ଭୁସୁଡ଼ିଲା ସ୍କୁଲ ପାଚେରୀ ମରିଗଲେ ଛାତ୍ର

ସ୍କୁଲ ପାଚେରୀ ଭୁଶୁଡି ପଞ୍ଚମ ଶ୍ରେଣୀ ଛାତ୍ର ର ମୁତ୍ଯୁ। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କଣ୍ଟାପଡ଼ା ଅଧିନସ୍ଥ ନୋଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଏହି ଘଟଣା ଘଟିଛି ମଧ୍ଯାହ୍ନ ଭୋଜନ ସମୟରେ। ୪ ରୁ ୫ ଜଣ ଛାତ୍ର ମାନେ ସ୍କୁଲର ଥିବା ପାଚେରୀ ଉପରେ ବସିଥିବା ସମୟରେ ହଠାତ୍ ପାଚେରୀ ଟି ଭୁଶୁଡି ପଡିଥିଲା। ସେହି ପାଚେରୀ ତଳେ ଚାପି ହୋଇ ରହି ଯାଇଥିଲେ ସାଇ ସ୍ଵରୂପ୍ ଭୋଇ ପଞ୍ଚମ ଶ୍ରେଣୀର ଛାତ୍ର। ସେହି ଛାତ୍ରଙ୍କ ବାପାଙ୍କ ନାମ ଶିଶିର କୁମାର ଭୋଇ, ଘର ଡିମିରି ପଞ୍ଚାୟତ ନୋଦା ଗ୍ରାମରେ। ସେହି ସମୟରେ ଛାତ୍ରକୁ ଅଡସପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରକୁ ନିଆଯାଇଥିଲା। ସ୍ବାସ୍ଥ୍ଯ ଅବସ୍ଥା ଗୁରୁତ୍ବର ହେବାରୁ ତାକୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଉକ୍ତ ସ୍କୁଲ ସମ୍ମୁଖରେ ଥିବା ଅଡସପୁର ଭାୟ କସର୍ଦ୍ଦା ଦେଇ ସିଠାଳୋ ଯାଇଥିବା ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରି ଟାୟାର ଜାଳି ରାସ୍ତାରୋକ କରିଥିଲେ। ପରେ କଣ୍ଟାପଡ଼ା ଅତିରିକ୍ତ ତହସିଲଦାର୍ ଆଦ୍ୟାସା ପ୍ରିୟଦର୍ଶିନୀ, କଣ୍ଟାପଡ଼ା ବିଡିଓ ସ୍ୱପ୍ନିତା ନାୟକ, ଅଡଶପୁର ଏସ୍.ଡି.ପିଓ କିରଣ ହେମ୍ବ୍ରମ୍, ଓଲଟପୁର ଥାନା ଆଇ.ଆଇ.ସି କାଦମ୍ବିନୀ ପରିଡ଼ା, ଗୋବିନ୍ଦପୁର୍ ଏ.ଏସ୍.ଆଇ ସୋନିଲା ଆନନ୍ଦ ଓ ଡିମିରି ଫାଣ୍ଡି ଅଧିକାରୀ ଦୁର୍ଯ୍ୟୋଧନ ସେଠି ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସଂଧ୍ୟା ୭:୩୦ମିନିଟ୍ ସମୟରେ ରାସ୍ତା ଅବରୋଧ ହଟିଥିଲା। ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ପଚାଶ ଲକ୍ଷ୍ୟ ଟଙ୍କା ସହ ଜଣଙ୍କୁ ସରକାରୀ ଚାକିରି ଦିଆଯାଉ ବୋଲି ଦାବିକରିଛନ୍ତି। ଏପରି କି ରାସ୍ତା ଅବୋରୋଧ କରି ବସିଥିବା ମହିଳା ଓ ପୁରୁଷମାନେ କହିଛନ୍ତି ଉକ୍ତ ସ୍କୁଲର ପାଚେରୀ ନିର୍ମାଣ କରିଥିବା ଠିକାଦାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆସନ୍ତା କାଲି ଶବ ବ୍ୟବଚ୍ଛଦ କରାଯାଇ ମୃତ ସ୍ୱରୂପଙ୍କ ଗ୍ରାମ ନୋଦା କୁ ଅଣାଯିବ।

Comments (0)
Add Comment