JSW ଏନର୍ଜି ଉତ୍କଳ ଲିମିଟେଡ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

JSW Energy Utkal Limited celebrates International Women's Day

ସମ୍ବଲପୁର:-ଆନ୍ତର୍ଜାତୀୟ ମହିଳା ଦିବସ ଜେଏସଡବ୍ଲୁ ଏନର୍ଜି ଉତ୍କଳ ଲିମିଟେଡ ପକ୍ଷରୁ ସମ୍ବଲପୁର ସ୍ଥିତ ହୋଟେଲ ଭାମା ଇନ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ୱଲପୁର ସଦର ଉପଜିଲ୍ଲାପାଳ ଡା.ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ସେ ଏହି ଅବସରରେ କହିଥିଲେ ଯେ, ସ୍ବପ୍ନକୁ ସାକାର କରିବାକୁ ନିଜ ଲୋକଙ୍କୁ ଛାଡ଼ିବାକୁ ପଡେ। ଭଗବାନ ମହିଳା ମାନଙ୍କୁ ସହନ ଶକ୍ତି ଦେଇଛନ୍ତି ।ମହିଳା ମାନେ ନିଜ କାମ ଅତି ସହଜ ଓ ବ୍ୟବସ୍ଥିତ ଭାବେ କରିଥାନ୍ତି । ତେବେ ନିଜ ସ୍ବାସ୍ଥ୍ୟ ଓ ପସନ୍ଦ ଉପରେ ମହିଳା ମାନେ ବିଶେଷ ଦୁଷ୍ଟି ଦେବା ଉଚିତ୍ । ସମ୍ମାନିତ ଅତିଥି ଭାବେ ସେଣ୍ଟ ଯୋସେଫ ସ୍କୁଲର ଅଧ୍ୟକ୍ଷ ସିଷ୍ଟର ନବ୍ୟା ଯୋଗ ଦେଇ ସାମାଜ ଓ ପରିବାରରେ ମହିଳାଙ୍କୁ ସମ୍ମୁଖୀନ ହେବାକୁ ପଡୁଥିବା ବିଭିନ୍ନ ସମସ୍ୟା ସମର୍କରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜେଶ୍ୱରୀ ରାମାୟନମ, ମୌସୋମି ପାଢି, ଯୋଗ ଦେଇ ନିଜସ୍ଵ ମତ ଉପସ୍ଥାପନା କରିଥିଲେ।ସୋନାଲି ଦଲେଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଏଥିରେ ଜେଏସଡବ୍ଲୁ ଏନର୍ଜି ଉତ୍କଳ ଲିମିଟେଡ,ସାହାଜ ବାହାଲର ବରିଷ୍ଠ ମାନବସମ୍ବଳ ଅଧିକାରୀ ରଜତ ନାଏକ ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ଦେଲେ ଏକ ସୁସ୍ଥ ସମାଜ ଗଠନ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଲା ଓ ଶିଶୁ କନ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments (0)
Add Comment