ମୁମ୍ବାଇ, : ଫିଲ୍ମ ନିର୍ମାତା- ନିର୍ଦ୍ଦେଶକ ମାଋତିଙ୍କ ବହୁ ପ୍ରତିକ୍ଷୀତ ହରର୍କମେଡ଼ି ‘ଦ ରାଜା ସାହବ\’ର ରିଲିଜ ଡେଟ୍ ସାମ୍ନାକୁ ଆସି ସାରିଛି । ନିର୍ମାତା ଘୋଷଣା କରିଛନ୍ତି କି ପ୍ରଭାସ ଷ୍ଟାରର ଫିଲ୍ମ ୫ ଡିସେମ୍ବରରେ ହଲରେ ରିଲିଜ ହେବ । ସୂଚନା ଅନୁସାରେ ଫିଲ୍ମକୁ ବହୁ ବଡ଼ ଆକାରରେ ନିର୍ମାଣ କରାଯାଉଛି । ଟିଜି ବିଶ୍ୱ ପ୍ରସାଦ ଏହି ଫିଲ୍ମର ନିର୍ମାଣ କରୁଛନ୍ତି । ଯାହାର ସିନେମାଟୋଗ୍ରାଫି କାର୍ତ୍ତିକ ପଲାନୀ କରିଛନ୍ତି ଏବଂ ସଂଗୀତ ଥମନ ଏସ ଦେଇଛନ୍ତି । ନିର୍ମାତା ଏହା ବି ଘୋଷଣା କରିଛନ୍ତି କି ଫିଲ୍ମର ଏକ ଟିଜର ୧୬ଜୁନରେ ଜାରି କରାଯିବ । ନିର୍ମାତା ପ୍ରଭାସଙ୍କ ୪୫ତମ ଜନ୍ମଦିନ ଅବସରରେ \”ଦ ରାଜା ସାହବ\’ର ମୋଶନ ପୋଷ୍ଟର ଜାରି ପୋଷ୍ଟରର ଆରମ୍ଭ ଜଙ୍ଗଲରେ ପିୟାନୋ ବଜାଉଥିବା \”ହ୍ୟାପି ବର୍ଥଡେ\’ ଗୀତରେ ହେଉଛି । ଏହାପରେ ଜଙ୍ଗଲରେ ବୁଲୁଥିବା ଏକ ରହସ୍ୟମୟୀ ବ୍ୟକ୍ତିଙ୍କୁ ଦେଖାଉଛି, ଯିଏ ଏକ ପୁରୁଣା ମହଲକୁ ନେଇ ଯାଉଛନ୍ତି । ଏହି ସମୟରେ ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ଲୁକ୍ ଦେଖାଯାଉଛି । ଏହି ପୋଷ୍ଟରରେ ଅଭିନେତା ପ୍ରଭାସ ଏକ ବ୍ଲାକ୍ ଆଉଟଫିଟରେ ଭିଣ୍ଟେଜ ପ୍ୟାଲେସରେ ସିଂହାସନ ଉପରେ ବସିଛନ୍ତି । ସେ ରାଜାର ପୋଶାକ ପିନ୍ଧିଛନ୍ତି ଏବଂ ତାଙ୍କର ଏକ ହାତରେ ସିଗାର ରହିଛି । ପୋଷ୍ଟରରେ ଟ୍ୟାଗଲାଇନ ଲେଖାଯାଇଛି କି, \”ହରର ଇଜ ଦ ନ୍ୟୁ ହ୍ୟୁମର, ହ୍ୟାପି ବର୍ଥଡେ ରେବେଲ ସାବ\’ । ଏହି ଫିଲ୍ମକୁ ମାଋତି ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହାକୁ ପିପଲ ମିଡ଼ିଆ ଫ୍ୟାକ୍ଟ୍ରି ବ୍ୟାନରରେ ବିଶ୍ୱ ପ୍ରସାଦ ପ୍ରଡ୍ୟୁସ କରିଛନ୍ତି ।