ଭୁବନେଶ୍ୱର, ୨୭ା୧୧ (ଡିକେ ନ୍ୟୁଜ୍): ସବୁ କଳ୍ପନାଜଳ୍ପନାର ଅବସାନ । ରାଜନୀତି ମଇଦାନରେ ଭିକେ ପାଣ୍ଡିଆନ । ଆଜି ବିଧିବଦ୍ଧ ଭାବରେ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଦଶହରାରେ ଆଇଏଏସ ଚାକିରି ଛାଡିଥିଲେ ଆଉ କାର୍ତ୍ତିକ ପୂର୍ଣ୍ଣିମାରେ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି ପାଣ୍ଡିଆନ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରାଣାମ କରି ଆଶୀର୍ବାଦ ନେଇଥିଲେ ସେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବହୁବର୍ଷ ହେବ ପାଣ୍ଡିଆନ ରାଜ୍ୟବାସୀଙ୍କ ପାଇଁ କଠିନ ପରିଶ୍ରମ କରିଛନ୍ତି । ଏବେ ବିଜେଡି ପାଇଁ ସଦସ୍ୟ ଭାବରେ ସେଭଳି କାର୍ଯ୍ୟ ଜାରି ରଖିବେ । ଆଜି ସକାଳ ପ୍ରାୟ ୯ଟା ବେଳକୁ ନବୀନ ନିବାସରେ ପହଞ୍ôଚଥିଲେ ବିଜେଡିର ଏକାଧିକ ମନ୍ତ୍ରୀ, ବିଧାୟକ ଓ ସାଂସଦ । ପରେ ପହଞ୍ôଚଥିଲେ ଭିକେ ପାଣ୍ଡିଆନ । ଦିନ ୧୦.୧୫ ମିନିଟରେ ସେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଥିଲେ । ବିଜେଡିରେ ଯୋଗଦାନ ପରେ ସୋସିଆଲ୍ ମିଡିଆରେ ସବୁଆଡୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ହଜାର ହଜାର ସଂଖ୍ୟାରେ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । କେହି କେହି ନବୀନ ଓଡ଼ିଶାର କର୍ମଯୋଗୀ ଆଖ୍ୟା ତାଙ୍କୁ ପ୍ରଦାନ କରୁଛନ୍ତି ତ ଆଉ କେହି କହୁଛନ୍ତି ନିଃସ୍ୱାର୍ଥପର ବ୍ୟକ୍ତିତ୍ୱ । ପ୍ରଗତି ପଥରେ