ବ୍ୟାଙ୍କ ଅଫ୍‌ ବରୋଦା ଟିମ୍‌ ପକ୍ଷର ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

Congratulations to ISRO scientists from Bank of Baroda team

ଭୁବନେଶ୍ୱର: ସଫଳ ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ବ୍ୟାଙ୍କ ଅଫ୍‌ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ଚାନ୍ଦ ଇସ୍ରୋ ଅଧ୍ୟକ୍ଷ ଶ୍ରୀ ଏସ୍‌ ସୋମନାଥ ଏବଂ ତାଙ୍କ ବୈଜ୍ଞାନିକ ଟିମ୍‌କୁ ସମ୍ବର୍ଦ୍ଧିତ କରିଛନ୍ତି । ଦେବଦତ୍ତ ଚାନ୍ଦ, ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଦେବବ୍ରତ ଦାସ ଓ ଅନ୍ୟ ଅଧିକାରୀମାନେ ୩୦ ଅକ୍ଟୋବର ୨୦୨୩ ରେ ଇସ୍ରୋ ହେଡ୍‌କ୍ୱାର୍ଟର ପରିଦର୍ଶନ କରି ଭାରତକୁ ଗର୍ବିତ କରିଥିବା ଚନ୍ଦ୍ରଯାନ-୩ ଟିମ୍‌କୁ ଏହ ତିହାସିକ ସଫଳତା ପାଇଁ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ଚାନ୍ଦ ବୈଜ୍ଞାନିକମାନଙ୍କୁ ଦେଶ ପାଇଁ ଗୈାରବ ଆଣିଥିବାରୁ ପ୍ରଶଂସା କରିବା ସହିତ ସ୍ମୃତିଫଳକ ପ୍ରଦାନ କରିଥିଲେ ଏବଂ ଭବିଷ୍ୟତ ଅଭିଯାନ ପାଇଁ ସଫଳତା କାମନା କରିଥିଲେ ।

#dumanikhabar#isro: #news #chandrayan3#odisha
Comments (0)
Add Comment