୍ରତି ପ୍ରଚେଷ୍ଟା କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ୱ ବୋଲି ରବିବାର ପୋଲସରା ବ୍ଲକ ସ୍ଥିତ କଳମ୍ୱ ଗ୍ରାମରେ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଭିନ୍ନକ୍ଷମମାନଙ୍କ ଅଧିକାର ସଚେତନତା କାର୍ଯ କ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିବା ସହ ଜନ ଜାଗରଣ ବିନା ନିଜ ଯନ୍ତ୍ରଣା, ଜନାର୍ଦ୍ଦନ ମଧ୍ୟ ଦୂର କରି ପାରିବେ ନାହିଁ ଏଣୁ ନିଜ ଅଧିକାର ପାଇବା ନିମନ୍ତେ ଏକାଠି ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର ସଭାପତି ଭିନ୍ନକ୍ଷମଙ୍କ ନିମନ୍ତେ ଦୀର୍ଘ
ଚାରି ଦଶକ ଧରି କାର୍ଯ୍ୟକାରୀ ଆସୁଥିବା ବିଶିଷ୍ଟ ସମାଜସେବୀ କେ.ଆନନ୍ଦ ରାଓ ଅଧ୍ୟକ୍ଷତା କରି ସରକାରୀ ଓ ବେସରକାରୀ ଯୋଜନା ମାଧ୍ୟମରେ ଭିନ୍ନକ୍ଷମମାନେ କିପରି ଆତ୍ମ ନିର୍ଭର ଶିଲ ହୋଇପାରିବେ ଓ ତାଙ୍କ ଅନୁଷ୍ଠାନ ସବୁବେଳେ ସବୁକ୍ଷେତ୍ରରେ ସେମାନଙ୍କ ସହ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଲୋକ ସେବକ ମଣ୍ଡଳ ଆଜୀବନ ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ରାଜେନ୍ଦ୍ର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତେ ନିଶା ଗୁଟଖା ଠାରୁ ଦୂରରେ ରହିବା ନିମନ୍ତେ ପରାମର୍ଶ ଦେବାସହ, ସଭାପତି କେ.ଆନନ୍ଦ ବାବୁ ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ଦୀର୍ଘବର୍ଷ ଧରି ହଜାର ହଜାର ଭିନ୍ନକ୍ଷମ ଭାଇଭଉଣୀଙ୍କୁ ସହଯୋଗ କରୁଥିବା ଅତି ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଆଇନଜୀବୀ ପୀତବାସ ପଣ୍ଡା ଯୋଗଦେଇ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ନିମନ୍ତେ ଦାବି କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ଚିତ୍ରସେନ ବେହେରା, ଚନ୍ଦ୍ରଶେଖର ଗୌଡ଼ ଓ ଅଭିନେତା ଧିରେନ ପାଢ଼ୀ ଯୋଗଦେଇଥିଲେ । ଲୋକସେବକ ମଣ୍ଡଳ ଓ ଅନୁଷ୍ଠାନ ତରଫରୁ କମ୍ବଳ ଓ ହିୱିଲ ଚେୟେର, ଆଶା ବାଡି, ବଧିର କର୍ଣ୍ଣ ଯନ୍ତ୍ର ଅତିଥିମାନେ ପ୍ରଦାନ କରିଥିଲେ । ପ୍ରାୟ ତିନି ଶହରୁ ଅଧିକ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ଶେଷରେ ଅଭାଗା ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Comments (0)
Add Comment