ଗାନ୍ଧୀ ମହାବିଦ୍ୟାଳୟର ବିପୁଳ ସଫଳତା

ଜଟଣୀ, :- ଭୁବନେଶ୍ୱର -ପୀତପଲ୍ଲୀ ରାଜପଥସ୍ଥିତ “ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ” ୨୦୧୪ ମସିହାରେ ଆରମ୍ଭ ହୋଇ, ଓଡିଶାରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠା ଲାଭ କରିସାରିଛି। ଏହାର ନିଜସ୍ୱ କ୍ୟାମ୍ପସରେ ଉତ୍ତମ ଭିତ୍ତିଭୂମି ସହିତ ଗୁଣାତ୍ମକ ଶିକ୍ଷା ପାଇଁ ଵେସ ପରିଚିତ। ଏହାର ମୁଖ୍ୟ ଉଦେଶ୍ୟ “ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ସଂସ୍କାର”। ଚଳିତବର୍ଷ ଉଚ୍ଚ ମାଧ୍ୟ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନରେ ଏହି ମହାବିଦ୍ୟାଳୟର ଅପୂର୍ବ ସଫଳତା ଛାତ୍ରଛାତ୍ରୀ ତଥା ଅଭିଭାବକ ମଧ୍ୟରେ ଖୁସି ଖେଳାଇ ଦେଇଛି। ଚଳିତ ବର୍ଷ ପରୀକ୍ଷାରେ ୩୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ସେଥିମଧ୍ୟରୁ ୩୨୧ ଜଣ ପ୍ରଥମ ଶ୍ରେଣୀରେ ରହିଥିବାବେଳେ ୧୦ ଜଣ (୧-ଖ୍ରୀତାକ୍ଷୀ ଓଝା, ୨- ସ୍ବପନାଶିଖା ପଳେଇ ୩-ଜ୍ୟୋତିମଞ୍ଜରୀ ପ୍ରଧାନ ୪-ସୌମ୍ୟ ପରିଡା ୫- ବିଶ୍ୱଜିତ ସହୂ ୬-ଲଷ୍ମୀପ୍ରିୟା ସହୂ ୭-ପ୍ରଭୁକଲ୍ୟାଣ ୮-ମନୋରଞ୍ଜନ ବେହେରା ୯ସ୍ନେହସ୍ମିତା ପଳେଇ ୧୦-ରାକେଶ କୁମାର ମାଝୀ) ୯୦% ମାର୍କ ରୁ ଉର୍ଦ୍ଧ ରଖିସାରିଛନ୍ତି। ୫୭ ଜଣ ଛାତ୍ରଛାତ୍ରୀ ୫୦୦ ମାର୍କରୁ ଉର୍ଦ୍ଧ, ୮୫ ଜଣ ଛାତ୍ରଛାତ୍ରୀ ୮୦% ରୁ ଅଧିକ ମାର୍କ ରଖି ଅନୁଷ୍ଠାନ ପାଇଁ ଗୌରବ ଆଣି ନରିଛନ୍ତି। ଅନୁଷ୍ଠାନର ଅଧକ୍ଷ ଡ. ଏସ. ଏସ. ମହାରଣା ଉକ୍ତ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ, ଅନୁଷ୍ଠାନର ଅଧ୍ୟାପକ ଅଦ୍ୟାପିକା ତଥା ପରିଚାଳନା କମିଟି ସଦସ୍ୟ ଓ ସମସ୍ତ କର୍ମଚାରୀଙ୍କର ଅକୁଷ୍ଠ ସହଯୋଗ ଓ ନିଷ୍ଠା ପାଇଁ ସାଧୁବାଦ ଜଣାଇଛନ୍ତି।
Comments (0)
Add Comment