ବିଦାୟୀ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧୦(ଡିକେ ନୁ୍ୟଜ):ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ । ରାଜଭବନରେ ସେସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । କାଲିରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ବିଦାୟ ନେଉଥିବା ବେଳେ ନୂଆ ରାଜ୍ୟପାଳଭାବେ ୩୧ରେ ଶପଥ ନେବେ ନୂଆରାଜ୍ୟପାଳ ରଘୁବର ଦାସ । ସେପଟେଦାୟିତ୍ୱ ଗ୍ରହଣ ପୂର୍ବରୁ ଗତକାଲି ନୂଆରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମକୁପ୍ରତିକ୍ରିୟା ରଖି କହିଥିଲେ ଯେ, ନୂଆସାମ୍ବିଧାନିକ ଦାୟିତ୍ୱ ତାଙ୍କ ପାଇଁ ଏକଗୁରୁଦାୟିତ୍ୱ ଏବଂ ଏହାକୁ ସେ ନିଷ୍ଠାର ସହପାଳନ କରିବି । ଓଡ଼ିଶା କିଭଳି ବିକାଶରନୂଆ ଶିଖର ଛୁଇଁବ ଏବଂ ସରକାରଙ୍କ ସହସମନ୍ୱୟ ରଖି କାମ କରାଯାଇ ପାରିବ ସେଦିଗରେ ଗୁରୁତ୍ୱ ଦେବେ ବୋଲି ଶ୍ରୀ ଦାସକହିଥିଲେ । ସେହିପରି ଓଡ଼ିଶାର ସେବାକରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁଧନ୍ୟ ମନେ କରୁଛି । ଓଡ଼ିଶା ମୋର ଚିନ୍ତା ଓ ଚେତନାକୁ ଉତରିତ କରିଛି । ଓଡ଼ିଶା ମୋତେ ବହୁତ ଶିଖାଇଛି ।ଓଡ଼ିଆମାନଙ୍କର ଅନାବିଳ ସ୍ନେହ, ଶ୍ରଦ୍ଧା ଓ ସମ୍ମାନକୁ କେବେବି ଭୁଲିପାରିବି ନାହିଁ ।ଏ ମାଟିର ବିଶେଷ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ରହିଛି । ଓଡ଼ିଶା ଭୂଗୋଳ ନୁହେଁ, ଏକମହାଭାବ, ଯାହାର ଭିତି ଓ ଆଧାର ହେଉଛି ବିଶ୍ୱଜନପ୍ରୀତି । ଆଗାମୀ ଦିନରେ ଓଡ଼ିଶାସମଗ୍ର ପୃଥିବୀକୁ ମାର୍ଗ ଦର୍ଶନ କରାଇବ ବୋଲି ପ୍ରଫେସର ଗଣେଶୀ ଲାଲ୍ ପ୍ରକାଶକରିଛନ୍ତି । ଗୁରୁବାର ରାଜଭବନରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ଉସôବରେ
ରାଜ୍ୟପାଳ ପ୍ରଫେସର ଲାଲ୍ କହିଲେ ଯେ, ଓଡ଼ିଶା ହେଉଛି ଏକ ପୁଣ୍ୟଭୂମି । ଏମାଟିରେ ଯେ ପାଦ ଥାପିବ, ତା’ର ସ୍ୱାଭାବିକ ଉତରଣ ଘଟିବ । ମୋ ଚେତନାରଅନନ୍ୟ ଉଦ୍ଧ୍ୱର୍ଉଡ଼ାଣ ଘଟିଛି ଏଇ ଭୂମିରେ । ଏ ମାଟି ଓ ଏହାର ପୁଣ୍ୟବନ୍ତ ମଣିଷମାନଙ୍କୁମୋର କୋଟି ପ୍ରଣାମ ।ବିଦାୟ ସମ୍ବର୍ଦ୍ଧନା ଉସôବରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନସଚିବ ଶାଶ୍ୱତ ମିଶ୍ର, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ,
ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ, ଏଡିସି ଚିନ୍ମୟ ନାୟକ, ହିମାଂଶୁ ସିଂ,ରାଜ୍ୟପାଳଙ୍କ ଲୋକସଂମ୍ପର୍କ ଅଧିକାରୀ ରକ୍ଷକ ନାୟକ,ସଂଗ୍ରାମ ଦେଓଭଞ୍ଜ ପ୍ରମୁଖରାଜ୍ୟପାଳଙ୍କ ସହିତ ସମ୍ପର୍କ ଓ ସପୃକ୍ତିର ଅନୁଭବ ଓ ଉପଲବ୍ଧି ବିଷୟରେ କହିଥିଲେ ।ରାଜଭବନର ସମସ୍ତ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ ।

#Governor #NaveenPattanaik # DumaniKhabar
Comments (0)
Add Comment