ନୂଆଦିଲ୍ଲୀ,: ଦେଶର କୋଟି କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ଅଧୀନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ଦେଶରm ୮୦ କୋଟି ଗରିବ ଲୋକଙ୍କୁ ସରକାର ମାଗଣା ରାସନ ଯୋଗାଇ
ଦେବେ । ଏହି ଯୋଜନାକୁ ସମ୍ପ୍ରସାରଣ ନେଇ ଘୋଷଣା କରାଯାଇଛି । ଛତିଶଗଡର ଦୁର୍ଗରେ ଏକ ସାଧାରଣ ସଭାରେ ଜନତାଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବା ଅବସରରେ ସେ
ମାଗଣା ରାସନ ଯୋଜନାକୁ ୫ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ଚଳିତ ମାସରେ ଛତିଶଗଡରେ ନିର୍ବାଚନ ହେବାକୁ ଯାଉଛି । ୯୦ ସିଟ୍ ବିଶିଷ୍ଟ ଛତିଶଗଡ ବିଧାନସଭା ପାଇଁ ଭୋଟ୍
ନଭେମ୍ବର ୭ ଏବଂ ନଭେମ୍ବର ୧୭ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଘୋଷଣା ନିର୍ବାଚନରେ ବଡ଼ ମାଇଲେଜ୍ କୁହାଯାଇପାରେ । କରୋନା ମହାମାରୀ ପରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ । କରୋନା ମହାମାରୀ ପରେ ଲକଡାଉନ୍ କାରଣରୁ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଥିଲା । ବିଶେଷକରି ଗରିବ ଲୋକ ରାସନ ଖାଦ୍ୟ ଅଭାବୀର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ ପିଏମ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ମାଗଣା ରାସନ ଯୋଜନା ଆରମ୍ଭ କରିଥିଲେ । ପ୍ରକାଶଥାଉକି ଏହି ଯୋଜନା ଅଧୀନରେ ହିତାଧିକାରୀମାନେ ୫ କେଜି ଗହମ କିମ୍ବା ·ଉଳ ପାଆନ୍ତି । ଏହି ଯୋଜନା ୨୦୨୩ ଡିସେମ୍ବରରେ ଶେଷ ହେବାକୁ ଯାଉଛି । ବର୍ତ୍ତମାନ ୫ ବର୍ଷର ସମ୍ପ୍ରସାରଣ ପରେ, ଲୋକମାନେ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ହି ଯୋଜନାର ଲାଭ ପାଇପାରିବେ ।