କୋଟିଏ ଟଙ୍କା ହେର ଫେରାର ଓ ଆତ୍ମ ସାତ ମାମଲା ପିଇ ଓ କୋର୍ଟ ଚାଲାଣ

ଗୋଳନ୍ଥରା//: ଗଞ୍ଜାମ ଜିଲା କନିଷିହାଟ ସ୍ଥିତ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କେଲୁଆପୁଲୀ ପଞ୍ଚାୟତର ପିଇଓ କୋଟିଏ 37 ଲକ୍ଷ୍ୟ ଊର୍ଦ୍ଧ୍ବ ଟଙ୍କା ହେରଫେର କରିଥିବା ଘଟଣା ରେ ରବିବାର ସନ୍ଧ୍ୟାରେ ଗୋଳନ୍ଥରା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଗଙ୍ଗାପୁର ଗ୍ରାମ ସମୀର କୁମାର ମିଶ୍ର(29) ବୋଲି ପୋଲିସ ସୂଚନା ଦେଇଛି l ଅଭିଯୁକ୍ତ ଠାରୁ ଦୁଇ ଟି ମୋବାଇଲ ଓ ଏ ଟି ଏମ କାର୍ଡ ପୋଲିସ ଜବତ କରିଛି l ସୂଚନା ଅନୁସାରେ, ରଙ୍ଗେଈଲୁଣ୍ଡା ବ୍ଲକ ଅଧିନସ୍ଥ କେଲୁଆପଲ୍ଲୀ ପଞ୍ଚାୟତରେ ଗତ 2019 ରୁ ସମୀର ମିଶ୍ର ପିଇଓ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ କିଛି ମାସ ମଧ୍ୟରେ ସମୀରଙ୍କର ଦୁଇ ଦୁଇ ଥର ବଦଳି ହୋଇଥିଲେ ମଧ୍ୟ କାର୍ଯ୍ୟଭାର ହସ୍ତାନ୍ତର କରୁନଥିଲେ। ଫଳରେ ତାଙ୍କର ଉପରେ ସନ୍ଦେହ ବଢ଼ିଥିଲା। 2023-24 ଅର୍ଥ ବର୍ଷ ଅଡିଟ ସମୟରେ ବ୍ୟାଙ୍କ ଦେଖାଇଥିଲେ l ଉକ୍ତ ଖାତା ପ୍ରସ୍ତୁତ କରି ନୂତନ ପିଇଓ ସୁଶାନ୍ତ କୁମାର ପଟ୍ଟନାୟକ ଦେଇଥିଲେ। ସନ୍ଧେହ ହେବା ପରେ ସୁଶାନ୍ତ ବ୍ୟାଙ୍କ ବେଲେନ୍ସ ଯାଞ୍ଚ କରିଥିଲେ l କିନ୍ତୁ ବେଲେନ୍ସ କାମ ରହିଥିଲା l ଏ ନେଇ ବିଡ଼ିଓ ବିଶ୍ୱଜିତ ରାୟ କହିଥିଲେ l ବିଡିଓ ତଦନ୍ତ କରିବା ପରେ ଗତ ଏକ ବର୍ଷ ଏକ କୋଟି 37 ଲକ୍ଷ୍ୟ ଟଙ୍କା ହେର ଫେରାର ଓ ଆତ୍ମ ସାତ ହୋଇଥିବା ନେଇ ଜାଣିବାକୁ ପାଇଥିଲେ l ଏନେଇ ଗୋଳନ୍ଥରା ବିଡ଼ିଓ ବିଶ୍ୱଜିତ ଲିଖିତ ଅଭିଯୋଗ କରିଥିଲେ। ପୋଲିସ  ପିଇ ଓ ଓ ସରପଞ୍ଚ ନାଁ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଗତ କାଲି ସନ୍ଧ୍ୟା ରେ ପୋଲିସ ବ୍ଲକ ପରିସରରୁ ସମୀର ଉଠେଇ ନେଇ ଥାନାରେ ଜେରା କରିଥିଲେ l ରାତି ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ ଥାନା ପହଂଚିଥିଲେ l ପିଇଓ ସମୀର କୁ ପଚରା ଉଚରା କରିଥିଲେ l ଗତ ଏକ ବର୍ଷ ମଧ୍ୟ୍ୟରେ ଗ୍ରାମ ପଂଚାୟତ ପାଣ୍ଠି କେଶ ବୁକରୁ 76 ଲକ୍ଷ୍ୟ 63 ହଜାର 8 ଶହ 99 ଟଙ୍କା, ପଞ୍ଚଦଶ ଅର୍ଥ କମିଶନ କେଶ ବୁକରୁ 40 ଲକ୍ଷ୍ୟ 84 ହଜାର 5ଶହ 37 ଟଙ୍କା ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ କେଶ ବୁକ ରୁ 19 ଲକ୍ଷ୍ୟ 94 ହାଜର 2 ଶହ 35 ଟଙ୍କା ସେଲ୍ଫ ଚେକରେ ସରପଞ୍ଚ ଦସ୍ତଖତ କରି ମାଧ୍ୟ୍ୟମରେ ତୁଳୁ ସ୍ଥିତ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରୁ ଟଙ୍କା ଉଠେଇଥିବା ପୋଲିସ ଜାଣିବକୁ ପାଇଛି l ରବିବାର କେଲୁଆପୁଲ୍ଲୀ କାର୍ଯ୍ୟଳୟ ରୁ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ତଦନ୍ତ କାରି ଅଧିକାରୀ ସିଲୁ ଧଳ ଓ ପୋଲିସ କର୍ମଚାରୀ ଚଡାଉ କାରି ତିନୋଟି କେଶ ବୁକ, ଦୁଇ ଟି ବ୍ୟାଙ୍କ ଖାତା, ବ୍ୟାଙ୍କ ଟେଷ୍ଟ ମେଣ୍ଟ ଓ ଅନ୍ୟ କାଗଜ ପତ୍ର ପୋଲିସ ଜବତ କରିଛି l ରବିବାର ଅପରାହ୍ନ ସମୀର କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ସୂଚନା ଦେଇଛି l ଏହି ଘଟଣା ଆଉ କାହାର କାହାର ସମ୍ପର୍କ ରହିଛି ଦରକାର ପଡିଲେ ରିମାଇଣ୍ଡ ଅଣାଯିବ ବୋଲି ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି l

Comments (0)
Add Comment