ସ୍ବେଛାକୃତ ରକ୍ତଦାନ ଶିବିର

ଭୁବନେଶ୍ୱର:- ରକ୍ତ ଦାନ ଏକ ମହତ ଦାନ ଅଟେ ।ଗୋଟେ ୟୁନିଟ ରକ୍ତ ଅନ୍ତତଃ ତିନୋଟି ଜୀବନ ବଞ୍ଚାଇବାରେ ସହାୟ ହୋଇଥାଏ । ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ଇ୫ ବିଜିନେସ ସଲ୍ୟୁସନ୍ସ ଟ୍ରଷ୍ଟ ଏବଂ ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ଠାରେ ଆୟୋଜିତ ହେଇଯାଇଛି । ଏହି ମହାନ ସେବାକାର୍ଯ୍ୟକୁ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ ଓ କଟକ ଚୌଦ୍ୱାର ରୋଡ଼ ସ୍ଥିତ କାର୍ସିନୋଭା କ୍ୟାନ୍ସର ହସ୍ପିଟାଲର ନିର୍ଦେଶିକା ଡ଼ ପ୍ରଜ୍ଞା ପରମିତା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହା ସହିତ KIMS ହସ୍ପିଟାଲର ମହିଳା ଓ ପ୍ରସୂତି ବିଭାଗରେ କାର୍ଯ୍ୟରତ ଡ଼ N ସାଗରୀକା, RMD କଲେଜର ଅଧିକ୍ଷକ ଶ୍ରୀ ପ୍ରଶାନ୍ତ ରାଉତ, ପ୍ରାଧ୍ୟାପିକା ଡ଼ ସ୍ୱାତୀ ପଟ୍ଟନାୟକ ଆଦି ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ରକ୍ତ ଦାନ ଶିବିରକୁ କଟକ ସ୍ଥିତ ରେଡକ୍ରସ କେନ୍ଦ୍ର ତରଫରୁ ପରିଚାଳନା କରାଯାଇଥିଲା ଏବଂ ପାଖାପାଖି ୫୦ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଇ୫ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟି ଶ୍ରୀମତୀ ସୁଜାତା ପାଢ଼ୀ ଏବଂ ସମ୍ପାଦିକା ଶ୍ରୀମତୀ ସୁନିତା ପାତ୍ର ଓ ଅନ୍ୟ ସହଯୋଗୀ ପରିଚାଳନା କରିଥିଲେ ଏବଂ RMD ଡିଗ୍ରୀ କଲେଜର ଛାତ୍ର ଛାତ୍ରୀ ସ୍ବେଛାସେବୀ ରୂପେ ଯୋଗ ଦେଇଥିଲେ।

Comments (0)
Add Comment