ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଶୁଭଦ୍ରା ପାଇଁ ସାବିତ୍ରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ୭୦୦ ମହିଳାଙ୍କୁ ବାଣ୍ଟିଲେ ସାବିତ୍ରୀ ଭାର । ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆଜି ଗୋଳନ୍ଥରା ସ୍ଥିତ ଇଶାଣେଶ୍ବର ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା । ଏଥିରେ ଅତିଥି ଭାବେ କାଶୀ ସୁମେରୁ ବୁଦ୍ଧ ଶଙ୍କରାଚାର୍ଯ୍ୟ ଯୋଗ ଦେଇଥିଲେ । ଭାଇ ଭଉଣୀଙ୍କ ମଧୁର ସମ୍ପର୍କ‌ ବିଷୟରେ ଶଙ୍କରାଚାର୍ଯ୍ୟ ନିଜର ଅଭିଭାଷଣ ରଖିଥିଲେ । ଏହାପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମକୁ ସାଧୁବାଦ ଦେବା ସହ ସମସ୍ତ ମହିଳା ମାନଙ୍କୁ ସାବିତ୍ରୀ ବ୍ରତ ଅବସରରେ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁରୁ ଆସିଥିବା ମହିଳା ମାନଙ୍କୁ ସାବିତ୍ରୀ ଭାର ପ୍ରଦାନ କରିଥିଲେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମହିଳା ମାନଙ୍କୁ ବର୍ଷକୁ ଥରେ ଭାର ପ୍ରଦାନ କରିବାରେ ବେଶ ଆନନ୍ଦିତ ଲାଗିଥାଏ । ଏହା କୈାଣସି ଭାର ନୁହେଁ ବରଂ ଭାଇର କର୍ତ୍ତବ୍ୟ ଭାବେ ଭଉଣୀର ସୁରକ୍ଷାର ଦାୟିତ୍ବ ତଥା ସୁବିଧା ଅସୁବିଧାରେ ଠିଆ ହେବା ପାଇଁ ପଣର ସାମଗ୍ରୀ । ସାବିତ୍ରୀ ଭାର ପାଇ ମହିଳା ମାନଙ୍କ ମଧ୍ୟରେ ଖୁସି ଦେଖି ନିଜକୁ ଆତ୍ମ ତୃପ୍ତି ଲାଗିଥିବା କହିଛନ୍ତି ଖଣି ମନ୍ତ୍ରୀ । ସେପଟେ ସାବିତ୍ରୀ ଅମାବାସ୍ୟା ପୂର୍ବରୁ ମହିଳା ମାନଙ୍କୁ ଏକତ୍ରିତ କରି ଭାର ପ୍ରଦାନ କରିବା ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ମହତ କାର୍ଯ୍ୟ । ମନ୍ତ୍ରୀଙ୍କ ହାତରୁ ଭାର ପାଇ ବେଶ ଖୁସି ଲାଗିଥିବା କହିଛନ୍ତି ମହିଳା ମାନେ ।

Comments (0)
Add Comment