ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କ ୨ ଗୋଡ଼ କାଟି ଦେଲେ

ଇସଲାମାବାଦ୍, : ପାକିସ୍ତାନର ଜଣେ ହିନ୍ଦୁ କ୍ରିକେଟର ତାଙ୍କର ଦୁଇଟି ଗୋଡ ହରାଇଛନ୍ତି । ମୋହିନ୍ଦର କୁମାର ନାମକ ଏହି କ୍ରିକେଟର ପାକିସ୍ତାନ ପାଇଁ ପ୍ରଥମ ଶ୍ରେଣୀ ଏବଂ “ଲିଷ୍ଟ ଏ’ ଖେଳିଛନ୍ତି । ପାକିସ୍ତାନ ପାଇଁ ଘରୋଇ କ୍ରିକେଟ ଖେଳିଥିବା ପୂର୍ବତନ କ୍ରିକେଟର ଏବଂ କୋଚ ମୋହିନ୍ଦର କୁମାରଙ୍କ ଦୁଇଟି ଗୋଡ କାଟି ଦିଆଯାଇଛି । ଏହା ପଛରେ କାରଣ ମଧ୍ୟ ବହୁତ ଯନ୍ତ୍ରଣାଦାୟକ । ପ୍ରକୃତରେ ପୂର୍ବତନ କ୍ରିକେଟରଙ୍କୁ ଡାଇବେଟିସ୍ ଥିଲା, ତାଙ୍କ ଗୋଡରେ ସଂକ୍ରମଣ
ହୋଇଥିଲା । ଏହା ଏତେ ବୃଦ୍ଧି ପାଇଥିଲା ଯେ ତାଙ୍କ ଜୀବନ ବିପଦରେ ପଡ଼ିଥିଲା ଏବଂ ଡାକ୍ତରମାନଙ୍କ ପାଖରେ ତାଙ୍କ ଗୋଡ କାଟିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା । ତାଙ୍କ ଦୁଇଟି ଗୋଡ କାଟିବାକୁ ପଡିଥିଲା । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୋହିନ୍ଦର କୁମାର ଜଣେ ପାକିସ୍ତାନୀ ହିନ୍ଦୁ କ୍ରିକେଟର ଯିଏ ପ୍ରଥମ ଶ୍ରେଣୀ କ୍ରିକେଟରେ ନିଜର
ଛାପ ଛାଡିଥିଲେ । ତଥାପି, ସେ ପାକିସ୍ତାନର ଜାତୀୟ ଦଳ ପାଇଁ ଖେଳିପାରି ନ ଥିଲେ । ତାଙ୍କ କ୍ରିକେଟ କ୍ୟାରିୟରରୁ ବିଦାୟ ନେବା ପରେ, ସେ ଜଣେ କୋଚ ହୋଇ ଯୁବକମାନଙ୍କୁ ତାଲିମ ଦେବା ଆରମ୍ଭ କଲେ । ସେ ଅନେକ ଯୁବ କ୍ରିକେଟରଙ୍କୁ କ୍ରିକେଟ ଶିଖାଇଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କୁ ଡାଇବେଟିସ୍ ହୋଇଥିଲା । ଜଣେ କ୍ରିକେଟର
ଭାବରେ, ମୋହିନ୍ଦର କୁମାର ୧୯୭୬ରୁ ୧୯୯୪ ପର୍ଯ୍ୟନ୍ତ ପାକିସ୍ତାନ ପାଇଁ ଘରୋଇ କ୍ରିକେଟ ଖେଳିଥିଲେ । ସେ ୬୫ଟି ପ୍ରଥମ ଶ୍ରେଣୀ ମ୍ୟାଚ ଏବଂ ୫୩ଟି ଲିଷ୍ଟ ଏ ମ୍ୟାଚ ଖେଳିଥିଲେ । ସେ ଜଣେ ଦ୍ରୁତ ବୋଲର ଥିଲେ, ପ୍ରଥମ ଶ୍ରେଣୀ
କ୍ରିକେଟରେ ସେ ୧୮୭ଟି ଉଇକେଟ ନେଇଥିଲେ । ଏଥିରେ ସେ ୧୦ ଥର ୫ କିମ୍ବା ତା’ଠାରୁ ଅଧିକ ୱିକେଟ ନେଇଥିଲେ । ସେ ୪ ଥର ୧୦ଟି ଉଇକେଟ ମଧ୍ୟ ନେଇଥିଲେ । ଯଦିଓ ତାଙ୍କ ପାଇଁ ପାକିସ୍ତାନ ଦଳରେ ସ୍ଥାନ ପାଇବା ବହୁତ କଷ୍ଟକର ଥିଲା ଏବଂ ଏହା ପଛରେ ତାଙ୍କର ଏକ କାରଣ ଥିଲା ତାଙ୍କର ହିନ୍ଦୁ ହେବା । ଲିଷ୍ଟ ଏ ମ୍ୟାଚରେ ତାଙ୍କ ନାମରେ ୬୪ଟି ଉଇକେଟ ଅଛି । ୬୫ ବର୍ଷୀୟ ମୋହିନ୍ଦର ଅନେକ ବଡ଼ ଖେଳାଳିଙ୍କୁ ତାଲିମ ଦେଇଥିଲେ । ଏଥିରେ ମହମ୍ମଦ ସାମି, ଦାନିଶ କାନେରିଆ, ତନଭିର ଅହମ୍ମଦ, ସୋହେଲ ଖାନଙ୍କ ଭଳି କ୍ରିକେଟର ସାମିଲ ଅଛନ୍ତି ।

Comments (0)
Add Comment