ଭୟଙ୍କର ଭୂକମ୍ପରେ ଥରିଲା ନେପାଳ

Nepal was shaken by a terrible earthquake

କାଠମାଣ୍ଡୁ : ନେପାଳରେ ଭୟଙ୍କର ଭୂମିକମ୍ପ । ଗତକାଲି ବିଳମ୍ବିତ ରାତ୍ରୀରେ ଆସିଥିବା ବଡ଼ ଧରଣର ଭୂକମ୍ପ ଝଟକାରେ ୧୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୬୦ରୁ ଅଧିକ ଗୁରୁତର ରହିଛନ୍ତି । ୬.୪ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଯୋଗୁଁ ବହୁ ଅଟ୍ଟାଳିକା ଓ ଘର ଭାଙ୍ଗି ଯାଇଥିବା ବେଳେ ବହୁ ଲୋକ ଧ୍ୱଂସାବଶେଷ ତଳେ •ପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାର କରାଯାଉଛି । ଭଗ୍ନାବଶେଷ ତଳେ ଆହୁରି ଲୋକ ମିଳୁଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ନ୍ୟାସନାଲ ଆର୍ଥକ୍ୱେକ୍‌ ମେଜରର୍ମେଣ୍ଟ୍‌ ସେଣ୍ଟରର
ଅଧିକାରୀମାନେ କହିବା ଅନୁସାରେ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ଜାଜରକୋଟ୍‌ ଜିଲ୍ଲା ଅନ୍ତର୍ଗତn ଲାମିଡାଣ୍ଡା ଅଞ୍ଚଳୟ ଗତରାତି ୧୧.୩୨ରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା । । ଲୋକେ ଶୋଇଥିବା ବେଳେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା । ଫଳରେ ଅନେକ ଜାଣି ପାରି ନଥିଲେ କଣ ହେଲା । ହଠାତ୍ଘ ରୁ ବାହାରି ପାରି ନଥିଲେ । ମାଟିରେ ମିଶିଛି ବହୁ ଘରଦ୍ୱାର, ବିଲ୍ଡିଂ । ଧ୍ୱଂସାବଶେଷ ତଳୁ ଏବେ ଜୀବନ ଖୋଜା •ଲିଛି । ଏତେ ଜୋରରେ ଝଟକା ଅନୁଭୂତ ହୋଇଥିଲା ଯେ ଲୋକ ଭୟରେ ଘରୁ ବାହାରି ଆସିଥିଲେ । ଅଧିକ ପ୍ରଭାବିତ ହୋଇଛି ଜାଜରକୋଟ ଜିଲ୍ଲାର ଭେରି, ନାଲଗାଡ଼, କୁଶେ, ବାରେକୋଟ ଓ ଛେଡାଗଦ । ସେପଟେ ନେପାଳରେ ହୋଇଥିବା ଭୂକମ୍ପର ପ୍ରଭାବ ମଧ୍ୟ ଦିଲ୍ଲୀ ଏନସିଆର ସମେତ ଗାଜିଆବାଦ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ବିହାର ରାଜଧାନୀ ପାଟନାରେ ଅନୁଭୂତ ହୋଇଥିଲା । ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂକମ୍ପର ଝଟକା ଏତେ ଜୋରରେ ଥିଲା ଯେ କିଛି ସମୟ ପାଇଁ ଲୋକେ ଛାନିଆ ହୋଇ ଯାଇଥିଲେ । ରାତି ପ୍ରାୟ ୧୧ଟା ୩୨ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହା ପରେ ଲୋକେ ଘର ଭିତରୁ ବାହାରକୁ ·ଲି ଆସିଥିବା ଦେଖିବାକୁ ମିଳିଥିଲା । ଲକ୍ଷେ୍ନøରେ ମଧ୍ୟ ଲୋକେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି । ଲୋକେ ଶୋଇବାକୁ ଯାଉଥିବା ବେଳେ ଏହି ଝଟକା ଆସିଥିଲା । ଏହା ପରେ ଲୋକମାନେ ତୁରନ୍ତ ଘରୁ ବାହାରକୁ ·ଲିଆସିଥିଲେ । ପୁଣି ଥରେ ଝଟକା ଆସିବା ଆଶଙ୍କାରେ ଲୋକେ ଦୀର୍ଘ ସମୟ ଧରି ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।

#dumanikhabar#earthquake#latestnews#nepal
Comments (0)
Add Comment